ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି Exercise, ସବୁ ଦିନ ପାଇଁ ଭଲ ହୋଇଯିବ ଅଣ୍ଟାବିନ୍ଧା, Dr. Sibani Sankar Tripathy

ଆଜିକାଲି ସବୁ ବୟସର ପିଲାଙ୍କ ଠାରେ ଅଣ୍ଟା ବିନ୍ଧା ସମୟା ଦେଖିବାକୁ ମିଳୁଛି । ଆଧୁନିକ ଜୀବନଶୈଳୀ ଏବଂ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହିବା ଯୋଗୁଁ ଏହି ସମସ୍ଯା ବଢିବାରେ ଲାଗିଛି । ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ କେତେକ ବ୍ୟାୟମ ରହିଛି, ଯାହା ନିୟମିତ କରିବା ଦ୍ଵାରା ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇ ହେବ । ଚାଲନ୍ତୁ ଏହି ବିଷୟରେ ଜାଣିବା ଫିଜିଓ ଥେରାପିଷ୍ଟ ଡାକ୍ତର ଶିବାନୀ ଶଙ୍କର ତ୍ରିପାଠୀଙ୍କ ଠାରୁ ।

ଅଧିକ ସମୟ ଧରି ବସି ରହିବା ବା ବସି ରହି ଅନେକ ସମୟ କାମ କରୁଥିବା ଲୋକଙ୍କର ଅଣ୍ଟା ବିନ୍ଧା ସମସ୍ଯା ଅଧିକ ଦେଖା ଦେଇଥାଏ । ଛାତ୍ର ଛାତ୍ରୀ ମାନେ ଅଧିକ ସମୟ ବସି ରହି ପାଠ ପଢିବା ଓ ଖେଳିବା ଦ୍ଵାରା ତାଙ୍କ ଠାରେ ଏହି ସମସ୍ଯା ଦେଖାଯାଏ । ସେହିପରି ଅଫିସରେ ବା ଅନ୍ୟ କେଉଁ ସ୍ଥାନରେ ଦିନ ସାରା ବସି ରହି କାମ ରହିବା ଦ୍ଵାରା ଅଣ୍ଟା ମାଂସପେଶୀରେ ଏହାର ପ୍ରଭାବ ପଡିଥାଏ ।

ଯାହା ଫଳରେ ଅଣ୍ଟାର ତଳଭାଗ ଯଥା L1, L2, L3, L4 ଓ L5 ଅଂଶ ଗୁଡିକ ଅଧକ ବ୍ୟଥା ହୁଏ । କାରଣ ବସି ରହିବା ଦ୍ଵାରା ସେହି ସ୍ଥାନର ମାଂସପେଶୀ ଗୁଡିକ ନିଦାଳିଆ ଏବଂ ଟାଇଟ ହୋଇଯାନ୍ତି । ଏହି ସମସ୍ଯା ଦୂର କରିବା ପାଇଁ କେତେକେ ସାଧାରଣ ମେରୁଦଣ୍ଡ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ ଓ କିଛି କୋର୍ସ ଷ୍ଟାବିଲିଟି ଷ୍ଟ୍ରେଙ୍ଗଦେନିଙ୍ଗ ଏକ୍ସରସାଇଜ ଯଥା ପ୍ଲାଙ୍କ ଏକ୍ସରସାଇଜ ଓ ସ୍ପାଇନାଲ ଏକ୍ସଷ୍ଟେନସନ ଏକ୍ସରସାଇଜ ଆଦି କରିବା ଦ୍ଵାରା ଯନ୍ତ୍ରଣା କମ ହୋଇଥାଏ ।

ଆଗକୁ ଆଉ ଯନ୍ତ୍ରଣା ନ ହେବା ପାଇଁ ତଳିପେଟ (abdominal muscles) ଏବଂ ମେରୁଦଣ୍ଡ ତଳ (spinal back muscle) କୁ ଶକ୍ତ କରିବା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ ଏହି ସମସ୍ଯା ହେବ ନାହିଁ । ଏହାସହ ପୁଷ୍ଟିକର ଖାଦ୍ଯ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଟେ । ଖାଦ୍ଯରେ ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ଯ ସାମିଲ କରନ୍ତୁ ଓ ସକାଳୁ ନିୟମିତ ବ୍ୟାୟମ କରନ୍ତୁ । ଯଦି ବ୍ୟାୟାମ କରି ପାରୁ ନାହାନ୍ତି ତେବେ ଅତି କମରେ ୩୦ ମିନିଟ ପର୍ଯ୍ୟନ୍ତ କେବଳ ଚାଲନ୍ତୁ ।

ଦେଖିବେ ଏହି ସମସ୍ଯା ଦୂର ହୋଇଯିବ । ଏହା ସହ ଯଦି ଆପଣଙ୍କ ଅଣ୍ଟାରେ ବ୍ୟଥା ହେଉଛି ତେବେ ଆପଣ ଘରେ ଏହି ସବୁ ଏକ୍ସରସାଇଜ ଅଭ୍ଯାସ କରନ୍ତୁ । ଯଦି ଅଧିକ ବ୍ୟଥା ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।