ସେବେ ଅଞ୍ଜନା ଆଉ ଏବେ ଅର୍ଚ୍ଚନା । କଂଗ୍ରେସ ଭଳି ବିଜେଡି ସରକାର ବି ଭାଙ୍ଗିଯିବ କି ! ଅର୍ଚ୍ଚନାଙ୍କ ମାୟାଜାଲରେ ରହିଛନ୍ତି ଅଧିକାଂଶ ବିଜେଡି ନେତା । ଆଲିଶାନ ଘର ସାଙ୍ଗକୁ ଦାମୀ ଗାଡି, ପୋଷା କୁକୁର ଓ ଧଳା ଘୋଡାର ଭାରି ସଉକ ଥିଲା ଅର୍ଚ୍ଚନା ନାଗଙ୍କୁ । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବଦଳରେ ବଡ ବଡ ନେତା ଓ ଅଫିସରଙ୍କ ସହ ସେ ରାତି ବିତାଉଥିଲେ । ପାପ ଧନ ଏତେ ବଢି ଯାଇଥିଲା ଯେ, ଭୁବନେଶ୍ବରରେ ତୋଳିଥିଲେ ରାଜମହଲ ପରି ଘର, ଯାହାକୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।
ଅର୍ଚ୍ଚନାଙ୍କ ସହ ବିଜେଡି ନେତାଙ୍କ ଏତେ ଘନୋଷ୍ଠ ସମ୍ପର୍କ ଥିଲା ଯେ ଖୁଲମଖୁଲା ଦେହବେପାର କରୁଥିଲେ । ଶଙ୍ଖ ଦଳର ବାବୁମାନେ ଅର୍ଚ୍ଚନାଙ୍କ ଘରକୁ ଅହରହ ଦୌଡୁଥିବାରୁ କମିଶନରେଟ ପୋଲିସ ମଧ୍ୟ ଲେଡି ବ୍ଲାକମେଲରଙ୍କ ପାଖ ମାଡୁ ନଥିଲା । ଅର୍ଚ୍ଚନାଙ୍କ ପାଇଁ ନେତାମାନେ ଏମିତି ପାଗଳ ଥିଲେ ଯେ ତାଙ୍କ ସହ ଦେଖା କରିବାକୁ ଦୁଆର ମୁହଁରେ ଡେରା ପକାଉଥିଲେ । ଆଉ ଲକ୍ଷ ଲକ୍ଷ ଟଙ୍କା ଓ ଦାମିକିଆ ଗିଫ୍ଟ ଦେଇ ଅର୍ଚ୍ଚନାଙ୍କ ସହ ମଉଜ ମଜଲିସ କରୁଥିଲେ ।
କୁହାଯାଉଛି କି ଅର୍ଚ୍ଚନା ଫାଶରେ ପ୍ରାୟ ଦୁଇ ଡର୍ଜନରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ପଡିଛନ୍ତି । ଯାହାଙ୍କ ମଧ୍ୟରେ ୧୮ଜଣ ଷ୍ଟାଣ୍ଡିଂ ବିଧାୟକ ରହିଛନ୍ତି । ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏମାନଙ୍କ ଅମଧ୍ୟରେ ଅଧିକାଂଶ ନେତା ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଯେଉଁଥି ପାଇଁ ତଦନ୍ତ ଆଗକୁ ବଢାଇବାରେ କମିଶନରେଟ ପୋଲିସ ଏକପ୍ରକାର ହରଡଘଣାରେ ପଡିଛି ।
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ବୟାନ ଦେଇଛନ୍ତି, ଯଦି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ସବୁ ଫଟୋ ଭିଡିଓ ସାମ୍ନାକୁ ଅଣାଯିବ ତେବେ ବିଜେଡି ସରକାର ଭାଙ୍ଗିଯିବ । ଆପଣଙ୍କର ମନେଥିବ ଟକରୁ ଫେରିବା ବାଟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଅଞ୍ଜନା ମିଶ୍ର ।
ଯାହାପରେ ରାଜ୍ୟ ଓ ସେତେବେଳର ସରକାର ଉଠିଥିଲା ପଡିଥିଲା । ସେହି ଗୋଟିଏ ମାମଲା ପାଇଁ ସେତେବେଳର କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା । ଏବେ ରାଜ୍ୟରେ ଗତ ୨୨ ବର୍ଷ ମଧ୍ୟରେ ଅନେକ ସେକ୍ସରାକେଟ ଓ ଗଣଦୁଷ୍କର୍ମର ଖୁଲାସା ହୋଇଛି । କିନ୍ତୁ ଏମିତି ଖୁଲାସା ବୋଧହୁଏ କେବେ ହୋଇ ନଥିବ । ଦେହର ଭୋକ ମେଣ୍ଟାଇବା ପାଇଁ ଯୁବତୀଙ୍କ ଘରେ ଶାସକ ଦଳର ନେତାଏ ଏମିତି ଲାଇନ ଲଗାଇଥିବା ଖବର ସାମ୍ନାକୁ ଆସିବ ନଥିବ ।
ଆଉ ଏବେ ଅର୍ଚ୍ଚନା ଜେଲରେ ଥିବାବେଳେ ଏହାକୁ ନେଇ ରାଜ୍ୟ ଉଠୁଛି ପଡୁଛି । ତେଣୁ କୁହାଯାଉଛି କି, ଅଞ୍ଜନା ମିଶ୍ର ଲୁହରେ ସେତେବେଳର କଂଗ୍ରେସ ଯେମିତି ଭାଙ୍ଗି ଯାଇଥିଲା ଏବେ ଅର୍ଚ୍ଚନାଙ୍କ କଳା କାରନାମା ପାଇଁ ଏ ସରକାର ବି ଭାଙ୍ଗିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।