ଅନ୍ଧାର ରାତି ରେ ଚୋର ମାନେ କରିଲେ ଖେଳ । ଘରେ ପଶି ନେଇଗଲେ ପୁଳା ପୁଳା ଟଙ୍କା ସହ ସୁନା ଗହଣା । ଚୋର ମାନେ ଘରେ ଏମିତି କଳା କନା ବୁଲାଇ ଯାଇଛନ୍ତି ଯେ କେଉଁଠି କାଣୀ କଉଡି ଟିଏ ନାହିଁ । ଚୋରୀ କରି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବବାପତ୍ର ସହ ନଗତ ଟଙ୍କା । ହଁ ଦର୍ଶକ ବନ୍ଧୁ ଏପରି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସାରପଦା ଗାଁ ରେ ।

ସୂଚନା ଅନୁଯାୟୀ ଗତ କାଲି ରାତିରେ ଦୁର୍ବୁତ୍ତ ମାନେ ଟାର୍ଗେଟ କରି ଘରକୁ ଖାଲି କରିଛନ୍ତି । ଏହା ସହ ଲକ୍ଷ ଲକ୍ଷ ଟଙ୍କା, ସୁନା ହାର, ମୁଦି, ପାଉଁଜି ସହ ହଜାର ହଜାର ଟଙ୍କା ନଗତ ଟଙ୍କା ଚୋରୀ କରି କଳା କନା ବୁଲାଇ ଯାଇଛନ୍ତି । ଏମିତି କି ଦୁର୍ବୁର୍ତ୍ତ ମାନେ ଘରେ ଥିବା ନୂଆ ନୂଆ ଆସବବାପତ୍ର ମଧ୍ୟ ଲୁଟି ନେଇ ଯାଇଛନ୍ତି । ଅନ୍ଧାର ରାତିର ସୁଯୋଗ ନେଇ ପୂର୍ବ ଯୋଜନା ଅନୁଯାୟୀ ଚୋରୀ କରି ନେଇଥିବା ସୂଚନା ରହିଛି ।
ଗତ କାଲି ରାତିରେ ଗାଁ ର ଦୂର୍ଗା ଚରଣ ଭୋଇ ଙ୍କ ପରିବାର ଖାଇପିଇ ସୋଇଥିଲେ । ମହେନ୍ଦ୍ର ଙ୍କ ସ୍ତ୍ରୀ ଉମା ବିଳମ୍ବିତ ରାତିରେ ବାଥରୁମ ଯିବା ପାଇଁ ଉଠି ଥିଲେ ହେଲେ କବାଟ ଖୋଲିପାରି ନ ଥିଲେ । ଆଉ ଆଗ ପଟୁ କବାଟ ଦିଆଯାଇ ଥିବାରୁ ଉମା ପାଟି କରି ଚିତ୍କାର କରିଥିଲେ । ଆଉ ତା ପରେ ଆଖପାଖର ପଡୋଶୀ ଉଠି ଯାଇଥିଲେ । ସେହି ସମୟରେ ଜାଣିବାକୁ ପାଇଥିଲେ କି ଘରେ କିଏ ପସିଛି ଆଉ ସବୁ କିଛି ଚୋରୀ କରି ନେଇଛି ।

ଲୁଗାପଟା ସହ ଜିନିଷପତ୍ର ଚୋରୀ ହୋଇଥିବା ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗତ ଟଙ୍କା ଚୋରୀ ହୋଇ ଥିବାର ଦେଖି ଏବେ ପରିବାର ଲୋକଙ୍କ ହୋସ ଉଡି ଯାଇଛି । କିଏ ଛେଳି କୁକୁଡା ବିକ୍ରି କରି ପଇସା ରଖିଥିଲା ତ ଆଉ କିଏ ମଜୁରି ଲାଗି ପଇସା ରଖିଥିଲା ।
ଏମିତି କି ଚୋର ମାନେ ଗାଁ ର ବସନ୍ତ ରାଓ ଙ୍କ ଘରେ କେହି ନ ଥିବାର ସୁଯୋଗ ଉଠାଇ ଘରେ ତାଲା ଭାଙ୍ଗି ଅନେକ ଜିନିଷ ଚୋରୀ କରିବା ସହ ପାଖ ଗାଁ ର ଏକ ଦୋକାନ ଭାଙ୍ଗି ଚୋରୀ କରି ନେଇଥିବା ସୂଚନା ମିଳିଛି । ଏ ନେଇ ଭଣ୍ଡାରିପୋଖରୀ ଥାନା ରେ ଅଭିଯୋଗ ହେବା ସହ ପୋଲିସ ସାଇଣ୍ଟିଫିକ ଟିମ, କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।