କେହି କେବେ ଭୂତକୁ ହ-ତ୍ୟା କରିବାର ଶୁଣିଛନ୍ତି କି ? ଭୂତକୁ ହ-ତ୍ୟା ପରେ କେବେ କୋର୍ଟରେ ମକଦ୍ଦମା ଚାଲିବା ମଧ୍ୟ ଶୁଣି ନଥିବେ ! ଏଭଳି ଏକ ଅଜବ ଘଟଣା ଆଉ କେଉଁଠି ନୁହେଁ ବରଂ ଆମ ରାଜ୍ୟରେ ହିଁ ଘଟିଥିଲା । ଯାହା ବହୁତ କମ୍ ଲୋକ ହିଁ ଜଣାଇଛନ୍ତି । ଘଟଣାଟି ବାଲେଶ୍ବରରେ 1958 ମସିହାରେ ଘଟିଥିଲା ଓ ଏହାକୁ ନେଇ କୋର୍ଟରେ ମାମଲା ଚାଲିଥିଲା । ବାଲେଶ୍ଵରର ରସଗୋବିନ୍ଦପୁର ଗାଁ ସେହି ସମୟରେ ଏକ ଆଦିବାସୀ ଅଞ୍ଚଳ ଥିଲା ଏବଂ ସେଠାକାର ଲୋକ ଭୂତପ୍ରେତଙ୍କୁ ବହୁତ ମାନୁଥିଲେ ।

ଏହି ଗାଁ ପାଖରେ ଗୋଟିଏ ବନ୍ଦ ଏୟାରପୋର୍ଟ ଥିଲା ଯେଉଁଠି ଅନେକ ଲୁହା ସାମଗ୍ରୀ ପଡି ରହିଥିଲା । ଜିନିଷପତ୍ରର ଦେଖାରେଖା ପାଇଁ ସେଠାରେ ଦୁଇଜଣ ସିକ୍ଯୁରିଟି ଗାର୍ଡ ନିଯୁକ୍ତି କରାଯାଇଥିଲା । ଏୟାରପୋର୍ଟ ଚାରିପାଖେ ପାଚେରି ଥିବାବେଳେ କେହି ଭିତରକୁ ଯାଉ ନଥିଲେ । ବିଶେଷ କରି ରାତିରେ ଭୂତପ୍ରେତ ଭୟରେ କେହି ସେଠାକୁ ଯାଉ ନଥିଲେ । 1958 ଏପ୍ରିଲରେ ସେତେବେଳେ ସେଠାରେ ପଡିଥିବା ଭଗ୍ନ ସାମଗ୍ରୀ ସବୁର ନିଲାମ ଡକା ଯାଇଥିଲା ।
ସେତିକି ବେଳେ ଚାଟ୍ଟାର୍ଜୀ ନାମକ ଜଣେ କଲିକତା ବ୍ୟବସାୟୀ ଏବଂ ରାମବାହାଦୁର ନାମକ ତାଙ୍କର ଜଣେ ସହଯୋଗୀ ଓଡିଶା ଆସିଥିଲେ । ଏୟାରପୋର୍ଟରେ ପଡି ରହିଥିବା ସାମଗ୍ରୀର ନିଲାମ ଧରିବାକୁ ସେମାନେ ଆସିଥିଲେ ଏବଂ ପାଖ ଗାଁରେ ରହୁଥିଲେ । ଦୁହେଁ ମିଶି ରାତି ସମୟରେ ଏୟାରପୋର୍ଟ ପାଖରେ ଥିବା ଏକ ଚାହା ଦୋକାନକୁ ଚାହା ପିଇବାକୁ ଯାଇଥିଲେ ।

ଏତିକି ବେଳେ ପାଖ ଗାଁର ଆଉ ଜଣେ ଲୋକ ସେହି ଚାହା ଦୋକାନରେ ଅଟକି ଯାଇ କହିଥିଲେ ମୁଁ ଆଉ ଆଗକୁ ଯାଇ ପାରିବିନି । କାରଣ ଆଗରେ ଭୂତ ଅଛି ତା’ ସହ ମୋର ଧକ୍କା ହୋଇଯିବ । ଏକଥା ଶୁଣି ଚାଟ୍ଟାର୍ଜୀ ବାବୁ ଏବଂ ରାମବାହାଦୁର ଆଶ୍ଚର୍ଯ୍ୟ ହୋଇଯାନ୍ତି । ମନରେ ସିନା ଭୟ ସୃଷ୍ଟି ହୁଏ ହେଲେ ଭୂତ ବିଷୟରେ ଜାଣିବାକୁ ମଧ୍ୟ ଇଚ୍ଛା ହୋଇଥିଲା । ତେଣୁ ଭୂତକୁ ଦେଖିବାକୁ ପାଇଁ ଚାହା ଦୋକାନୀ ସହ ସମସ୍ତେ ମିଶି ଆଗକୁ ବଢିଥିଲେ ।
ଅନ୍ଧାରୁଆ ରାତି ସାଙ୍ଗକୁ ପବନ ମଧ୍ୟ ହେଉଥାଏ । ଏତିକି ବେଳେ ଆଗରେ ଚାଲୁଥିବା ରାମବାହାଦୁର ହଠାତ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଲେ । ତେଣୁ ସାଙ୍ଗେ ସାଙ୍ଗେ ରଶିରେ ଲଗାଇ ଆଣିଥିବା ପଥର ଗୁଡିକୁ ଜୋରରେ ଘୁମାଇ ଦୂରକୁ ଫୋପାଡୁଥିଲେ ।

ଗୋଟିଏ ପଥର ସାଥିରେ ଆସୁଥିବା ଦୋକାନୀ ଦେହରେ ବାଜିଥିବା ବେଳେ ଆଉ ଏକ ପଥର କିଛି ଦୂରରେ ଆସୁଥିବା ଏକ ଆଲୁଅ ପାଖରେ ଯାଇ ପଡିଥିଲା । ରାମବାହାଦୁର ଭାବିଥିଲେ କି ପଥରଟି ଭୂତକୁ ଯାଇ ବାଜିଛି । ହେଲେ ସକାଳ ହେବା ବେଳକୁ ଗାଁ ଲୋକ ଜାଣିବାକୁ ପାଇଲେ କି ଗାଁର ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଘଟଣା ପ୍ରସାରିତ ହେବା ପରେ ସମୟକ୍ରମେ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଥିଲା । ଜଜ୍ ବି ଚିନ୍ତାରେ ପଡି ଯାଇଥିଲେ ।
ହେଲେ ରାମବାହାଦୁରଙ୍କ ଓକିଲ କହିଥିଲେ କି, ସେ ଅଜାଣତରେ ଭୂତକୁ ମାରୁଛନ୍ତି କହି ପଥର ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ ଅନେକ ସମୟ ଧରି କେସ୍ ଚାଲିଥିଲା ଏବଂ ଶେଷରେ ରାମବାହାଦୁରଙ୍କୁ ଦଣ୍ଡମୁକ୍ତ କରିଥିଲେ ଜଜ୍ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।