ଅନ୍ଧବିଶ୍ଵାସ ବରକୁ ବନେଇଲା ହତ୍ୟାକାରି, ବୃଦ୍ଧ ମହିଳାଙ୍କ ନେଲା ଜୀବନ

ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ପାକରଟାଣ୍ଡ ଥାନା କ୍ଷେତ୍ରର ସରଖୁଟୋଲୀ ଗାଁର ଜଣେ ଯୁବକ ଡାହାଣୀ ର ଅନ୍ଧବିଶ୍ଵାସରେ ଫସି ଶୁକ୍ରବାର ଦିନ ଏକ ମହିଳାଙ୍କୁ ହତ୍ୟା କରିଥିଲେ । ମୃତକ ଙ୍କ ନାମ ଥିଲା ଅସରୀତା ବିଲୁଙ୍ଗ ଓ ତାଙ୍କ ବୟସ ୬୫ ବର୍ଷ ଥିଲା । ପୋଲିସ ଆରୋପି ଯୁବକ ମନୋଜ ବିଲୁଙ୍ଗକୁ ଧରି ନେଇଗଲେ । ତାଙ୍କର ଶନିବାର ଦିନ ବାହାଘର ଥିଲା, କିନ୍ତୁ ବାହାଘର ପୂର୍ବରୁ ସେ ହୋଇଗଲେ ଅପରାଧୀ ।

ଘଟଣା ସମ୍ବନ୍ଧ ରେ ଗାଁ ଲୋକମାନେ ପୋଲିସକୁ କହିଲେ କି ମନୋଜ ବିଲୁଙ୍ଗ ତାଙ୍କରି ଗାଁର ଅସରୀତା ବିଲୁଙ୍ଗଙ୍କୁ ଡାହାଣୀ ମନେକରି, ତାଙ୍କୁ ବାଡିରେ ମାରି ମାରି ହତ୍ୟା କରିଥିଲେ । ମନୋଜଙ୍କୁ ସନ୍ଧେହ ଥିଲା ଅସରୀତା ତାଙ୍କ ବାହାଘରରେ ଜାଦୁ ଟୋନା କରି ପାରନ୍ତି ।

ସୂଚନା ପାଇ ପୋଲିସ ଅଧିକାରୀ ହିରାଲାଲ ମହତୋ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଶବକୁ ଜବତ କରିଥିଲେ । ଗାଁ ଲୋକ ମାନଙ୍କର ବୟାନରେ ଆରୋପିକୁ ଗିରଫ କରାଗଲା ।