ସମସ୍ତଙ୍କ ଧ୍ୟାନ ପାକିସ୍ତାନ ଉପରେ, କିନ୍ତୁ ଏପଟେ ଗୃହମନ୍ତ୍ରୀ Amit Shah ଦେଲେ ଏମିତି ଏକ ଧମାକେଦାର ବୟାନ, ଶୁଣିଲେ ଆପଣ ବି ଗର୍ବ କରିବେ

ବର୍ତ୍ତମାନ ସମସ୍ତଙ୍କ ନଜର ପାକିସ୍ଥାନର ରାଜନୈତିକ ସଙ୍କଟ ଉପରେ ଥିବା ବେଳେ ଲୋକସଭାରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଟିକେ ହସି ପକାଇବେ କିନ୍ତୁ ଏହି କଥାର ଗୁରୁତ୍ଵ ମଧ୍ୟ ଖୁବ ବେଶୀ । ଲୋକସଭାରେ ଅମିତ ଶାହ ଏକ ବିଲ୍ ଉପରେ ଚର୍ଚ୍ଚା କରୁଥିଲେ ଆଉ ଏହି ସମୟରେ ଜଣେ ବିପକ୍ଷ ନେତା କହିଥିଲେ ଆପଣ ଯେତେବେଳେ ବି କିଛି କହୁଛନ୍ତି ବହୁତ ଜୋରରେ ତାଗିଦ କରିବା ଭଳି କଥା କହୁଛନ୍ତି ।

ଆଉ ବିପକ୍ଷ ନେତାଙ୍କ ଏହି କଥାର ଜବାବ ଦେଇ ଅମିତ ଶାହ କହିଥିଲେ, “ମୁଁ କାହାକୁ ତାଗିଦ କରେ ନାହିଁ, ମୋ ଆୱାଜ ହିଁ ଟିକେ ଉଚ୍ଚା । ଏହା ମୋର ମାନୁଫାକ୍ଚରିଙ୍ଗ ଡିଫେକ୍ଟ ।” ଆଉ ଏହି ବୟାନର ଶେଷରେ ଅମିତ ଶାହ କାଶ୍ମୀରକୁ ନେଇ କିଛି ଏମିତି କଥା କହିଥିଲେ ଯାହା ପ୍ରତ୍ଯେକ ବ୍ୟକ୍ତିଙ୍କୁ ଜାଣିବା ଆବଶ୍ୟକ । ଅମିତ ଶାହ କହିଥିଲେ ସେ କେବେ କାହା ଉପରେ ରାଗନ୍ତି ନାହିଁ କି ଚିଲେଇକି କଥା କୁହନ୍ତି ନାହିଁ, କିନ୍ତୁ କାଶ୍ମୀର କଥା ଉଠିଲେ ସେ ରାଗିଯାନ୍ତି ନଚେତ ରାଗନ୍ତି ନାହିଁ ।

ଅମିତ ଶାହ ମଜାକିଆ ମୁଡ୍ ରେ ଦେଖା ଯାଉଥିଲେ ମଧ୍ୟ କାଶ୍ମୀରକୁ ନେଇ ସେ କୌଣସି ମଜାକ ବରଦାସ୍ତ କରିପାରନ୍ତି ନାହିଁ । କାଶ୍ମୀରକୁ ନେଇ ଯଦି କେହି ମଜାକ କରେ ତା’ହେଲେ ଅମିତ ଶାହଙ୍କୁ କ୍ରୋଧ ଆସେ ବୋଲି ସେ ଲୋକସଭାରେ କହି ପକାଇଥିଲେ ।

କାଶ୍ମୀରରୁ ଧାରା ୩୭୦ ହଟାଇବାର କଥା ହେଉ କିମ୍ବା ପିଓକେ କୁ ପୁନର୍ବାର ଭାରତରେ ମିଶାଇବାର ସଂକଳ୍ପ ଗୃହମନ୍ତ୍ରୀ ଅମିତ ଶାହ ସରବଡା ଏହି ମାମଲାକୁ ନେଇ ଗମ୍ଭୀରତା ପ୍ରକାଶ କରି ଆସିଛନ୍ତି । ଯେତେବେଳେ ବି ସାଂସଦରେ କାଶ୍ମୀର ପ୍ରସଙ୍ଗ ଉଠେ ଏହାକୁ ନେଇ ଅମିତ ଶାହ ଉତ୍ତେଜିତ ହେବାର ଦେଖିବାକୁ ମିଳିଛି । ଏପରିକି ସେ ଥରେ ସେଥିପାଇଁ ଜୀବନ ମଧ୍ୟ ଦେଇଦେବେ ବୋଲି କହି ପକାଇଥିଲେ । କାଶ୍ମୀର ଭାରତର ଅଂଶ ଥିଲା ଆଉ ସର୍ବଦା ଏହା ଭାରତର ହିଁ ରହିବ ।

ପ୍ରକୃତରେ ଅମିତ ଶାହଙ୍କ ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ କାଶ୍ମୀର ଏବଂ ଭାରତ ପ୍ରତି ତାଙ୍କର ପ୍ରେମ କେତେ । ଆଉ ପ୍ରତ୍ଯେକ ଭାରତୀୟଙ୍କ ମନରେ ଏହାକୁ ନେଇ ଏହିପରି ପ୍ରେମ ଓ ଉତ୍ତେଜନା ଦେଖାଦେବା ସରକାର । ଏ ସମ୍ପର୍କରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।