ଆମେରିକାରେ ଏବେ ଦୁନିଆର ସବୁଠୁ ଅଧିକ ରୋଗୀ, ଇଟାଲୀରେ ଭାଙ୍ଗିଲା ମୃତ୍ୟୁର ସମସ୍ତ ରେକର୍ଡ

ବିଶ୍ଵ ମହାମାରୀ କରୋନା ଭାଇରସ ଦ୍ଵାରା ଭୟଭୀତ ଦୁନିଆର ସବୁ ଲୋକମାନେ ବର୍ତ୍ତମାନ ଏଥିରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ପୁରା ଦୁନିଆରେ ଏହି ଭାଇରସ ଦ୍ଵାରା ପାଖାପାଖି ୬ ଲକ୍ଷ ଲୋକମାନେ ସଂକ୍ରମିତ ହୋଇ ସାରିଛନ୍ତି । ଯେତେବେଳେ କି ୨୭ ହଜାରରୁ ଅଧିକ ଲୋକମାନଙ୍କ ମୃତ୍ୟୁ ହୋଇ ଯାଇଛି ଓ ଅନ୍ୟ ପଟେ ୧ ଲକ୍ଷ ୩୩ ହଜାର ଲୋକ ଏହି ଭାଇରସରୁ ମୁକ୍ତି ପାଇ ନୂଆ ଜୀବନ ପାଇଛନ୍ତି ।

କହିବାକୁ ଗଲେ ଆମେରିକାରେ ଏହି ଭାଇରସ ଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ଅଧିକ ହୋଇ ଯାଇଛି । ଆମେରିକାରେ ଗୋଟିଏ ଦିନରେ ଏହି ରୋଗରେ ୩୪୫ ଜଣ ଲୋକଙ୍କ ମୃତ୍ୟୁ ହେଉଛି ଓ ୧୮ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଇଟାଲୀରେ ଗୋଟିଏ ଦିନରେ ୧୦୦୦ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି, ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ କରୋନାରେ ହୋଇଥିବା ସବୁଠୁ ଅଧିକ ମୃତ୍ୟୁ ଅଟେ ଓ ଏହା ସହିତ ଇଟାଲୀରେ କରୋନାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ।

ଗୋଟିଏ ଦିନରେ ୧୦୦୦ ଲୋକଙ୍କ ମୃତ୍ୟୁ ଦୁନିଆରେ ବଡ ରେକର୍ଡ ହୋଇ ଯାଇଛି । ଇଟାଲୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୯୦୦୦ରୁ ବି ଅଧିକ ଅଟେ । ଏହା ମଧ୍ୟରେ କରୋନାର ସଙ୍କଟରୁ ମୁକ୍ତ ହେଉଥିବା ଚୀନରେ ଶୁକ୍ରବାର ଦିନ ୫୪ ଟି ନୂଆ ମାମଲା ଆସିଛି ଓ ଚୀନରେ ଏହି ଭାଇରସ ଦ୍ଵାରା ମରିଥିବା ଲୋକଙ୍କ ସଂଖ୍ୟା ୩୨୯୫ ଅଟେ ।

ଯଦି ଆମେରିକାର କଥା କହିବା ତେବେ ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବହୁତ ଜଲ୍ଦି ବଢି ୧ ଲକ୍ଷ ୪ ହଜାରରୁ ବି ଅଧିକ ହୋଇ ଯାଇଛି ଓ ଆମେରିକାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୦୦ରୁ ବି ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । କରୋନା କାରଣରୁ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୦୦୦ ରୁ ବି ଅଧିକ ମାମଲା ସାମ୍ନାକୁ ଆସିଛି ଓ ସମାଚାର ଏଜେନ୍ସି ଏଏଫପୀ ଅନୁସାରେ ଗୋଟିଏ ଦିନରେ ଆମେରିକାରେ ୩୪୫ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଗୁଗଲ କରୋନା ଭାଇରସ ସହ ଲଢିବା ପାଇଁ ସ୍ୱାସ୍ଥ୍ୟ ସଂସ୍ଥା ଓ ବୈଜ୍ଞାନିକମାନଙ୍କୁ ୮୦ କୋଟି ଟଙ୍କାର ସାହାର୍ଯ୍ୟ ରାଶି ପ୍ରଦାନ କରିଛନ୍ତି ।