ୟୁକ୍ରେନ ଭଳି ନେପାଳକୁ ଫସଉଛି ଆମେରିକା, ଚାଲିଛି ବଡ ଖେଳ…. ଭାରତ ପାଇଁ ହୋଇପାରେ କାଳ

କଥାରେ ଅଛି ଆମେରିକାର ଶତ୍ରୁ ହେବା ଯେତିକି ଭୟଙ୍କର ବନ୍ଧୁ ହେବା ମଧ୍ୟ ତା’ ଠାରୁ ଅଧିକ ଘାତକ । ଇତିମଧ୍ୟରେ ଦେଖିବାକୁ ମିଳିଛି ଭାରତର ପଡୋଶୀ ଦେଶ ନେପାଳ ଅଚାନକ ଆମେରିକା ସହ ବନ୍ଧୁତା କରିବାରେ ଲାଗିଛି । ୟୁକ୍ରେନ ବିବାଦକୁ ନେଇ ନେପାଳ ସରକାର ଏକ ବଡ ସମସ୍ୟାରେ ଫସି ଯାଇଛନ୍ତି । ନିକଟରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଦ୍ଵାରା ଋଷ ବିରୋଧରେ ଅଣା ଯାଇଥିବା ନିନ୍ଦା ପ୍ରସ୍ତାବକୁ ନେପାଳ ସରକାର ସମର୍ଥନ କରିଥିଲେ । ଆଉ ଏହାପରେ ବର୍ତ୍ତମାନ ନେପାଳର ରାଜନୀତି ଦୋହଲିବାରେ ଲାଗିଛି ।

ନେପାଳର ବିପକ୍ଷ ନେତାମାନେ ଶେର ବାହାଦୁର ଦେଉବାଙ୍କ କଡା ନିନ୍ଦା କରୁଛନ୍ତି । ସୂଚନା ଅନୁଯାୟୀ ନେପାଳ ସଂଯୁକ୍ତ ରାଷ୍ଟ୍ରରେ ଯେଉଁ ମୋଡ ଆପଣେଇଛି ଏହା କେବଳ ଚୀନ ବିରୋଧରେ ନୁହେଁ ବରଂ ଭାରତର ମୋଡ ଠାରୁ ମଧ୍ୟ ଏକଦମ ଭିନ୍ନ ଅଟେ । ନେପାଳରେ ଚୀନର ଦାଖଲ ପରେ ଏବେ ଅଚାନକ ଆମେରିକା ନେପାଳକୁ ନିଜ ଆଡକୁ ଟାଣୁଛି । ଯାହା ନେପାଳ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ । ନେପାଳର ସୀମା ଭାରତକୁ ଲାଗିଛି ସେଥିପାଇଁ ଚୀନ ନେପାଲ୍କୁ ନେଇ ଆଗ୍ରହ ପ୍ରକାଶ କରୁଛି ।

କିନ୍ତୁ ଆମେରିକା ଅଚାନକ ନେପାଳର ନିକଟତର ହେବ ଦର୍ଶାଉଛି କି ଆମେରିକା ଉଭୟ ଭାରତ ଏବଂ ଚୀନ ଉପରେ ଚାପ ପକାଇବାକୁ ଚାହୁଁଛି । ଆମେରିକା ନେପାଳକୁ ୟୁକ୍ରେନ ଭଳି ବ୍ୟବହାର କରିପାରିବ । ଯେମିତି ଆମେରିକା ଋଷର ନିକଟତର ହେବା ପାଇଁ ୟୁକ୍ରେନକୁ ମୋହରା ବନେଇଲା ଏବେ ସେହି ଚାଲ୍ ଆମେରିକା ନେପାଳରେ ଚାଲୁଛି । ନେପାଳର କମ୍ୟୁନିଷ୍ଟ ପାର୍ଟି ସର୍ବଦା ଚୀନକୁ ସମର୍ଥନ କରି ଆସିଛନ୍ତି । କିନ୍ତୁ ନେପାଳରେ ନୂଆ ସରକାର ଆମେରିକା ଆଡକୁ ଢଳିବାରେ ଲାଗିଛି ।

ଏହାର ସବୁଠୁ ବଡ ପ୍ରମାଣ ହେଉଛି ନେପାଳ ସରକାର ତମାମ ବିରୋଧକୁ ନଜର ଅନ୍ଦାଜ କରି ଗୋଟଏ ଆମେରିକୀୟ ସଂସ୍ଥା ଠାରୁ ୫୦ କୋଟି ଡଲାର ସହାୟତା ମାଗିଥିଲା । ନେପାଳର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ପ୍ରଥମେ ଚିନୀ କରଜ ଜାଲରେ ଫସିଥିଲା । ଆଉ ଏବେ ପଇସା ପାଇଁ ଆମେରିକା ଆଡକୁ ଚାହୁଁଛି । ତେବେ ନେପାଳକୁ ଚୀନ ଏବଂ ଆମେରିକା ଉଭୟ ଦେଶ ସହ ବନ୍ଧୁତା ଭାରି ପଡିପାରେ । ନିଜର ଫାଇଦା ପାଇଁ ଆମେରିକା ଓ ଚୀନ ନେପାଳକୁ ବ୍ୟବହାର କରୁଛନ୍ତି ।

ଚୀନ ଚକ୍କରରେ ନେପାଳ ପୂର୍ବରୁ ହିଁ ଭାରତ ସହ ନିଜ ସମ୍ବନ୍ଧ ଖରାପ କରିସାରିଛି । କିନ୍ତୁ ଆମେରିକା ଯଦି ନେପାଳରେ ଦାଖଲ ବଢାଏ ତେବେ ଏହା ନେପାଳ ପାଇଁ ମୁସ୍କିଲ ଆଣିପାରେ । ଭାରତ ସର୍ବଦା ନେପାଳର ସାହାଯ୍ୟ କରିଆସିଛି । ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ନେପାଳର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରିଆଣିଛି । ଏଥିପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସଡକ ନିକଟରେ ନିର୍ମାଣ ପାଇଁ ଭାରତ ନେପାଳକୁ ୮୦୦ କୋଟି ଟଙ୍କା ମଧ୍ୟ ଦେଇଛନ୍ତି । କାରୋନା ମହାମାରୀ ଭଳି ବିପଦ ସମୟରେ ବି ଭାରତ ନେପାଳକୁ ସାହାଯ୍ୟ କରିଛି । କରୋନା ଆହା ଲଢିବା ପାଇଁ ଭରତ ନେପାଳକୁ ଔଷଧ ଏବଂ ଭେଣ୍ଟିଲେଟର ଆଦି ଦେଇଥିଲା । ତେଣୁ ନେପାଳ ଏବେ ନିଜେ ବୁଝିବା ଉଚିତ କି ମୁସ୍କିଲ ସମୟରେ ଆମେରିକା ଓ ଚୀନ କାମରେ ଆସିବେ ନା ଭାରତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।