“ଆମେ ଗଣେଶଙ୍କ ପୂଜା କରୁଛୁ ଆଉ Deepika ର ଦିଅର ଗାଡି ଚଢେଇ…” ପୂଜା ବେଳେ ଏମିତି କଲେ ଦୀପିକାଙ୍କ ଶାଶୁ ଓ ଦିଅର, ଦେଖନ୍ତୁ video

ମୋ ପୂଜାକୁ ସଫଳ ହେଉଥିବା ଦେଖି ମୋ ଶାଶୁଘର ଲୋକେ ଆଉ ସହି ପାରିଲେ ନାହିଁ । ମନୀଷ ସବୁ ଚିରି ଫାଡି ଦେଲା । ଦିନେଶ ଓ ତାଙ୍କ ପରିବାରକୁ ସଦବୁଦ୍ଧି ମିଳିବା ପାଇଁ ଏବଂ ତାଙ୍କ ସହ ସମ୍ପର୍କକୁ ସୁଧାରିବା ପାଇଁ ଦିନେଶଙ୍କ ଘର ଆଗରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରୁଥିଲେ ଦୀପିକା । ଭଲରେ ସବୁ ପୂଜା କଲେ ଦୀପିକା, ହେଲେ ଶେଷରେ ଦିନେଶଙ୍କ ଘର ଲୋକେ ସବୁ ବିଗାଡି ଦେଲେ । ତାଙ୍କ ପ୍ରେମ ସମ୍ପର୍କ ଭଳି ପୂଜାକୁ ମଧ୍ୟ ଭଣ୍ଡୁର କରିବାକୁ ବସିଥିଲେ ଦିନେଶଙ୍କ ଘରଲୋକ ।

ଗତକାଲି ପ୍ରେମିକ ଦିନେଶଙ୍କ ଘର ଆଗରେ ଗଣେଶ ପୂଜା କରିବା ପରେ ଏଭଳି କିଛି କହିଛନ୍ତି ଦୀପିକା । ଗତ ଏକ ମାସରୁ ଦୀର୍ଘ ସାମୟ ଧରି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ଦୀପିକା । ପ୍ରେମ ସମ୍ପର୍କ ଓ ବିବାହ ପ୍ରତୁଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯେତେବେଳେ ଦୀପିକା ଗର୍ଭବତୀ ହୋଇଥିଲେ ସେତେବେଳେ ବଦଳି ଯାଇଥିଲେ ଦିନେଶ ।

ଦୀପିକା ଏକାକୀ କଷ୍ଟ ସହି ସେହି ପିଲାକୁ ଜନ୍ମ ଦେବା ପରେ ବି ତାଙ୍କୁ ଆପଣେଇ ନଥିଲେ ଦିନେଶ କି ତାଙ୍କ ପରିବାର । ଯେଉଁଥି ପାଇଁ ଧାରଣାରେ ବସିବା ଭଳି ପନ୍ଥାକୁ ଆପଣେଇ ନେଇଛନ୍ତି ଦୀପିକା । ନ୍ୟାୟ ଅପେକ୍ଷାରେ ସେ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି ଏହାରି ମଧ୍ୟରେ ତାଙ୍କୁ ଅନେକ ବାଧାବିଘ୍ନର ମଧ୍ୟ ସମୁଖୀନ ହେବାକୁ ପଡିଛି ।

ତଥାପି ସେ ହାର୍ ମାନି ନାହାନ୍ତି । ଗତକାଲି ନିଜ ଆଶା ଓ ବିଶ୍ବାସକୁ ଦୃଢ କରିବା ପାଇଁ ସେ ଦିନେଶଙ୍କ ଘର ଆଗରେ ବସିଥିବା ସ୍ଥାନରେ ସାଜସଜ୍ଜା କରି ଭଗବାନ ଗଣେଶଙ୍କୁ ପୂଜା କରିଥିଲେ । ପ୍ରଥମେ ତ ଦିନେଶଙ୍କ ପରିବାର କେହି କିଛି କହି ନଥିଲେ । କିନ୍ତୁ ପରେ ଦୀପିକାଙ୍କୁ ଅଭଦ୍ର ଭାଷାରେ ଗାଳି ଦେବା ସହ ତାଙ୍କ ପାଲ ଚିରି ଦେଇଥିଲେ । ଏକଥା ପ୍ରମିଳା ମା ମଧ୍ୟ ନିଜେ ମିଡିଆକୁ ଜଣାଇଛନ୍ତି ।

ଦୀପିକାଙ୍କ ଦିଅର ତଥା ଦିନେଶଙ୍କ ଭାଇ ମନୀଷ ସେମାନଙ୍କ ସାମ୍ନାରେ ଏମିତି ଗାଡି ଚଲାଉଛି ଯେମିତି ତାଙ୍କ ଉପରେ ଗାଡି ଚଢାଇ ଦେବେ । ଦିନେଶଙ୍କ ପରିବାରର ଏଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।