ମୁକେଶ ଅମ୍ବାନୀଙ୍କ ଦୈନିକ ଘର ଖର୍ଚ୍ଚ କେତେ? ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ

ଭାରତର ସବୁଠାରୁ ଧନୀ ତଥା ବିଜନେସ ମ୍ୟାନ୍ ଅଟନ୍ତି ମୁକେଶ ଅମ୍ବାନୀ । ସେ ଜିଓ କମ୍ପାନୀର ମାଲିକ ମଧ୍ୟ ଅଟନ୍ତି । ଯଦି ଆମେ ଧନୀ ଲୋକ ମାନଙ୍କ ଜୀବନ ଯାପନ ପ୍ରଣାଳୀ ବିଷୟରେ ଚର୍ଚ୍ଚା କରିବା ତେବେ ବହୁତ କୌତୁହଳ ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପାଇବା । ଜଣାଶୁଣା ବ୍ୟବସାୟୀମାନେ ବିଳାସପୂର୍ଣ୍ଣ ଏବଂ ଧନୀ ଜୀବନଯାପନ କରନ୍ତି ।

ତାଙ୍କର ଦାମୀ କପଡ଼ା, ବଡ ମହଙ୍ଗା କାର୍, ଘଣ୍ଟା, ବାଇକ, ବଙ୍ଗଳା ଗୁଡିକର ସଂଗ୍ରହ ଥାଏ । ଯଦି ଆମେ ବ୍ୟବସାୟୀ ମୁକେଶ ଅମ୍ବାନୀ ଙ୍କ ବିଷୟରେ କଥା ହେବାକୁ ଯିବା ତେବେ ମୁକେଶ ମଧ୍ୟ ବିଳାସ ପୂର୍ଣ୍ଣ ଜୀବନ ଯାପନ କରନ୍ତି । ମୁକେଶଙ୍କୁ ପୋଷାକଠାରୁ କାର ପର୍ଯ୍ୟନ୍ତ ବ୍ରାଣ୍ଡେଡ୍ ଅଟେ । ଆପଣ ଜାଣନ୍ତି କି ମୁକେଶ ଅମ୍ବାନୀଙ୍କ ପୁରା ପରିବାର ଗୋଟିଏ ଦିନରେ କେତେ ଖର୍ଚ୍ଚ କରନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କୀୟ ତଥ୍ୟ ।

ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ ଯେ ମୁକେଶ ଅମ୍ବାନୀଙ୍କ ପୁରା ପରିବାର ଦିନକୁ ପ୍ରାୟ 7 କୋଟି ଖର୍ଚ୍ଚ କରନ୍ତି । ତାଙ୍କ ପରିବାରର ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । 7 କୋଟି ତାଙ୍କ ପରିବାର ପାଇଁ ବଡ ପରିମାଣ ନୁହେଁ ।

ଚାକରମାନଙ୍କ ଦରମାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ 1 ମାସରେ 7 କୋଟି ଟଙ୍କା ରୁ 10 କୋଟି ଟଙ୍କା ଅଟେ । କଣ ଆପଣଙ୍କ ବିଶ୍ଵାସ ହେଉନାହିଁ ନା । କଣ ଆପଣ ଜାଣନ୍ତି ମୁକେଶ ଅମ୍ବାନୀ ଙ୍କ ଘର ମୁମ୍ବାଇ ରେ ଅବସ୍ଥିତ ଅଟେ ।

ଏହି ଘରର ନାମ ଆନ୍ତେଲିଆ ଅଟେ । ଏହି ଘରର ମାସିକ ବିଦ୍ୟୁତ ବିଲ୍ କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୁକେଶ ଅମ୍ବାନୀ ଙ୍କ ଘର ୨୭ ମହଲା ଅଟେ । ଏହାର ବିଦ୍ୟୁତ ବିଲ ୫ ରୁ ୭ ଲକ୍ଷ ଟଙ୍କା ମାସିକ ଅଟେ ।

କଣ ଚମକି ପଡିଲେ ନା ଆପଣ? ହଁ ଆଜ୍ଞା ଅନେକ ଲୋକ ବର୍ଷକରେ ମଧ୍ୟ ଏତିକି ରୋଜଗାର କରି ପାରନ୍ତି ନାହିଁ । ମୁକେଶ ଅମ୍ବାନୀ ଙ୍କର ଇଲେକ୍ଟ୍ରି ବିଲ ମାସକୁ ଏତିକି ଯାଏ ।

ମୁକେଶ ଅମ୍ବାନୀ ଙ୍କ ମୁଖ୍ୟ ରୋଷେଇଆ ଙ୍କ ଦରମା ୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଡ୍ରାଇଭର ଙ୍କ ଦରମା ୧.୫୦ ଲକ୍ଷ ଟଙ୍କା । ଅନ୍ୟ ଚାକର ମାନେ ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ନେଇଥାନ୍ତି ।

ଏହିପରି ସମୃଦ୍ଧ ଏବଂ ଷ୍ଟାଇଲିସ୍ ଜୀବନରେ ସମଗ୍ର ପରିବାରର ଖର୍ଚ୍ଚ ବଜାୟ ରଖିବା ସମସ୍ତଙ୍କ ସକ୍ଷମର କଥା ନୁହେଁ । ମୁକେଶ ଅମ୍ବାନୀଙ୍କର ଏତେ ଧନ ଏବଂ ସମ୍ପତ୍ତି ଅଛି ଯେ ସେ ଏହି ପ୍ରକାରର ଜୀବନ ଯାପନ କରନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।