ଆଜିର ରାଶିଫଳ, 11 ଅକ୍ଟୋବର 2020, ରବିବାର, ଏହି ୪ଟି ରାଶି ପାଇଁ କୁବେର ଖୋଳିବେ ଧନର ଦ୍ଵାର, ମିଳିବ ଖୁବ ସାରା ଟଙ୍କା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣଙ୍କ ପାରିବାରିକ ସମ୍ପର୍କ ଭଲ ରହିବ । ଅଳ୍ପ ପରିଶ୍ରମ କରି ବି ନିଜର ଉଦେଶ୍ୟ ପୁରା କରି ପାରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି । କଳା ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ଭଲ ରହିବ । କାରୋବାର ସାମାନ୍ୟ ରହିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣ ନିଜର ସବୁ ଗୁପ୍ତ କଥା କୌଣସି ବି ବନ୍ଧୁଙ୍କୁ କୁହନ୍ତୁ ନାହିଁ ।

ବୃଷ

କାର୍ଯ୍ୟରେ ଚାଲେଞ୍ଜର ସାମ୍ନା କରିବାକୁ ପଡିବ ଓ ଏଥିରେ ସଫଳ ବି ହେବେ । ଘରେ ଖୁସିର ପରିବେଶ ରହିବ । ସନ୍ତାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଅଚାନକ ଧନ ମିଳିବ । ଗ୍ରହ ପ୍ରଭାବରୁ ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟରେ ଆପଣ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ପାର୍ଟନରଶିପ ବ୍ୟବସାୟରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖିବା ଦ୍ଵାରା ବ୍ୟବସାୟରେ ଭଲ ଲାଭ ମିଳିବ । ବ୍ୟବସାୟ ବୃଦ୍ଧିରେ ଆପଣ ସଫଳ ହେବେ । ନିଜ କାମ ନିଜେ କରନ୍ତୁ ସଫଳତା ମିଳିବ ।

ମିଥୁନ

ଆପଣ ପାରିବାରିକ ଜଞ୍ଜାଳରେ ବ୍ୟସ୍ତ ରହିବେ । ଅଫିସ କାମରେ ମନ୍ଥରତା ଆସିବ । ଅଫିସରେ ଆପଣଙ୍କୁ ପଦୋନ୍ନତି ମିଳିବା ଦ୍ଵାରା ଆପଣ ଖୁସି ହେବେ । ଆପଣ ବିଦେଶ ଯାଇ ପାରନ୍ତି । ଅଚାନକ ଧନ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତିରେ କମଜୋର ଆସିବ । ବର୍ତ୍ତମାନ ପରିଶ୍ରମ କରିବାର ସମୟ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚିତ ମିଳିବ । ନିଜ ଦାୟିତ୍ଵକୁ ଭୁଲନ୍ତୁ ନାହିଁ ।

କର୍କଟ

ଅଫିସ କାର୍ଯ୍ୟରେ ଆପଣ ବ୍ୟସ୍ତ ରହିବେ । ସୋସାଇଟିରେ ଆପଣଙ୍କ କଥାକୁ ସମସ୍ତେ ଗୁରୁତ୍ଵ ଦେବେ । କୌଣସି ପୈତୃକ ସମ୍ପତିର ଅଧିକାରୀ ହୋଇ ପାରନ୍ତି । ଆପଣଙ୍କ ମନ ଆଧ୍ୟାତ୍ମିକ କ୍ଷେତ୍ର ଆଡକୁ ଢଳିବ । ବ୍ୟବସାୟ ଭଲ ଚାଲିବା ସହ ଭଲ ଲାଭ ମିଳିବ । ଅଫିସରେ ଆପଣ ବ୍ୟସ୍ତ ରହିବେ । ନିବେଶରେ ଭଲ ଲାଭ ମିଳିବ । ଆପଣ ଆପଣଙ୍କ ବ୍ୟବସାୟରେ ପାର୍ଟନରଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ନଚେତ ବ୍ୟବସାୟରେ କ୍ଷତି ହୋଇପାରେ । କୋଟ କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ ।

ସିଂହ

କୌଣସି ଖାସ କାମରେ ଆପଣଙ୍କୁ ଲାଭ ମିଳିପାରେ । ଭାଇ ଭଉଣୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ହୋଇପାରେ । ଜୀବନସାଥି ଆପଣଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି । ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ । ଆମଦାନୀର ସ୍ରୋତ ବଢିବାରୁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆପଣ ଆପଣଙ୍କ ସମ୍ପର୍କୀୟଙ୍କ ସହ ଦେଖା ହୋଇ ବହୁତ ଖୁସି ହେବେ ଏବଂ ସେମାନେ ଆପଣଙ୍କ କୌଣସି କାର୍ଯ୍ୟରେ ସହଯୋଗ ବି କରିବେ । କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡିବ । କୌଣସି ଅପରିଚିତ ବ୍ୟକ୍ତିଙ୍କ ସହ ଆର୍ଥିକ ରୂପରେ ସମ୍ପର୍କ ରଖନ୍ତୁ ନାହିଁ ନଚେତ ଅସୁବିଧାରେ ପଡିବେ ।  ମାନସିକ ଦୁସଚିନ୍ତା ଥିବାରୁ କୌଣସି ବଡ ନିସ୍ପତି ନିଅନ୍ତୁ ନାହିଁ ।

କନ୍ୟା

ଅଫିସରେ ସମସ୍ତଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଅଚାନକ ଭାବେ ନୂଆ ସ୍ରୋତରୁ ଧନ ମିଳିବାରୁ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ର ରେ ପଦୋନ୍ନତି ମିଳିବ । ଆପଣଙ୍କ ନୂଆ ଚିନ୍ତା ଧାରା ଯୋଗୁଁ ଅଫିସରେ ଆପଣଙ୍କର ପ୍ରଶଂସା ହେବେ । ଆପଣ କୌଣସି ଆର୍ଥିକ କ୍ଷେତ୍ରରେ ନିବେଶ କରିବା ଦ୍ଵାରା ଲାଭ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ ଭାର ରହିବ । କିନ୍ତୁ ଏହା ଦ୍ଵାରା ଆପଣ ଧନ ପ୍ରାପ୍ତି କରିବେ । ଚାକିରିରେ ପଦୋନ୍ନତି ମିଳିବ । ଘର ପରିବାରରେ ଶୁଭ ଉତ୍ସବ ହୋଇପାରେ । ଅଯଥା କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ ନଚେତ ଅସୁବିଧାରେ ପଡିବେ ।

ତୁଳା

ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ନିଜ ବ୍ୟବହାରରେ ସନ୍ତୁଳିତ ରଖନ୍ତୁ । କାହା ଉପରେ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ସନ୍ତାନଙ୍କ ପ୍ରଗତି ଦ୍ଵାରା ଆପଣ ଖୁସି ହେବେ । ଛାତ୍ରମାନେ ନିଜ ପରିଶ୍ରମର ଫଳ ପାଇବେ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ । କିନ୍ତୁ ନିଜ ପ୍ରୟାସରେ ସଫଳତା ପାଇବେ । ମନ ବିଚଳିତ ଯୋଗୁଁ କାର୍ଯ୍ୟରେ ସମସ୍ୟା ଆସିପାରେ । ଭାବିବା ଓ ବୁଝିବା ସହ ନିଷ୍ପତି ନେବାରେ ବିଳମ୍ବ ଯୋଗୁଁ କାର୍ଯ୍ୟରେ ସମସ୍ୟା ଦେଖାଦେବ ।

ବିଚ୍ଛା

ନିଜ ଲକ୍ଷ୍ୟ ପୂରଣ ପାଇଁ ନୂଆ ଯୋଜନା କରିବେ । ଆପଣଙ୍କୁ କୌଣସି ଖୁସି ଖବର ମିଳିବ । ଧାର୍ମିକ କାର୍ଯ୍ୟରେ ଆପଣ ଧନ ଖର୍ଚ କରିବେ । ସଂଘର୍ଷ କରନ୍ତୁ କାର୍ଯ୍ୟରେ ସଫଳତା ମିଳିବ । ବିଦେଶ ଯାତ୍ରା କରିବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପରିଶ୍ରମର ଫଳ ମିଳିବ । ଶାରୀରିକ ଓ ମାନସିକ ଚିନ୍ତା ବଢିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଅସୁବିଧାରେ ପଡିବେ । ପରିବାରରେ କାହା ପ୍ରତି ଖରାପ ବ୍ୟବହାର କରନ୍ତୁ ନାହିଁ ।

ଧନୁ

ଆପଣଙ୍କ ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ । ଛାତ୍ରଙ୍କୁ ଶିକ୍ଷକଙ୍କ ପୁରା ସହଯୋଗ ମିଳିବ । ଆପଣ ନୂଆ ନୂଆ ଜିନିଷ ଶିଖିବାରେ ଆଗ୍ରହ କରିବେ । ଆପଣଙ୍କୁ କୌଣସି ଜ୍ଞାନୀ ପୁରୁଷଙ୍କର ମାର୍ଗଦର୍ଶନ ମିଳିପାରେ । କାରୋବାର ଭଲ ଚାଲିବ ଓ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଅଚାନକ ଧନ ପ୍ରାପ୍ତିର ଯୋଗ ଅଛି । ସଂଯମ ଆଚରଣ କରନ୍ତୁ । ଧନ ସଞ୍ଚୟ କରିବେ ଓ ସେହି ପରିମାଣରେ ଖର୍ଚ ମଧ୍ୟ ହେବ ।

ମକର

ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବଢିବ । ଆପଣ ନିଜ ପରିବାର ସହ ସମୟ ବିତାଇବେ । ପୁରୁଣା ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଯାହା ଦ୍ଵାରା କି ଘରକୁ ସମ୍ପର୍କୀୟଙ୍କ ଯିବା ଆସିବା ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଧନର ଦେବା ନେବା କରନ୍ତୁ ନାହିଁ । ନିବେଶରେ ଲାଭ ମିଳିବ । ଖରାପ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବା ଦ୍ଵାରା ବ୍ୟବସାୟରେ ବ୍ୟବଧାନ ଆସିପାରେ ।

କୁମ୍ଭ

ଆପଣ ଭାବିଥିବା କୌଣସି କାମ ପୁରା ହେବ । ଛାତ୍ରଙ୍କୁ ସଫଳତା ମିଳିବ । ପରିବାରରେ ଖୁସିର ପରିବେଶ ରହିବ । ଏହି ସମୟରେ ଆପଣ କୌଣସି ସମ୍ପତ୍ତି କିଣିବାରେ ସଫଳ ହେବେ । ଆପଣ ବହୁତ ଧନଧାନ୍ୟରେ ପରିପୂର୍ଣ ହେବେ । ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଦେଖା ଦେଇ ପାରେ । କିନ୍ତୁ ନିଜ ଚେଷ୍ଟାରେ ସଫଳତା ପାଇବେ । ଆପଣ ଅଳ୍ପ ଚିଡ ଚିଡ଼ା ହୋଇପାରନ୍ତି, ପାଠରେ ମନ ଲାଗିବ ନାହିଁ । ବନ୍ଧୁବାନ୍ଧବଙ୍କ ସହ ମିଶି କୌଣସି କାର୍ଯ୍ୟ କରିବେ ।

ମୀନ

ଆପଣଙ୍କ କାମରେ କୌଣସି ଅନୁଭବି ବ୍ୟକ୍ତି  ଆପଣଙ୍କୁ ସାହାର୍ଯ୍ୟ କରିବେ । ପରିବାର ସହ ବୁଲିବାକୁ ଯାଇପାରନ୍ତି । ଧନକୁ ନେଇ କୌଣସି ଦେବା ନେବା କରନ୍ତୁ ନାହିଁ । ଉଚ ଶିକ୍ଷା ପ୍ରାପ୍ତ କରିବାରେ ସଫଳ ହେବେ । ଆପଣଙ୍କୁ କିଛି ଗଣମାନ୍ୟ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ ଯୋଗୁଁ  ଚିନ୍ତା ବଢିପାରେ । କିନ୍ତୁ କାର୍ଯ୍ୟରେ ଅଧିକ ପରିଶ୍ରମ ଯୋଗୁଁ ସଫଳତା ମିଳିବ । ଆପଣ ଯେଉଁ ପରିଶ୍ରମ କରୁଛନ୍ତି ତାହା ଅନୁସାରେ ଆପଣଙ୍କୁ ଫଳ ମିଳିବ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।