ଆଶ୍ଚର୍ଯ୍ୟ ! ଆମ୍ବ ଗଛ ଉପରେ ତିଆରି ହୋଇଛି ବିଳାସପୂର୍ଣ୍ଣ ଚାରି ମହଲା କୋଠା ଘର ! ଦେଖିଲେ ଆଖି ଖୋସି ହେଇଯିବ…

ଆପଣ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଦୃଷ୍ଟି ଆକର୍ଷକ କଳାକୃତି ଦେଖିଥିବେ । ଆମ ଦେଶରେ ଏପରି ଅନେକ ଆଶ୍ଚର୍ଯ୍ୟ କରିବା ଭଳି ଜିନିଷ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଆମ୍ବ ଗଛରେ ଥିବା ଚାରି ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା । ଆମ୍ବ ଗଛରେ ସବୁ ପ୍ରକାର ସୁବିଧା ଥିବା ଚାରି ମହଲାର ବିଳାସପୂର୍ଣ୍ଣ ଗଛ ନିର୍ମିତ ହୋଇପାରିବ ବୋଲି ଆପଣ ହୁଏତ କେବେ ଚିନ୍ତା କରି ନଥିବେ । କିନ୍ତୁ ଏଭଳି ଏକ ଘର ତିଆରି କରି ଦେଖାଇଛନ୍ତି ଉଦୟପୁରର ଇଞ୍ଜିନିୟର କେ.ପି. ସିଂ ।

ଏହି ଘର ତିଆରି ବେଳେ ଗଛର ଗୋଟିଏ ଡାଳ ବି କଟା ଯାଇନାହିଁ ବରଂ ଗଛର ଡାଳ ଅନୁସାରେ ଘରର ଡିଜାଇନ ପ୍ରସ୍ତୁତ କରାଯାଇଛି । ଏହି ଘରେ ରହିଲେ ସିଧାସଳଖ ପ୍ରକୃତି କୋଳରେ ବାସ କରିବା ଭଳି ଆନନ୍ଦ ଆସେ । ଏହି ଘରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାମାନ ରହିଛି । ବେଡରୁମ୍, ବାଥରୁମ୍, ହଲ୍, କିଚେନ ବାଲକୋନି ଓ ଡ୍ରଇଂ ରୁମ୍ ଭଳି ସୁବିଧା ଏହି ଘରେ ଉପଲବ୍ଧ ରହିଛି । ଏହି ଘର ଦେଖିଥିବା ଏତେ ସୁନ୍ଦର ଯେ ଏହାକୁ ଦେଖିବା ଲୋକର ଆଖି ଲାଖିଯାଏ ।

ଏଭଳି ଘର ବୋଧହୁଏ ପୁଆ ଦୁନିଆରେ ଆପଣଙ୍କୁ ଦେଖିବାକୁ ମିଳି ନପାରେ । ଆଜିକୁ ପ୍ରାୟ ୨୧ ବେଶ ତଳେ ଇଞ୍ଜିନିୟର କେ.ପି. ସିଂ ଏହି ଘରର କଳ୍ପନା କରିଥିଲେ ଓ ପରେ ଏହାକୁ ବାସ୍ତବ ରୂପ ଦେଇଥିଲେ । ଏହି ଟ୍ରି ହାଉସ ଦେଖିବାକୁ ଅନେକ ଲୋକ ଏଠାକୁ ଆସିଥାନ୍ତି । ଏହି ଟ୍ରି ହାଉସ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

କେ.ପି. ସିଂଙ୍କ ଘର ମାଟି ତଳୁ ମାତ୍ର ୯ ଫୁଟ୍ ଉଚ୍ଚରେ ରହିଛି ଓ ୩୯ ଫୁଟ ପର୍ଯ୍ୟନ୍ତ ଘରର ଉଚ୍ଚତା ରହିଛି । ଏହି ଘର ଭିତରକୁ ଯିବାକୁ ବେଳେ ଏକ ରିମୋଟ ଚାଳିତ ସିଡି ବ୍ୟବହାର କରିବାକୁ ପଡିଥାଏ । ଏହି ଟ୍ରି ହାଉସର କୌଣସି ସ୍ଥାନରେ ବିଲକୁଲ ମଧ୍ୟ କାଠର ବ୍ୟବହାର ହୋଇନାହିଁ । ସଂପୂର୍ଣ୍ଣ ଘରଟି ସିଲ୍ଟ ସିଲିଲଡ ସିଲ୍ଟ ଓ ଫାଇବରରେ ହିଁ ନିର୍ମିତ ହୋଇଛି ।

ଗଛର ଡାଳ ଗୁଡିକୁ କଟା ନଯାଇ ଏମିତି ଡିଜାଇନ ଦିଆଯାଇଛି ଯେ ଏହାକୁ ସୋଫା ଭଳି ବ୍ୟବହାର କରାଯାଉଛି । ଏହି ଘରେ ସମୟ ବିତାଇବାକୁ ସମସ୍ତେ ଆଗ୍ରହ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।