ବର୍ତ୍ତମାନ ଭାରତରେ ଆଗଫାନିସ୍ତାନ ପ୍ରବାସୀଙ୍କ ହରତାଳ ଚର୍ଚ୍ଚାର ବିଷୟ ସାଜିଛି । ଭାରତରେ ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ଧରି ପ୍ରବାସ କରି ଆସୁଥିବା ଆଫାନୀ ପ୍ରବାସୀ ବା ଶରଣାର୍ଥୀମାନେ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ହେବ ନୂଆଦିଲ୍ଲୀରେ ମିଳିତ ଜାତିସଂଘର ଉଚ୍ଚ ଶରଣାର୍ଥୀ କାର୍ଯ୍ୟଳୟ ସାମ୍ନାରେ ଧାରଣା ଦେଇ ଆସୁଛନ୍ତି । ପ୍ରବାସୀ ଭାବେ ସ୍ବୀକୃତି ମିଳିବା ସହ ସେମାନଙ୍କ ପିଲାମାନଙ୍କୁ ଯେପରି ଉନ୍ନତ ଭବିଷ୍ୟତ ମିଳିବ ସେଥିପାଇଁ ଏହି ଧାରଣା ଜାରି ରଖାଯାଇଛି ।
ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ସମ୍ପର୍କ ବେଶ ଭଲ ରହିଛି । ପଡୋଶୀ ଦେଶ ପାକିସ୍ତାନର ଶତ ଚେଷ୍ଟା ସତ୍ତ୍ୱେ ଆଫାଗାନିସ୍ତାନ ଓ ଭାରତ ମଧ୍ୟରେ ଲୋକ ସମ୍ପର୍କ ବେଶ ଦୃଢ । କିନ୍ତୁ ଆଫଗାନିସ୍ତାନକୁ ସବୁବେଳେ ବାହ୍ୟ ଶତ୍ରୁ ଆକ୍ରମଣର ଶିକାର ହେବାକୁ ପଡିଛି । ଫଳରେ ଅନେକ ସମୟରେ ଆଫଗାନୀମାନେ ତାଙ୍କ ଦେଶ ଛାଡି ଅନ୍ୟଦେଶକୁ ପଳାଇବାର ନଜର ରହିଛି । ଭାରତ ମଧ୍ୟ ପୂର୍ବରୁ ଅନେକ ଆଫଗାନୀ ଶରଣାର୍ଥୀଙ୍କୁ ସ୍ଥାନ ଦେଇଛି ।
କିନ୍ତୁ ସେମାନଙ୍କ କହିବା ଅନୁଯାୟୀ, ଭାରତରେ ଭାରତୀୟ ମାନଙ୍କୁ ଭଲ ଭବିଷ୍ୟତ ମିଳି ପାରୁନାହିଁ ଏବଂ ଚାକିରି ଖଣ୍ଡେ ପାଇବାକୁ ଅନେକ କଷ୍ଟ କରିବାକୁ ପଡୁଛି । ଏଭଳି ସ୍ଥିତିରେ ଆମେ ମାନଙ୍କ ଭବିଷ୍ୟତ ଏକଦମ ଅନ୍ଧାର ଦେଖାଯାଉଛି । ଭାଷା ସମସ୍ଯା ଯୋଗୁଁ ଭାରତରେ ଆଫଗାନିମାନେ ପାଠ ପଢିବା ମଧ୍ୟ ସେତେ ସହଜ ହେଉନାହିଁ । ସବୁ ସ୍କୁଲ ମାନଙ୍କରେ ଆଡମିଶନ ମଧ୍ୟ ମିଳୁନାହିଁ ।
ତେଣୁ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି କି, ଯଥାଶୀଘ୍ର ଆମର ଭବିଷ୍ୟତ କଣ ହେବ ଆମକୁ ଜଣାଇ ଦିଅନ୍ତୁ । ଯଦି ଆମର ଏଠି ଭବିଷ୍ୟତ ନାହିଁ ତେବେ ଏଠାରେ ରହିବା ମଧ୍ୟ ଲାଭ ନାହିଁ । ଶୀଘ୍ର ଆମ ପିଲାଙ୍କ ଭବିଷ୍ୟତ ନେଇ କୌଣସି ନିଷ୍ପତ୍ତି ନିଅନ୍ତୁ । ନଚେତ ଆମକୁ ଅନ୍ୟ ଦେଶକୁ ଯିବାକୁ ଦିଅନ୍ତୁ । ଯେଉଁଠାରେ ଆମେ ଆମ ପିଲାଙ୍କୁ ପାଠ ପଢାଇବା ସହ ଉତ୍ତମ ଭବିଷ୍ୟତ ଦେଇପାରିବୁ । ପ୍ରବାସୀମାନେ ଏତେ ବର୍ଷ ଧରି ଭାରତରେ ରହି ଆସୁଥିଲେ ମଧ୍ୟ ସେମାନଙ୍କୁ ଭାରତୀୟ ନାଗରିକତା ମିଳି ପାରୁନାହିଁ ।
ଶିକ୍ଷା, ଭାଷା, ଚାକିରି ସବିକିଛି ଅସୁବିଧାର ସାମ୍ନା କରିବାକୁ ପଡୁଛି । ତେଣୁ ଆଫଗାନୀ ପ୍ରବାସୀମାନେ ଶୀଘ୍ର ଏନେଇ କୌଣସି ସମାଧାନ ବାହାର କରନ୍ତୁ ନଚେତ ଆମକୁ ଅନ୍ୟ ଦେଶକୁ ପଠାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।