ଅକ୍ଷୟ କୁମାରଙ୍କ ଫିଲ୍ମରେ କାମ କରିଥିବା ଏହି ଛୋଟ ଶିଶୁଟି ଆଜି ବଲୀଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତା

ଅକ୍ଷୟ କୁମାର ବଲୀଉଡରେ ଆକ୍ସନ ହିରୋ ରୂପରେ ପରିଚିତ ଅଟନ୍ତି । ଅକ୍ଷୟ କୁମାର ନିଜର ଫିଲ୍ମ କ୍ୟାରିୟରରେ ଆକ୍ସନ ସହିତ କମେଡି ଓ ରୋମାଣ୍ଟିକ ଫିଲ୍ମ ବି କରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଅକ୍ଷୟ କୁମାରଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି । ଏହା ସହିତ ଅକ୍ଷୟ କୁମାର ବଲୀଉଡର ସବୁଠୁ ଫିଟ ଓ ପ୍ରସିଦ୍ଧ ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଅକ୍ଷୟ କୁମାର ନିଜକୁ ଫିଟ ରଖିବା ପାଇଁ ଏକ ରୁଟିନକୁ ଫଲୋ କରିଥାନ୍ତି ।

କହିବାକୁ ଗଲେ ୧୯୯୯ରେ ଅକ୍ଷୟ କୁମାରଙ୍କର ଗୋଟିଏ ଫିଲ୍ମ ‘ଜାନୱର’ରେ ଆସିଥିଲା । ଏହି ଫିଲ୍ମ ଅକ୍ଷୟ କୁମାରଙ୍କ କ୍ୟାରିୟର ପାଇଁ ବହୁତ ହିଁ ମହତ୍ଵପୂର୍ଣ୍ଣ ପ୍ରମାଣିତ ହୋଇଥିଲା । ଯାହାକି ସେହି ସମୟରେ ବହୁତ ହିଟ ମଧ୍ୟ ହୋଇଥିଲା । ଜାନୱର ଫିଲ୍ମ ହିଟ ହେବା ପରେ ଅକ୍ଷୟ କୁମାରଙ୍କୁ ଏକ ନୂତନ ପରିଚୟ ବି ମିଳିଗଲା । ଏହା ପରେ ଅକ୍ଷୟ କୁମାର କେବେ ବି ପଛକୁ ଫେରି ନାହାନ୍ତି ।

କିନ୍ତୁ ଏହା ମଧ୍ୟରେ ତାଙ୍କର ବହୁତ ଫିଲ୍ମ ଫ୍ଲପ ବି ହୋଇଛି । କହିବାକୁ ଗଲେ ‘ଜାନୱର’ ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଏକ ଛୋଟ ପିଲା ନଜର ଆସିଥିଲା ଓ ଆଜି ଆମେ ସେହି ଶିଶୁ ବିଷୟରେ ଆପଣଙ୍କୁ କିଛି କହିବାକୁ ଯାଉଛୁ । ଜାନୱର ଫିଲ୍ମରେ ଏହି ପିଲାଟି ତାଙ୍କର ପୁଅ ନ ଥିଲା, କିନ୍ତୁ ଅକ୍ଷୟ କୁମାର ଏହି ପିଲାଟିକୁ ନିଜ ପୁଅ ଭଳି ଭଲ ପାଉଥିଲେ ।

କିନ୍ତୁ ବର୍ତ୍ତମାନ ସମୟର କଥା କହିବା ତ ଅକ୍ଷୟ କୁମାରଙ୍କ ଏହି ପୁଅ ବହୁତ ବଡ ଓ ହ୍ୟାଣ୍ଡସମ ହୋଇ ଯାଇଛନ୍ତି । ଏହି ପିଲାର ଅସଲ ନାମ ଆଦିତ୍ୟ କାପଡ଼ିୟା ଅଟେ । ଆଦିତ୍ୟ କାପଡ଼ିୟାଙ୍କ ଜନ୍ମ ୧୪ ନଭେମ୍ବର ୧୯୮୬ରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବସ ୩୩ ବର୍ଷ ଅଟେ । ଆଦିତ୍ୟ ଏକ ଭଲ ଅଭିନେତା ଅଟନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଫିଲ୍ମରେ କାମ ବି କରିସାରିଛନ୍ତି । ଆଦିତ୍ୟ କାପଡ଼ିୟା ବଲୀଉଡ ଫିଲ୍ମ ସହିତ କେତେକ ସୁପରହିଟ ଟିଭି ସିରିୟଲରେ ବି କାମ କରିଛନ୍ତି ।

ଆଦିତ୍ୟ କାପଡ଼ିୟା ନିଜର କ୍ୟାରିୟରର ଆରମ୍ଭ ଚାଇଲ୍ଡ ଆର୍ଟିସ୍ଟ ରୂପରେ ଟିଭି ଶୋ “ଜସ୍ଟ ମୋହବ୍ବତ”ରୁ କରିଥିଲେ । ଏହା ପରେ ଆଦିତ୍ୟ “ଶାକାଲାକା ବୁମ ବୁମ”, “ଏକ ଦୂସରେ ସେ କରତେ ହୈଂ ପ୍ୟାର ହମ”, “ସୋନପରୀ”, “ବଡ଼େ ଅଚ୍ଛେ ଲଗତେ ହୈଂ” ଭଳି କେତେକ ସିରିୟଲରେ କାମ କରିଛନ୍ତି । ଏହି ସମସ୍ତ ସିରିୟଲକୁ ଆପଣମାନେ ବି ଦେଖିଥିବେ ଓ ସେହି ସମୟରେ ଆଦିତ୍ୟ ଚାଇଲ୍ଡ ଆର୍ଟିସ୍ଟ ରୂପରେ ବହୁତ ପ୍ରସିଦ୍ଧ ଓ ପପୁଲାର ଥିଲେ ଓ ତାଙ୍କର ସେହି ସମୟରେ ବହୁତ ଡିମାଣ୍ଡ ବି ଥିଲା ।

ଖାସକରି “ସୋନପରୀ” ଓ “ଶାକା ଲାକା ବୁମ ବୁମ” ସେହି ସମୟରେ ପିଲାମାନଙ୍କୁ ବହୁତ ପସନ୍ଦ ଆସୁଥିଲା । ଏହି ସମସ୍ତ ସିରିୟଲରେ କାମ କରିବା ପରେ ଆଦିତ୍ୟ ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସବୁ ପ୍ରସିଦ୍ଧ ସିରିୟଲରେ କାମ କରିବା ସହିତ ଆଦିତ୍ୟ ବଲୀଉଡର କେତେକ ଅନ୍ୟ ଫିଲ୍ମରେ ବି କାମ କରିଛନ୍ତି ।

ଯେଉଁଥିରେ “ଜାନୱର”, “ହରୀ ପୁତ୍ତର”, “ଇକ୍କୀସ ତୋପୋଂ କୀ ସଲାମୀ” ଇତ୍ୟାଦି ଫିଲ୍ମ ସାମିଲ ଅଛି । ଏହି ସମସ୍ତ ଫିଲ୍ନ ବକ୍ସ ଅଫିସରେ କିଛି ଖାସ କମାଲ ଦେଖାଇ ପାରିଲା ନାହିଁ କିନ୍ତୁ ଏହି ସମସ୍ତ ଫିଲ୍ମରେ ଆଦିତ୍ୟ କାପଡ଼ିୟାଙ୍କୁ ବହୁତ ପସନ୍ଦ କରାଯାଇଥିଲା ଓ ତାଙ୍କର ଅଭିନୟର ବି ବହୁତ ପ୍ରଶଂସା ହୋଇଥିଲା । କହିବାକୁ ଗଲେ ବର୍ତ୍ତମାନ ଆଦିତ୍ୟ ବଡ ପରଦାରେ ଆସିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଆପଣଙ୍କୁ ଆମର ଏହି ଆର୍ଟିକିଲଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।