ଏକ ବେଲୁନ ଆକାର ବଡ ଉଲକା ଆକାଶରୁ ଖସିଲା । ଯାହା ଦେଖିବାକୁ ଖୁବ ଭୟଙ୍କର ଲାଗୁଛି । ଏହି ଉଲକାକୁ ଦେଖିବାକୁ ଏବେ ସେଠାରେ ଲୋକଙ୍କ ଭିଡ ଜମୁଛି । କାରଣ ଉଲକା ଟି ଆକାଶରୁ ଖସିବା ବେଳେ ଭୟଙ୍କର ଶବ୍ଦ କରିଥିଲା । ଯାହା ଏତେ ଭୟଙ୍କର ଥିଲା ଯେ ଏଭଳି ଶବ୍ଦ ଶୁଣି ଗ୍ରାମବାସୀ ଆତଙ୍କିତ ହୋଇ ଯାଇଥିଲେ । ଉଲକାଟି ଯେତେବେଳେ ଆକାଶରୁ ଧୀରେ ଧୀରେ ତଳକୁ ଖସୁଥିଲା ସେତେବେଳେ ଏହାର ଶବ୍ଦ ବେଶ ଭୟଙ୍କର ଥିଲା ଓ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଥିଲା ।

ଏହି ବିରାଟକାୟ ଉଲକା ପିଣ୍ଡକୁ ଭଲରେ ଦେଖି ନିଅନ୍ତୁ । ଆପଣ ବି ଦେଖିବା ପରେ ଅନୁମାନ କରିପାରିବେ କି ଏହି ଉଲକାପିଣ୍ଡ ସତରେ କେତେ ବଡ ଥିଲା ଓ ଏହା ତଳକୁ ଖସିବା ବେଳେ କିଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବ । ତେବେ ଏଭଳି ଭୟାନକ ଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚଣ୍ଡୀପୁର ଗ୍ରାମରେ । ସେହି ଗ୍ରାମରେ ଏଭଳି ଏକ ଉଲକା ପିଣ୍ଡଟି ଦେଖା ଦେଇଛି ।
ଶୁଣିବାକୁ ବିଶ୍ବାସ ଲାଗୁ ନଥିଲେ ମଧ୍ୟ ସେଠାରେ ଆକାଶମାର୍ଗରୁ ଏକ ବଡ ବେଲୁନ ଭଳି ବିରାଟ ଉଲକା ପଡିଛି । ଯାହାର ଆକୃତି ଧୀରେ ଧୀରେ ବଢିଚାଲିଛି ବୋଲି କହୁଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଉଲକା ପିଣ୍ଡ ଖସିବା ଖବର ପ୍ରସାରିତ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ସହ ଉକ୍ତ ଅଞ୍ଚଳରେ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି ହୋଇଛି ।

ଉଲକା ପିଣ୍ଡଟି ଦେଖିବାକୁ ଧଳା ରଙ୍ଗର ଏକ ବିରାଟ ଗୋଲ ଆକୃତିର ଦେଖା ଯାଉଛି । ଯାହା ପାଖକୁ ମଧ୍ୟ ଯିବାକୁ ଲୋକେ ଭୟ କରୁଛନ୍ତି । ତେବେ ପ୍ରକୃତରେ ଏହା କଣ ଏବେ ଯାଏଁ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଲୋକେ ଏହାକୁ ଉଲକା ବୋଲି କହୁଛନ୍ତି ।
ଏହି ପିଣ୍ଡଟି ଆକାଶରୁ ଖସିବା ବେଳେ ଖୁବ ଜୋରରେ ଭୟଙ୍କର ଶବ୍ଦ ହୋଇଥିବା ବେଳେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ତେବେ ଆଗକୁ ଜଣାପଡିବ ପ୍ରକୃତରେ ଏହି ଉଲକା ପିଣ୍ଡଟି କଣ ଓ ଏହାର ଆକାର କାହିଁକି ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।