ଆକାଶ ମୋ ଠାରୁ ବି ବେଶୀ ଭଲ, ବହୁତ ଭଲ ଘରକୁ ଯାଉଛି ସେଠି ଅଏସ କରିବି… ସ୍ଵାମୀ Akash Acharya ଙ୍କୁ ନେଇ ଏମିତି କହିଲେ ଅଭିନେତ୍ରୀ Lipsa Mishra

ହାତକୁ ଦି’ ହାତ ହୋଇଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ରଙ୍ଗିଲା ବୋହୂ ଲିପ୍ସା ମିଶ୍ର । ଆକାଶ ଆଚାର୍ଯ୍ୟଙ୍କ ସହ ଗତକାଲି ଏକ ପ୍ରାଇଭେଟ ସେରିମନିରେ ବିବାହ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ । ଲିପ୍ସା ତାଙ୍କ ବାହାଘରରେ ଏକ ଲାଲ ରଙ୍ଗର ସୁନ୍ଦର ଲେହେଙ୍ଗା ଦେଖିବାକୁ ମିଳିଛି ଏବଂ ଆକାଶ ମଧ୍ୟ ଲାଇଟ କଲର୍ ର ଏକ ସୁନ୍ଦର ସେରୱାନୀ ପିନ୍ଧିଥିଲେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଷ୍ଟେଜକୁ ମଧ୍ୟ ବେଶ ସୁନ୍ଦର ଭାବେ ସଜା ଯାଇଥିଲା ।

ତେବେ ରାଜ୍ୟରେ ଜଣେ ଅଭିନେତ୍ରୀ ଭାବେ ଅନେକ ଟ୍ରେଣ୍ଡ ସେଟ୍ କରିଥିବା ଲିପ୍ସା ପ୍ରଥମ ଓଡିଆ ଅଭିନେତ୍ରୀ ହୋଇ ପାରିଛନ୍ତି ଯିଏ ତାଙ୍କ ବିବାହରେ ଲୋକପ୍ରିୟ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଲିପ୍ସା କହିଛନ୍ତି କି, ତାଙ୍କ ନିର୍ବନ୍ଧର ଗୋଟେ ଦୁଇଦିନ ପରେ ଆକାଶଙ୍କ ସହ ସେ କୋଲକାତା ଯାଇଥିଲେ ଓ ସେଠାରେ ସବ୍ୟସାଚୀ ଲେହେଙ୍ଗା ପାଇଁ ଅର୍ଡର ଦେଇଥିଲେ ।

ଲେହେଙ୍ଗା ତିଆରି ପାଇଁ ଅଧିକ ସମୟ ଲାଗିବ ବୋଲି ସେମାନେ କହୁଥିବା ବେଳେ ଶୀଘ୍ର ତିଆରି କରିବା ପାଇଁ ସେ ଅନୁରୋଧ କରି ଆସିଥିଲେ । ଦୁଇ ମାସ ପରେ ସେମାନେ ଲିପ୍ସାଙ୍କ ଲେହେଙ୍ଗା ଓ ଆକାଶଙ୍କ ସେରୱାନୀ ପ୍ରସ୍ତୁତ କରି ଡେଲିଭେରି କରିଥିଲେ । ଲିପ୍ସା ତାଙ୍କ ସ୍ଵାମୀଙ୍କୁ ନେଇ କହିଛନ୍ତି କି, ଆକାଶ ବହୁତ ଭଲ ମଣିଷ ଓ ଖୁବ ଭଲ ଜୀବନସାଥି ମଧ୍ୟ ହେବେ । ସେ ବହୁତ କେୟାରିଂ ମୁଁ ତା’ର ବିଲକୁଲ ଓଲଟା । ଆକାଶଙ୍କ ଭଳି ଜୀବନସାଥି ପାଇ ବେଶ ଖୁସି ଥିବା ସେ କହିଛନ୍ତି ।

ଲିପ୍ସାଙ୍କ ବ୍ୟାଚଲର ପାର୍ଟି ଏବଂ ହଲଦୀ ଓ ମେହେନ୍ଦି ସେରିମନିର କିଛି ଝଲକ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଏହାସହ ପ୍ରି-ୱେଡିଙ୍ଗ ଫଟୋସୁଟ୍ ଭିଡିଓ ଓ ଫଟୋ ମଧ୍ୟ ବେଶ ଭଲ ହୋଇଛି । ଏନେଇ ଲିପ୍ସା କହିଛନ୍ତି ଆମ ଓଡିଶା ଠୁ ସୁନ୍ଦର ଆଉ କେଉଁଠି ନାହିଁ । ସେ କୋରାପୁଟରେ ଏହି ସୁଟ୍ କରିଛନ୍ତି ବୋଲି କହିଛନ୍ତି । ତେବେ ରିଲ୍ ଲାଇଫରେ ତ ସେ ଅନେକ ଥର ବାହା ହୋଇଛନ୍ତି କିନ୍ତୁ ରିୟଲ ଲାଇଫରେ ଏହି ଅନୁଭୂତି ଏକଦମ ଅଲଗା ଏବଂ ନିଆରା ।

ତାଙ୍କ ଛାଡି ଯିବେ ବୋଲି ତାଙ୍କୁ ଦୁଃଖ ଲାଗୁଥିଲେ ବି ସେ ବହୁତ ଭଲ ଶାଶୁଘର ପାଇଛନ୍ତି ସେଥିପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ତେବେ ଲିପ୍ସାଙ୍କ ବାହାଘର ଲୁକ୍ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।