ଅଜଣାତରେ ହେଲେ ବି ଏହି 5 ଟି ପାପ କରୁଥିବା ମଣିଷ ସାରା ଜୀବନ ରହିଥାନ୍ତି ଦରିଦ୍ର- Shiv Puran

ମନୁଷ୍ୟ ସୁଖ ଓ ଶାନ୍ତି ପାଇବା ପାଇଁ ଶିବ ପୁରାଣରେ କିଛି କଥା କୁହାଯାଇଛି । ଶିବ ଓ ପାର୍ବତୀ ବାର୍ତାଳାପ ରେ ସଂସାରକୁ କିଛି ଭଲ ଶିକ୍ଷା ଦେଇଛନ୍ତି । ଶିବ ପୁରାଣରେ କୁହାଯାଇଛି ଯେ ମନୁଷ୍ୟ କେଉଁ କର୍ମ କରିବା ଦ୍ଵାରା ପାପ ଭୋଗ କରିଥାନ୍ତି । ଶିବ ପୁରାଣରେ ୫ଟି କଥା ଅଛି ଯାହାକି ମଣିଷ ଅଜଣାତରେ କରି ପାପ ଭୋଗିଥାଏ । ଶିବ ପୁରାଣ କହିବାନୁସାରେ ଏମିତି କରିବା ଦ୍ଵାରା ଶିବ ଦେବତା ରାଗନ୍ତି ।

କଳିଯୁଗରେ କେବଳ ଏକ ଚତୁର୍ଥାଅଂଶ ଧର୍ମ ଅଟେ ସେଥିପାଇଁ ମନୁଷ୍ୟ ପାପ କର୍ମ ଅଧିକ କରିଥାଏ କିନ୍ତୁ ଯଦି ଆପଣ ପ୍ରଭୁଙ୍କ ଉପରେ ଆସ୍ଥା ରଖି ଧର୍ମ ବାଟରେ ରହିଲେ ଦେବତା ଅତି ଶୀଘ୍ର ପାଇ ପାରିବେ । ଯଦି ଆପଣ ଏହି କାମ କରିଥାନ୍ତି ତେବେ ଆପଣଙ୍କ ଦ୍ଵାରା ଅଜଣାତରେ ମଧ୍ୟ କୌଣସି ପାପ ହେବ ନାହିଁ ।

ଆପଣ ଅନେକ କର୍ମ କରିଥାନ୍ତି କିନ୍ତୁ ତାର କିଛି ଭଲ ଫଳ ମିଳିନଥାଏ ଓ ଅଜାଣତରେ କିଛି ଭୁଲ କର୍ମ ଦ୍ଵାରା ବହୁତ ପାପ ହୋଇଥାଏ । ଯାହା ଆପଣଙ୍କର ପୂର୍ଣ ଫଳକୁ ନଷ୍ଟ କରିଦେଇଥାଏ । ଶିବ ପୁରାଣ ଅନୁସାରେ ପାଞ୍ଚୋଟି ପାପ ସବୁଠୁ ବଡ ପାପ ଅଟେ । ଏହି ଯୁଗର ଲୋକେ ମାନସିକ ପାପ କରିଥାନ୍ତି । ଯେତେବେଳେ ଆପଣ ମନରେ ଲୋକଙ୍କ ପାଇଁ ଖରାପ ଚିନ୍ତା ବା କି କାହର ସୁନ୍ଦରତା କୁ ଦେଖି ମନରେ ଖରାପ ବିଚାର ଆଣିବା କିମ୍ବା ଅହିତ ଚିନ୍ତା କରିବା ଓ ଇଶ୍ଵରଙ୍କ ପାଖରେ କାହା ପାଇଁ ଅହିତ ଚିନ୍ତା କରିବା ଏଇଟା ମଧ୍ୟ ବହୁତ ବଡ ପାପ ହୋଇଥାଏ ।

ଆଉ ଏକ ପାପ ହେଉଛି ନିଜ ମୂହରେ କାହାକୁ ଗାଳି ଦେବା କିମ୍ବା କାହାକୁ ନିନ୍ଦା କରିବା ଓ କାହାକୁ ଦୁଃଖ ଦେବା ପାଇଁ ଖରାପ ଭାଷାରେ ଗାଳି ଦେବା ପାପ ଅଟେ । ମନୁଷ୍ୟକୁ ସଦାବେଳେ ମିଠା ବଚନ କହିବା ଦରକାର ଯେଉଁ ଲୋକେ ନିଜ ମୂହରେ ମିଛ କଥା କହିଥାନ୍ତି ତଥା କାଟୁ କଥା କହି କାହାର ଅପମାନ କରିଥାନ୍ତି ଏହାକୁ ପାପ ବୋଲି ମନାଯାଏ । ଏଭଳି ଲୋକେ ସଦାବେଳେ ଗରିବ ହୋଇ ରହିଥାନ୍ତି ।

ଶାରୀରିକ ପାପ ହେଉଛି ମଧ୍ୟ ଆଉ ଏକେ ବଡ ପାପ ଶିବ ପୁରାଣ କହିବାନୁସାରେ ପ୍ରକୃତିକୁ ଇଶ୍ଵରଙ୍କର ରୂପ ବୋଲି ମାନିଥାଉ । ଯଦି କେହି ପ୍ରକୃତି କି କଷ୍ଟ ଦିଏ ବା ନଷ୍ଟ କରେ ପାପର ଭାଗୀଦାର ହୋଇଥାଏ । ପ୍ରକୃତିରୁ ଗଛ କାଟିବା ବା ପଶୁ ଓ ପକ୍ଷୀଙ୍କର ହତ୍ୟା କରିବା ଭଳି କର୍ମ କାଲେ ଗରୁଡ ପୁରାଣ ଅନୁସାରେ ଏହା ଏକ ବଡ ପାପ ହୋଇଥାଏ ଓ ଏହାକୁ ଶାରୀରିକ ପାପ ବୋଲି କୁହାଯାଏ ।

ଯଦି କେହି ଲୋକ ତାର ପାଦରେ କୌଣସି ଛୋଟ କୀଟ ଅଓ ପତଙ୍ଗ ମାରିଥାଏ ତା ମଧ୍ୟ ପାପ ମନାଯାଏ । ଏକ ମହାତ୍ମା ପୁରୁଷ ଯଦି ପୃଥିବୀ ମାତାଙ୍କ ଉପରେ ଗୋଡ ରଖିଲେ ବି ନମସ୍କାର କରିବା ସହିତ କ୍ଷମା ପ୍ରଥନା କରିଥାଏ । ଆଉ ଏକ ବଡ ପାପ ହେଉଛି କାହାର ନିନ୍ଦା କରିବା । ମନୁଷ୍ୟକୁ ମଧ୍ୟ କାହାର ନିନ୍ଦା କରିବା କଥା ନୁହେଁ । ଯଦି ନିନ୍ଦା କରୁଛନ୍ତି ତେବେ ସେ ନିନ୍ଦାର ପାତ୍ର କି ନୁହେଁ ଜାଣିବା ପରେ ତାଙ୍କୁ କିଛି କୁହନ୍ତୁ । କୌଣସି ବଡ ଲୋକ, ଗୁରୁ ଓ ମାତାପିତାଙ୍କର ନିନ୍ଦା କରିବା କଥା ନୁହେଁ ଏଥି ପ୍ରତି ସଦାବେଳେ ଧ୍ୟାନ ଦେବା ଦରକାର । ଶିବ ପୁରାଣ କଥାନୁସାରେ ଚୋରୀ କରିବା  ହତ୍ୟା କରିବା ମଧ୍ୟ ବଡ ପାପ ହୋଇଥାଏ । ତାଙ୍କ ସାଙ୍ଗରେ ମିଶିବା ବା ତାଙ୍କୁ ନିଜ ପାଖରେ ବସିବା ତାଙ୍କୁ କୌଣସି କର୍ମରେ ସାହାର୍ଯ୍ୟ କରିବା ଏହି ସବୁ କର୍ମ କରିବା ଦ୍ଵାରା ଆପଣ ପାପର ଭାଗୀଦାର ହେବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।