ଛୋଟ ଡ୍ରେସ ପିନ୍ଧୁ ଥିଲା ଏହି ଏୟାର ହୋସ୍ଟେସ, ତା ପରେ ଦିନେ ଆସିଲା ଏମିତି ଏକ ଚିଠି କି…

ସମସ୍ତ ଯୁବତୀଙ୍କୁ ନିଜ ପସନ୍ଦର ଓ ନିଜ ହିସାବରେ ଡ୍ରେସ ପିନ୍ଧିବାର ସ୍ଵତନ୍ତ୍ରତା ଅଛି । କିନ୍ତୁ ତଥାପି ଆମର ସମାଜ ଏହା ଉପରେ ନିଜର ଆପତ୍ତି ଦେଖାଇ ଥାନ୍ତି । ଝିଅମାନଙ୍କର ସର୍ଟ ଡ୍ରେସ ଉପରେ ଆଜି ବି କିଛି ଲୋକମାନେ ଆପତ୍ତି କରନ୍ତି । ଆପଣ ପ୍ରାୟତଃ ଶୁଣିଥିବେ କି ଗୁରୁଜନମାନେ କୁହନ୍ତି କି ଝିଅମାନଙ୍କୁ ନିଜ ସୀମା ଭିତରେ ହିଁ ରହିବା ଉଚିତ, ଛୋଟ ଡ୍ରେସ ପିନ୍ଧିବା ଉଚିତ ନୁହେଁ, ରାତିରେ ଘରୁ ବାହାରିବା ଉଚିତ ନୁହେଁ, ଏମିତି ବହୁତ କଥା ଆପଣ ନିଶ୍ଚିତ ଶୁଣିଥିବେ ।

ଝିଅ ମାନଙ୍କର ଛୋଟ ଡ୍ରେସ ଉପରେ କମେନ୍ଟ କରିବା ତ ଯେମିତି ପୁଅମାନଙ୍କର ଜନ୍ମସିଦ୍ଧ ଅଧିକାର ହୋଇଯାଇଛି । କିନ୍ତୁ ଆଜିର ମାମଲା କୌଣସି ପୁରୁଷର କହିବା ଉପରେ ନୁହେଁ ଓଲଟା ଜଣେ ମହିଳା କହିବା ଦ୍ଵାରା ହୋଇଛି । ଆସନ୍ତୁ ଜାଣିବା ପୁରା ମାମଲା….

ପ୍ଲେନରେ ଯିବା ସମୟରେ ପ୍ରାୟତଃ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଥାଏ । ମାମଲା ଅଟେ ଗୋଟିଏ ଏୟାର ହୋଷ୍ଟେସର । ଯେଉଁଥିରେ ଜଣେ ମହିଳାଙ୍କୁ ଏୟାର ହୋଷ୍ଟେସର ଡ୍ରେସ ଦ୍ଵାରା ଏତେ ଅସୁବିଧା ହେଲା କି ସେହି ମହିଳା ଜଣକ ସରକାରଙ୍କୁ କମ୍ପ୍ଲେନ କରିଦେଲେ । ମାମଲା ଏୟାର ଏସିଆ ସହ ଜଡିତ ଅଛି । ଯେଉଁଥିରେ ମହିଳା ଯାତ୍ରୀ ଜଣକ ମାଲେସିୟା ସରକାରଙ୍କୁ ଚିଠି ଲେଖିଛନ୍ତି କି, ଏୟାର ହୋଷ୍ଟେସଙ୍କର ଯୂନିଫର୍ମ ଏମିତି ଅଟେ କି ତାଙ୍କର ବ୍ରେଷ୍ଟ ଓ ଅଂଡରଗାର୍ମେଂଟ ଦେଖାଯାଉଛି ।

ନ୍ୟୁଜିଲ୍ୟାଣ୍ଡ ରେ ରହୁଥିବା ଡା. ଜୂନ ରବର୍ଟସନଙ୍କର କହିବା ଅଟେ କି ଏୟାର ହୋଷ୍ଟେସଙ୍କର ଏହିଭଳି ଡ୍ରେସ ଦ୍ଵାରା ମାଲେସିଆ ବେଇଜ୍ଜତ ହେଉଛି । ଏକ ମାଲେସିଆ ସେନେଟରଙ୍କୁ ସମ୍ବୋଧିତ ପତ୍ରରେ ସେ ଏହା ଲେଖିଛନ୍ତି, ମୋତେ ଏହି ଝିଅମାନଙ୍କର ଅଧିକ ସର୍ଟ ସ୍କର୍ଟ ଦେଖି ବହୁତ ଖରାପ ଲାଗିଲା । ମୋ ଛଡା ଅନ୍ୟ କେତେକ ଲୋକମାନଙ୍କୁ ବି ଏହା ପସନ୍ଦ ଆସିଲା ନାହିଁ ।

ସେ ଆଗକୁ ଲେଖିଛନ୍ତି କି, ‘ଯେତେବେଳେ ଆମେ ଫ୍ଲାଇଟରେ ଥିଲୁ ସେତେବେଳେ ଜଣେ ଏୟାର ହୋସ୍ଟେସ ନିଜର ବ୍ଲାଉଜର ଉପର ପାର୍ଟକୁ ଖୋଲା ରଖିଥିଲା । ଯେଉଁଥିରେ ତାହାର ବ୍ରେଷ୍ଟର ଏକ ଅଂଶ ଦେଖା ଯାଉଥିଲା । ପରେ ବାଧ୍ୟ ହୋଇ ମୋତେ ତାକୁ ଜ୍ୟାକେଟ ବନ୍ଦ କରିବାକୁ କହିବାକୁ ପଡିଲା ।

ଏୟାର ଏସିଆ ଏହା ଉପରେ କୌଣସି ବୟାନ ଦେଇ ନାହାନ୍ତି । ଆପଣଙ୍କୁ କହିଦେଉଛୁ କି ଏହା କୌଣସି ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ବି ଏୟାର ହୋଷ୍ଟେସମାନଙ୍କର ଡ୍ରେସକୁ ନେଇ ଆପତ୍ତି କରାଯାଇଛି ।