ଏହି ଦ୍ରୁଶ୍ୟ ଦେଖିଲେ ଆପଣ ବିଶ୍ଵାସ କରିପାରିବେନି – ଗୁମ୍ଫା ଭିତରେ ରହିଛି ବାଦଲ, ନଦୀ, ପାହାଡ ଓ ଜଙ୍ଗଲ

ଏହି ଦ୍ରୁଶ୍ୟ ଦେଖିଲେ ଆପଣ ବିଶ୍ଵାସ କରିପାରିବେନି

ଏହି ଦୁନିଆରେ ପ୍ରକୃତି ଦ୍ଵାରା ରଚିତ କେତେ ଗୁଡିଏ ଜିନିଷ ଅଛି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହିଁ । ପୃଥିବୀରେ ଏହି ପ୍ରକୃତି ବାଦଲ, ନଦୀ, ପାହାଡ ଓ ଜଙ୍ଗଲ ଆଦି ସୃଷ୍ଟି କରି ମନୁଷ୍ୟକୁ ଏକ ବରଦାନ ଦେଇଛି । ଆଜି ମଧ୍ୟ ଏହି ପ୍ରକୃତିରେ କିଛି ଏମିତି ଜିନିଷ ଅଛି ଯାହା ତାହାର ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିପାରୁ ନାହିଁ । ବୈଜ୍ଞାନିକମାନେ ମଧ୍ୟ ତାର ରହସ୍ୟ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଆସନ୍ତୁ ଜାଣିବା ଏମିତି ଏକ ରହସ୍ୟ ବିଷୟରେ ଯାହା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ବା ଚକିତ ହୋଇଯିବେ ।

ଦୁନିଆରେ ସବୁଠାରୁ ଲମ୍ବା ଗୁମ୍ଫା :

କିଛି ବର୍ଷ ପୂର୍ବରୁ ଭିଏତନାମରେ ଏକ ଗୁମ୍ଫା ବିଷୟରେ ରିସର୍ଚ୍ଚ କରାଯାଇଥିଲା । ଆପଣ ମଧ୍ୟ ଏହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗୁମ୍ଫା ହାଂଗ ସାନ ଦୋଂଗ ନାମରେ ପରିଚିତ । ଏହା ସବୁଠାରୁ ଲମ୍ବା ଗୁମ୍ଫା ବୋଲି କୁହାଯାଏ । ଏହା ୯କିଲୋମିଟର ଲମ୍ବା, ୨୦୦ ମିଟର ଚୌଡା ଓ ୧୫୦ ମିଟର ଉଚ୍ଚତା ଅଟେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଗୁମ୍ଫାରେ ବାଦଲ, ନଦୀ, ପାହାଡ ଓ ଜଙ୍ଗଲ ଆଦି ବହୁତ କିଛି ଅଛି ।

ଏହି ଗୁମ୍ଫା ଭିଏତନାମର ଗ୍ରେଟ ୱାଲ ନାମରେ ପରିଚିତ :

ପ୍ରଥମେ ଏହି ଗୁମ୍ଫା ବନ୍ଦ କରାଯାଇଥିଲା, କିନ୍ତୁ ୨୦୧୩ ମସିହାରେ ଏହି ଗୁମ୍ଫାକୁ ଖୋଲାଯାଇଥିଲା । ସେଠାକୁ ଯିବାକୁ ହେଲେ ସରକାରଙ୍କର ପରମିଶନ୍ ଆଣିବାକୁ ହୁଏ ।   ପ୍ରତେକ ବର୍ଷ ୨୫୦-୩୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାପାଇଁ ପରମିଶନ୍ ମିଳେ । ଶୁଣାଯାଇଛି ଯେ ଏହି ଗୁମ୍ଫାରେ ସରକାର ୯୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାପାଇଁ ପରମିଶନ୍ ଦେଇଛନ୍ତି । ଏହା କ୍ଵାଙ୍ଗ ବିହ୍ନ ର ଫାଙ୍ଗ ହ୍ଣା-କେ ବଙ୍ଗ  ନେସନାଲ୍ ପାର୍କରେ ସ୍ଥିତ । ଏହି ଗୁମ୍ଫା ଭିଏତନାମର ଗ୍ରେଟ ୱାଲ ନାମରେ ମଧ୍ୟ ପରିଚିତ  ଅଛି ।

ଗୁମ୍ଫାରେ ସୂର୍ଯ୍ୟ କିରଣ ମଧ୍ୟ ପ୍ରବେଶ କରିପାରୁଛି ।

ଏହି ଗୁମ୍ଫାକୁ ୧୯୯୧ ମସିହାରେ ଜଣେ ସ୍ଥାନୀୟ ଯୁବକ ରିସର୍ଚ୍ଚ କରିଥିଲେ । ୨୦୦୯ ମସିହାରେ ଯେତେବେଳେ ବ୍ରିଟିଶ ଆସୋସିଏସନ ହସ୍ତକ୍ଷେପ କରିଥିଲେ ସେତେବେଳେ ଏହି ଗୁମ୍ଫାକୁ ଅନ୍ତରାଷ୍ଟ୍ରୀୟ ପରିଚୟ ମିଳିଥିଲା । ଏହି ଆସୋସିଏସନ ପ୍ରଥମ ଥର ପାଇଁ ଏହି ଗୁମ୍ଫା ବିଷୟରେ କହିଥିଲେ । ପ୍ରଥମେ ବୈଜ୍ଞାନିକମାନେ ଏହି ଗୁମ୍ଫାର ୨୦୦ ମିଟର ଉଚ୍ଚତା ଉପରକୁ ଯାଇଥିଲେ, ଏହାପରେ ତା ଭିତରକୁ ଯିବା ପାଇଁ ଦୁଇଟି ରାସ୍ତାର ସନ୍ଧାନ କରିଥିଲେ । ଏହା ଭିତରକୁ ସୂର୍ଯ୍ୟ କିରଣ ମଧ୍ୟ ପ୍ରବେଶ କରିପାରୁଛି ବୋଲି କହିଥିଲେ ।

ଗୁମ୍ଫାରେ ପ୍ରବେଶ କରିବା ପାଇଁ ୧.୯୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଅଗଷ୍ଟ ମାସ ପୂର୍ବରୁ ଏହି ଗୁମ୍ଫାକୁ ଯିବା ପାଇଁ ପରମିଶନ୍ ମିଳିଥାଏ, କାରଣ ଅଗଷ୍ଟ ମାସ ପରେ ତା ଭିତରେ ଥିବା ନଦୀର ଜଳସ୍ତର ବୃଦ୍ଧି ପାଇଥାଏ । ଏହି ବର୍ଷ ସରକାର ୯୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାପାଇଁ ପରମିଶନ୍ ଦେଇଛନ୍ତି । ପର୍ଯ୍ୟଟକମାନେ ଏହା ଭିତରେ ୪ ଦିନ ଓ ୩ ରାତି ରହିପାରିବେ । ଗୁମ୍ଫା ଭିତରକୁ ଯିବାପାଇଁ  ୧.୯୧ ଲକ୍ଷ ଟଙ୍କା ଟିକଟ କରିବାକୁ ପଡିବ । ଏବଂ ୬ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ ଓ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବା ପରେ ତା ଭିତରକୁ ପ୍ରବେଶ କରିପାରିବେ ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ