ଏହି ଏଗ୍ରିକଲ୍ଚର ଛାତ୍ରୀଜଣକ କଲେ ରେକର୍ଡ, ପାଇଲେ ଏତେ ଟଙ୍କାର ପ୍ୟାକେଜ

ଦେଶରେ ପ୍ରଥମ ଥର ଐଗ୍ରିକଲ୍ଚର ଫିଲ୍ଡରେ କୌଣସି ଛାତ୍ରୀଙ୍କୁ ୧ କୋଟି ଟଙ୍କାର ବର୍ଷକର ପ୍ୟାକେଜ ମିଳିଛି । ଏହି ପ୍ୟାକେଜର ଅଫର କରିଛନ୍ତି କୃଷି କ୍ଷେତ୍ରରେ କାମ କରୁଥିବା ବେୟର ଗ୍ରୁପର କମ୍ପାନୀ ମାନ୍ସେଣ୍ଟୋ । ୧ କୋଟି ସ୍ୟାଲେରୀ ପ୍ୟାକେଜ ପାଇଥିବା କବିତା ଫମନ ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ରୁହନ୍ତି । ବର୍ତ୍ତମାନ ସେ ଜାଲଂଧରର ଲବଲୀ ପ୍ରଫେଶନଲ ୟୂନିବର୍ସିଟୀ ରେ ଐଗ୍ରିକଲ୍ଚର (ଅଗ୍ରାନମୀ) ରେ ଏମଏସସୀ କରୁଛନ୍ତି ।

ସେ ଏବେ କନ୍ନାଡା ରେ ଜବ କରିବେ ଯାହା ହଜାର ହଜାର ଛାତ୍ରମାନଙ୍କର ସ୍ଵପ୍ନ ଜାଗା ଅଟେ । ତାଙ୍କର ପ୍ୟାକେଜ ପାଖାପାଖି ୨,୦୦,୦୦୦ କନାଡାଈ ଡଲାର ଅଟେ, ଯାହା କି ଭାରତୀୟ ଟଙ୍କାରେ ପାଖାପାଖି ୧ କୋଟି ୨ ଲକ୍ଷ ଟଙ୍କା ଅଟେ ।

ମାନ୍ସେଣ୍ଟୋ ର କନ୍ନାଡା ବ୍ରାଞ୍ଚରେ କବିତାଙ୍କୁ ମୈନିଟୋବା ଅଫିସରେ ପ୍ରଡକ୍ଶନ ମ୍ୟାନେଜର ପଦ ପାଇଁ ନିଯୁକ୍ତି କରାଯାଇଛି । ସେ ଏହି ମାସରୁ ନିଜର କାମ ଆରମ୍ଭ କରିବେ । ପ୍ରଡକ୍ଶନ ମ୍ୟାନେଜର ରୂପରେ କମ୍ପାନୀର ନିର୍ମାଣର କାମ ବର୍ତ୍ତମାନ ତାଙ୍କ ହାତରେ ରହିବ । ସେ ନିର୍ମାଣ ପ୍ରକ୍ରିୟାର ପ୍ଲାନିଗ ସହିତ ସେଥିରେ ସମନ୍ୱୟ ମଧ୍ୟ ରଖିବେ ।

ସ୍ଵପ୍ନ ସତ ହୋଇଗଲା : କବିତା

କବିତାଙ୍କର ପ୍ରଥମେ ଏକ ପ୍ରାରମ୍ଭିକ ପରୀକ୍ଷା ନିଆଗଲା ଓ ଏହା ପରେ ମାନ୍ସେଣ୍ଟୋ ଅଧିକାରୀମାନେ ତାଙ୍କର ଇଣ୍ଟରଭ୍ୟୁ ନେଲେ । କବିତା କହିଲେ କି, ‘ଏହା ଏକ ସ୍ଵପ୍ନ ସତ ହେବା ଭଳି ଅଟେ । କୃଷି ବିଜ୍ଞାନର ଟେକନିକର ଚେଞ୍ଜେସକୁ ଆପଣାଇବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଜୈବପ୍ରୌଦ୍ୟୋଗିକୀ ରୁ ନେଇ ଡାଟା ସାଇନ୍ସ ର ବ୍ୟବହାର ଭଳି ନୂଆ ନୂଆ ଟେକ୍ନୋଲୋଜି ଏହି ଫିଲ୍ଡ ରେ ବ୍ୟବହୃତ ହେଉଛି । ମୁଁ କମ୍ପାନୀରେ କାମ କରିବା ପାଇଁ ଉତ୍ସାହିତ ଅଛି । ଆହୁରି ମଧ୍ୟ କିଛି ଶିଖିବାକୁ ଚେଷ୍ଟା କରିବି ।

ଅନ୍ୟ ପଟେ ୟୁନିଭର୍ସିଟି କୁ ମଧ୍ୟ ଗର୍ବ ଗର୍ବ ଅନୁଭୂତ ହେଉଛି କି ତାଙ୍କର ଜଣେ ଛାତ୍ରକୁ ଏତେ ବଡ ପ୍ୟାକେଜ ମିଳିଛି । ଏଲପୀୟୂ ର ନିର୍ଦ୍ଦେଶକ ଅମନ ମିତ୍ତଲ କହିଛନ୍ତି କି , ‘କୃଷି ଶିକ୍ଷା କେବେ ବି ସେହି ସୂଚୀରେ ସାମିଲ ନଥିଲା ଯେଉଁଥିରେ ଛାତ୍ରଙ୍କୁ ଏତ ବଡ ଟଙ୍କାର ପ୍ୟାକେଜ ଦିଆଯିବ । ଏହା ପ୍ରଥମ ଥର ପାଇଁ ହୋଇଛି । ତାହା ପୁଣି ୟୁନିଭର୍ସିଟି ର ପଢା ପୁରା ନ କରିବା ପୂର୍ବରୁ । କବିତାଙ୍କ ସଫଳତାରେ କୃଷି ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ।