ଝିଅ କେବେ ବି ହୋଇ ପାରି ନଥାନ୍ତା ମା, ଯେଉଁ କାରଣରୁ ୫୫ ବର୍ଷର ମହିଳା ଦେଲେ ନିଜ ନାତୁଣୀକୁ ଜନ୍ମ

କୁହାଯାଏ କି ଗୋଟିଏ ଝିଅ ପାଇଁ ସବୁଠୁ ଭଲ ସାଙ୍ଗ ତାର ମା ହୋଇଥାଏ । ସବୁବେଳେ ସେମାନେ ପରସ୍ପରର ଦୁଃଖ ବୁଝିଥାନ୍ତି । କୁହନ୍ତି ମା ନିଜ ଝିଅର ଖୁସି ପାଇଁ କିଛି ବି କରି ପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ମା ଏବଂ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି । ଗୋଟିଏ ମା ନିଜ ଝିଅ ପାଇଁ ସେରୋଗେଟ ମଦର ହେଲେ ।

ୱେଲ୍ସରେ ରହୁଥିବା ୫୫ ବର୍ଷର ଏମ୍ମୀ ମାଇଲ୍ସ ନିଜର ହିଁ ନାତୁଣୀକୁ ଜନ୍ମ ଦେଇଛନ୍ତି । କହିବାକୁ ଗଲେ ତାଙ୍କ ଝିଅ ସ୍ମିଥ କେବେ ବି ମା ହୋଇ ପାରିନଥାନ୍ତେ । ଏହା ପରେ ନିଜ ଝିଅକୁ ମାର ସୁଖ ଦେବା ପାଇଁ ଏମ୍ମୀ ତାଙ୍କ ପିଲାର ସେରୋଗେଟ ମଦର ହୋଇ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।

କହି ଦେଉଛୁ କି ଟ୍ରେସୀ ସ୍ମିଥ ପିଲାବେଳୁ ହିଁ MRKH (Mayer-Rokitansky-Kster-Hauser Syndrome) ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ ସେ କେବେ ବି ମା ହୋଇ ପାରିବେ ନାହିଁ । କିନ୍ତୁ ତାଙ୍କର ଓବରୀ ପୂରାପୂରି ଠିକ ଥିଲା । ସ୍ମିଥଙ୍କର ମା ନିଜ ନାତୁଣୀକୁ ଜନ୍ମ ଦେବା ପାଇଁ ବିଟ୍ରୋ ଫର୍ଟିଲାଇଜେଶନ (IVF)ର ସାହାରା ନେଲେ ଓ ନିଜ ଝିଅର ଝିଅକୁ ହିଁ ଜନ୍ମ ଦେଲେ ।

କଣ ହୋଇଥାଏ ଏହି ବିଟ୍ରୋ ଫର୍ଟିଲାଇଜେଶନ (IVF)

ଏହି ବିଟ୍ରୋ ଫର୍ଟିଲାଇଜେଶନ (IVF) ଏକ ଏମିତି ପ୍ରକ୍ରିୟା ଅଟେ, ଯେଉଁଥିରେ ମହିଳାଙ୍କର ଅଣ୍ଡାଶୟରୁ ଅଣ୍ଡା ବାହାର କରି ତାହାର ସମ୍ପର୍କ ଦ୍ରବ ମାଧ୍ୟମରେ ଶୁକ୍ରାଣୁ ସହ କରାଯାଇଥାଏ । ଏହା ପରେ ଏହି ଭ୍ରୂଣକୁ ପିଲାକୁ ଜନ୍ମ ଦେବାର ଥିବା ମହିଳାଙ୍କ ଭିତରେ ରଖାଯାଏ । ଏହି କୃତ୍ରିମ ଗର୍ଭ ଧାରଣ ପ୍ରକ୍ରିୟା ସବୁଠୁ ପ୍ରଭାବୀ ପ୍ରକ୍ରିୟା ବୋଲି କୁହାଯାଏ । ଏହି ପ୍ରକ୍ରିୟାର ସାହାର ନେଇ ଏମ୍ମୀ ନିଜର ନାତୁଣୀକୁ ଜନ୍ମ ଦେଲେ ।

କହିଦେଉଛୁ କି ଏମ୍ମୀଙ୍କର ବୟସ ଅଧିକ ଥିଲା ସେଥିପାଇଁ ପ୍ରେଗନେଣ୍ଟ ହେବା ପାଇଁ ତାଙ୍କୁ ନିଜର ଓଜନ ୩୮ କିଲୋ କମ କରିବାକୁ ପଡିଲା । ଏହା ସହିତ ସେ ପ୍ରେଗନେଣ୍ଟ ହେବା ପାଇଁ ମଧ୍ୟ ବହୁତ ହାର୍ମୋନଲ ମେଡିକେଶନର ମଧ୍ୟ ସାହାରା ନେଇଛନ୍ତି ।

ପ୍ରଥମ ଥର କେବେ ହୋଇଥିଲା ଏହି ପ୍ରକ୍ରିୟାର ଉପଯୋଗ

କହିଦେଉଛୁ ଯେ ବିଶ୍ଵରେ ପ୍ରଥମ ଥର IVF ପ୍ରକ୍ରିୟାର ପ୍ରୟୋଗ ୟୂନାଇଟେଡ କିଙ୍ଗଡମ ର ପୈଟ୍ରିକ ସ୍ଟେପୋ ଓ ରବର୍ଟ ଏଡବର୍ଡସ କରିଥିଲେ । ଏହି ପ୍ରକ୍ରିୟାରେ ଜନ୍ମିତ ପିଲାର ନାମ ଲୁଈସ ବ୍ରାଉନ ଥିଲା । ଲୁଈସ ଜନ୍ମ ୨୫ ଜୁଲାଇ ୧୯୭୮ ମସିହାରେ ହୋଇଥିଲା । ଭାରତରେ ଏହି ଟେକନିକର ଉପଯୋଗ ଡାକ୍ତର ସୁଭାଷ ମୁଖୋପାଧ୍ୟାୟ କରିଥିଲେ ।