କାହାକୁ ଦେଖିବ ଦେଖ…ଇଂଲିଶର ଧଜିଆ ଉଡାଇଲେ BEO…ଆଗରୁ ସାରଙ୍କୁ ଆସୁନଥିଲା ଗଣିତ, ହେଲେ ଏବେ…

ବନ୍ଧୁଗଣ ପିଲାଙ୍କୁ ପଣିକିଆ ଆସୁ ନାହି । କେଉଁ ଶ୍ରେଣୀରେ ପଢୁଛନ୍ତି କହିପାରୁ ନାହାନ୍ତି । ସାର ଙ୍କୁ ଗଣିତ ଆସୁନି । ଆଉ ଏବେ ଅଫିସର ଇଂରାଜୀରେ ଦୁର୍ବଳ । ଯାହାକୁ ଦେଖିବେ ସବୁ ବବୁ ମାନେ ଏକ ଭଳି ଲାଗୁଛନ୍ତି । ଖଜୁରୀ ଗଛର କି ଗୁଣ ଗାଇବି, ଉପରୁ ପାହାଚ ପାହାଚ ଏ ଢଗ ଟି ଗଣ ଶିକ୍ଷା ବିଭାଗ ପାଇଁ ହିଁ ଲାଗୁ ହୋଇ ପାରିବ । ଆଗରୁ ସାର ଙ୍କୁ ଗଣିତ ଆସୁ ନ ଥିଲା । ହେଲେ ଏବେ ସମାନ ଫାସରେ ପଡିଛନ୍ତି ଅଫିସର । ବିଭାଗର ଅଫିସରଙ୍କ ଇଂରାଜୀ ଦୁର୍ବଳ । ଆପଣ ମାନେ ଏହି ଭିଡିଓ ରେ ଚିଠି ଦେଖି ପାରିବେ ।

ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ ଶିକ୍ଷା ଅଧିକାରୀ ସବୁ ସ୍କୁଲ ପ୍ରଧାନଶିକ୍ଷକ ଙ୍କୁ ଚିଠି ଲେଖିଛନ୍ତି । ଚିଠି ରେ କୌଣସି ଗୋଟିଏ ଧାଡି ବି ଠିକ ନାହି । ସମିତି ଜ୍ଞାନ ସତ୍ବେ ବାବୁ ଓଡିଆରେ ନ ଲେଖି ଇଂରାଜୀ ରେ ଲେଖିବାକୁ ସାହସ ଯୁଟାଇ ଥିବାରୁ ସାବାସ । ସବୁ ବାକ୍ୟ ରେ ସବଜେକ୍ଟ, ଅବଜେକ୍ଟ, ଭର୍ବ ସବୁ ଭୁଲ ରହିଛି । ବାକ୍ୟ ରେ ଟେନ୍ସ କଣ ବୁଝିବା ମୁସ୍କିଲ ହୋଇ ପଡୁଛି ଠି ଚିଠି ରେ । ଏହିଭଳି ସମୟରେ BEO ଙ୍କୁ ୧୦ଟି ଇଂରାଜୀ ବହି ଯୋଗାଇ ଦେବାକୁ ସୋସିଆଲ ମିଡିଆରେ ଜଣେ ପୋଷ୍ଟ କରିଛନ୍ତି । ବହିର ନାଁ ଓ ଅର୍ଥର ଙ୍କ ସହ ଲେଖିଛନ୍ତି ।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏହି ଚିଠି ଟି ଘୁରି ବୁଲିବାରେ ଲାଗିଛି । ଯଦି ଜଣେ ଅଫିସର ସୀମିତ ଜ୍ଞାନରେ ଏତେ ବଡ ପଦ ହାତେଇ ପାରୁଛନ୍ତି ତେବେ ଅନ୍ୟ ମାନଙ୍କ କଥା ଏଠାରେ କିଏ ବା ପଚାରେ ? ଦିନକୁ ଦିନ ସରକାରି ଶିକ୍ଷା ବ୍ୟବସ୍ଥାର ବିକଳାଙ୍ଗ ଚିତ୍ର ସାମନାକୁ ଆସୁଛି । ସରକାର ଘୋଡାଇବାକୁ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହେଉ ନାହି । ରଙ୍ଗ ଦେଇ ଅଳିଆ ଚିତ୍ର ହଟାଇବାକୁ ବିଭାଗ ଅଣ୍ଟା ଭିଡିଲେ ବି କାମ ଦେଉ ନାହି । କାରଣ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହିଁ ଦୁର୍ବଳ ରହିଛି ।

ଗତ କିଛି ଦିନ ତଳେ ସରକାରୀ ସ୍କୁଲ ପିଲାଙ୍କୁ ପାଠ ପଢା ଓ ସରଙ୍କ ଜ୍ଞାନ ଶିକ୍ଷା ସୋସିଆଲ ମିଡିଆରେ ଦେଖା ଯାଉଛି । ନିଜେ ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କରି ସ୍କୁଲର ବାସ୍ତବ ଚିତ୍ର ସାମନାକୁ ଆଣିଛନ୍ତି । ତେବେ ଗଣ ଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ଏ ନେଇ କଣ ମତ ରଖୁଛନ୍ତି ଆଉ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର ରହିବ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଶିକ୍ଷା ବ୍ୟବସ୍ଥା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।