ଅଗାଧୁଆ ତୋଳୁଛନ୍ତି କି ଫୁଲ, ଜାଣନ୍ତୁ ଫୁଲ ତୋଳିବାର ନିୟମ ! ଜାଣି ନିଅନ୍ତୁ ନଚେତ ଘଟିବ ମହା ଅନର୍ଥ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଠାକୁର ପୂଜା କରିବା ପାଇଁ ଆମେ ମାନେ ନିତ୍ୟ ସକାଳୁ ଉଠି ଫୁଲ ତୋଳିଥାଉ । ହେଲେ ଏହି ଫୁଲ ତୋଳିବା ବେଳେ ଆମ ସମସ୍ତଙ୍କୁ କିଛି ତଥ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ । କାରଣ ଏହି ଫୁଲ ତୋଳାକୁ ନେଇ ଶାସ୍ତ୍ରରେ ଅନେକ କିଛି ନିୟମ ମଧ୍ୟ ରହିଛି । ଯଦି ଆମେ ନୀତି ବିରୋଧୀ କରି କାର୍ଯ୍ୟ କରିଥାଉ । ତେବେ ଫୁଲ ତୋଳା ବ୍ୟର୍ଥ ଯାଇଥାଏ । ଅନେକ ଲୋକ ଅଛନ୍ତି କି, ଯେଉଁ ମାନେ ନିଜ ଘରେ ଫୁଲ ଗଛ ନଥିଲେ ।

ସେମାନେ ଫୁଲ ତୋଳିବା ପାଇଁ ଅନ୍ୟ ବାଡି ଘରକୁ ଯାଇ ସେଠାରୁ ଫୁଲକୁ ଚୋରୀ କରି ଫୁଲ ଆଣିଥାନ୍ତି । ହେଲେ ଫୁଲକୁ ଏପରି ଚୋରୀ କରି ଆଣି ସେହି ଫୁଲରେ ପୂଜା କରିବା ଅନୁଚିତ । ଯଦି ସମ୍ଭବ ଫୁଲ ଗଛର ମାଲିକଙ୍କୁ ପଚାରି ଅଥବା ଫୁଲକୁ ପ୍ରଣାମ କରି ସେଠାରୁ କିଛି ଫୁଲ ଆଣିପାରିବେ । ଫୁଲ ତୋଳିବା ସମୟରେ ଶରୀରରେ ତେଲ ଲଗାଇ ଫୁଲ ତୋଳିବା ଶାସ୍ତ୍ର ବିରୋଦ୍ଧି କାର୍ଯ୍ୟ ଅଟେ ।

ତେଣୁ ଶରୀରରେ ତେଲ ଲଗାଇ ଫୁଲ ତୋଳନ୍ତୁ ନାହିଁ । ଏହା ସହ ଚପଲ ପିନ୍ଧି ମଧ୍ୟ ଫୁଲ ଗଛରୁ ଫୁଲ ତୋଳିବା ଉଚିତ ନୁହେଁ । ପାଦରୁ ଚପଲ ଉତ୍ତାରୀ ଫୁଲ ତୋଳନ୍ତୁ । ଏହା ଦ୍ଵାରା ଆପଣଙ୍କ ଫୁଲ ତୋଳିବା ସାର୍ଥକ ହୋଇଥାଏ । ଏହା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଇଥାଏ । ଅନେକ ଲୋକଙ୍କର ମନରେ ପ୍ରଶ୍ନ ଥାଏ କି ? ସ୍ନାନ ନକରି ଫୁଲ ଆପଣ ମାନେ ତୋଳିପାରିବେ ।

ହେଲେ ଫୁଲ ତୋଳିବା ପୂର୍ବରୁ ଆପଣ ଉଠିକି ପ୍ରଥମେ ନିଜର ଗୋଡ, ହାତ ଓ ମୁହଁ ଧୋଇକି ଏବଂ ଶରୀରରେ ଅଳ୍ପ ପାଣି ଛିଞ୍ଚି ହୋଇକି ଫୁଲ ତୋଳିବା ଉଚିତ ବୋଲି ଶାସ୍ତ୍ରରେ ନିୟମ ରହିଛି । ଏହା ଛଡା ସୂର୍ଯ୍ୟ ପରାଗ, ଚନ୍ଦ୍ର ଗହଣ ଓ ଶୁଦ୍ଧିକ୍ରିୟା ପର ଦିନ ବିନା ସ୍ନାନ କରି ଫୁଲ ତୋଳିବା ଅନୁଚିତ । ଅନେକ ଲୋକ ପୂଜା କରିବାର ଗୋଟିଏ ଦିନ ପୂର୍ବରୁ ଫୁଲ କିମ୍ବା ଫୁଲ କଢ ତୋଳି ଆଣି ଘରେ ରଖିଥାନ୍ତି ।

ତାହାକୁ ପର ଦିନ ଯାଇ ପୂଜା କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଏପରି କରିବା କିନ୍ତୁ ଶାସ୍ତ୍ର ବିରୋଦ୍ଧି ଅଟେ । କାରଣ ଗୋଟିଏ ଦିନ ପରେ ଫୁଲ ବାସୀ ହୋଇଯାଇଥାଏ । କେବଳ ସ୍ଵର୍ଣ୍ଣଚମ୍ପା ଫୁଲ ଓ ପଦ୍ମ ଫୁଲକୁ ପୂଜା କରିବାର ଗୋଟିଏ ଦିନ ପୂର୍ବରୁ ତୋଳିକି ରଖି ପାରିବେ । କାରଣ ଏହି ୨ ଫୁଲ କିଛି ଦିନ ରଖିଲା ପରେ ହୁଏତ ମୌଳୀ ଯାଇପାରେ ।

ହେଲେ ଏହା କେବେ ବି ବାସୀ ହୋଇନଥାଏ । ତେବେ ଏହି ସବୁ ନିୟମ ମାନି କରି ଫୁଲ ତୋଳିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ