ଆଗକୁ ମାଡି ଆସୁଛି କି ବଡ ବିପଦ ! ଅଦିନରେ ଝଡିପଡୁଛି ମହା କଳ୍ପବଟରୁ କଞ୍ଚା ପତ୍ର, ଏନେଇ ବଟର ମହନ୍ତ ଖୁଲାସା କଲେ ଭୟଙ୍କର ତଥ୍ୟ… ଦେଖନ୍ତୁ Video

ଅଦିନରେ ପତ୍ରଝଡା ଦେଉଛି ମହାପରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ମହା କଳ୍ପବଟ । ଖାଲି ସେତିକି ନୁହେଁ ମହା କଳ୍ପବଟଙ୍କ ସମେତ ପୀଠରେ ଥିବା ଅନ୍ୟ ବଟବୃକ୍ଷ ଗୁଡିକରୁ ମଧ୍ୟ ପତ୍ର ଝଡି ଚାଲିଛି । କଞ୍ଚା ପତ୍ର ସବୁ ଝଡି ଯିବାରୁ ବଟବୃକ୍ଷ ସମେତ ସମଗ୍ର ପୀଠ ଖାଁ ଖାଁ ଦେଖାଯାଉଛି । ପୁରୁଖା ଲୋକମାନେ ଏଘା ଦେଖି କହୁଛନ୍ତି ପୂର୍ବରୁ ଏଭଳି କେବେବି ହୋଇ ନଥିଲା । ସେଠାରେ ନା ଭଜନ କୀର୍ତ୍ତନ ହେଉଛି ନା ଭକ୍ତ ମାନଙ୍କର ଭିଡ ଲାଗୁଛି । ଭୋଗ ଦୋକାନ ସବୁବି ବନ୍ଦ ହୋଇଯାଇଛି ଓ ଚାରିଆଡେ ଶୂନଶାନ ଲାଗୁଛି ।

ଏହା ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟ । ମହା କଳ୍ପବଟ ସମେତ ପୀଠରେ ଥିବା ଅନ୍ୟ ବଟବୃକ୍ଷରେ ପତ୍ରଟିଏ ବି ନାହିଁ । ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉଦ୍ୟାନ ବିଭାଗର ଅଧିକାରୀ ସମସ୍ତେ ଏହାର କାରଣ ଦେଖିବାକୁ ଆସିଛନ୍ତି । ବୃକ୍ଷ ମାନଙ୍କରେ ଔଷଧ ସିଞ୍ଚନ କରାଯାଉଛି । ଆଉ ସେଥିପାଇଁ ମହାପୁରୁଷଙ୍କ ଦର୍ଶନ ବନ୍ଦ ରହିଛି । ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ବ୍ୟାରିକେଡ଼ ବାହାରୁ ଦର୍ଶନ କରୁଛନ୍ତି ।

ତେବେ ଏହି ସବୁ ଦୃଶ୍ୟ ଦେଖି ଶ୍ରଦ୍ଧାଳୁ ମାନେ ହତବାକ ହୋଇ ପଡିଛନ୍ତି । ଆଗରୁ କେବେବି ପୀଠରେ ଥିବା ବଟବୃକ୍ଷ ମାନଙ୍କର ଏଭଳି ଅବସ୍ଥା ଦେଖିବାକୁ ମିଳି ନଥିଲା । ତେବେ ହଠାତ ଏଭଳି ହେବା ବିଲକୁଲ ବି ଶୁଭ ସଂକେତ ନୁହେଁ ବୋଲି ନେମାଳ ବଟର ମହନ୍ତ କହିଛନ୍ତି ।

କଳ୍ପବଟରୁ ସବୁ ପତ୍ର ଝଡିଯିବା ଓ ବଡ ଦେଉଳ ଉପରେ ଚିଲ ଉଡିବା ଏସବୁ ଅଶୁଭ ସଂକେତ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଘୋର କଳିରେ ପ୍ରଭୁ ଗୁପ୍ତ ଭାବେ ରହିଥିଲେ । କିନ୍ତୁ ଏବେ ପ୍ରକଟ ହେଉଛନ୍ତି । ଆଉ ତାଙ୍କର ପ୍ରକଟ ସମୟରେ ବଟ ଘାଟ ସବୁ ନଷ୍ଟ ହୋଇଯିବ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି ଏଥିରେ ଭୟ କରିବାର କିଛି ନାହିଁ । ପୀଠରେ ଥିବା ବଟବୃକ୍ଷ ମାନଙ୍କରେ ଏକ ପ୍ରକାରର ପୋକ ସଂକ୍ରମଣ ହୋଇଛି ।

ଯାହାଫଳରେ କଞ୍ଚା ପତ୍ର ସବୁ ଝଡିପଡିଛି । ସେଥିପାଇଁ ଏବେ ବିଷ ଔଷଧ ପ୍ରୟୋଗ କରାଯାଉଛି । ଏହା ଶୀଘ୍ର ଠିକ ହୋଇଯାଉ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।