ଆଜି ସାରା ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା

ନମସ୍କାର ବନ୍ଧୁଗଣ । ଭିଜିଲାଳ ସାରା ରାଜ୍ୟ ବର୍ଷା ରେ । ଅସହ୍ୟ ଗରମ ଓ ଗୁଳୁଗୁଳି ରୁ ମିଳିଲା ଆଶ୍ଵସ୍ତି । ଏବେ ରାଜ୍ୟରେ ଆରମ୍ଭ ହୋଇ ଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା । ମାଲକାନାଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଜାଗାରେ ମୌସୁମୀ ପ୍ରବେଶ କରିଛି । ବହୁତ ଜଲ୍ଦି ସାରା ରାଜ୍ୟ କୁ ମୌସୁମୀ ବାୟୁ ଛୁଇଁବ । ଆଗାମୀ 4ରୁ 5 ଦିନ ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଏବଂ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ଜଗସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଓ କନ୍ଧମାଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ଓଡିଶାର ସବୁ ଜିଲ୍ଲା ଓ ଆଭ୍ୟନ୍ତରଣୀୟ ଓଡିଶାର କିଛି ଜିଲ୍ଲା ର ଗୋଟେ ଦୁଇ ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରା ଯାଉଛି । କେତେକେ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।

ଏହା ଫଳରେ ଆଗାମୀ 4ରୁ 5 ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା 3ରୁ 5 ଡିଗ୍ରୀ ଯାଏଁ କମିପାରେ । ସେପଟେ ପଶ୍ଚିମ କେନ୍ଦ୍ରୀୟ ଓ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗାର ରେ ସୃଷ୍ଟି ହୋଇଛି ଘୂର୍ଣ୍ଣୀ ବଳୟ । ଏହା ଘନୀଭୂତ ହୋଇ ଲଘୁଚାପ ରେ ପରିଣତ ହେବାର ସମ୍ଭାବନା ରହିଛି । ଆଜି ଆଭ୍ୟନ୍ତରଣୀୟ ଜିଲ୍ଲା ଯେମିତି ଗଞ୍ଜାମ, ସୋନପୁର, କନ୍ଧମାଳ, ବରଗଡ, ସମ୍ବଲପୁର, ବୌଦ, ନୂଆପଡା, ନବରଙ୍ଗପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ହାଲକା ରୁ ମାଧ୍ୟମ ଧ୍ନରଣର ବର୍ଷା ହୋଇପାରେ । ଆସନ୍ତା କାଲି ମୌସୁମୀ ଆହୁରି ଅଧିକ ସକ୍ରିୟ ହୋଇଯିବ । ଆସନ୍ତା କାଲି ଘୂର୍ଣ୍ଣୀ ବଳୟ କ୍ଷେତ୍ରରେ ଜୋର ରେ ଆକ୍ଟିଭେଟ ହୋଇଯିବ ଓ ଘନୀଭୂତ ମଧ୍ୟ ହେବ । ଏହାର ପ୍ରଭାବରେ ଉତ୍ତର ଓଡିଶା, ଉପକୂଳବର୍ତ୍ତୀ ଓଡିଶା, ଉତ୍ତର ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବାର ଆଶଙ୍କା କରା ଯାଉଛି । ଏହା ଛଡା ଛୋଟ ଛୋଟ ଘୂର୍ଣ୍ଣୀ ବଳୟ ହେବାର ସମ୍ଭାବନା ରହିଛି । ଜୁଲାଇ ପ୍ରଥମ ସପ୍ତାହ ଯାଏଁ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।