ଅଧରାତିରେ ଶୀତରେ ଥରି ଥରି ଥାନାର ଦ୍ଵାରସ୍ଥ ହେଲେ ବୃଦ୍ଧ ଦମ୍ପତି, ଯାହା ସବୁ କହୁଛନ୍ତି ଶୁଣିଲେ ଆପଣ କୋହ ସମ୍ଭାଳି ପାରିବେନି, ଦେଖନ୍ତୁ video

ଅଧରାତିରେ ହାତ ଧରାଧରି ହୋଇ ଥାନା ଭିତରକୁ ପଶୁଛନ୍ତି ବୃଦ୍ଧ ସ୍ଵାମୀ-ସ୍ତ୍ରୀ । ଶୀତ ରାତିକୁ ପରିଣତ ବୟସର ବୋଝ ଅଣ୍ଟା ନୁଆଁଇ ଦେଇଛି । ହେଲେ ବି ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି । କଣ ବା ଆଉ କହିବେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । ଏ ଦୃଶ୍ୟ ଦେଖିଲେ ଆପଣ ହଠାତ କିଛି ଠଉରାଇ ପାରୁ ନଥିବେ । ଆପଣ ଭାବିଥିବେ ବୃଦ୍ଧ ଦମ୍ପତି ଥାନାରେ ଏମିତି କାହିଁକି କାନ୍ଦୁଛନ୍ତି । ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିପଡିବ । ଏମିତି ପୁଅ ଥାଇ ଲାଭ କଣ ଆପଣଙ୍କ ପାତିରୁ ବି ବାହାରି ପଡିବ ।

ପରିଣତ ବୟସରେ ଜନ୍ମ କଲା ପୁଅ ପର କରିଦେଲା । ଆଉ ସାହାର ପାଇଁ ରାତିଅଧରେ ଯାଇ ଥାନାରେ ହାଜର ହେଲେ ବାପମା’ । ଦମ୍ପତିଙ୍କ ବୟସ 80 ପାର ହୋଇଥିବାରୁ ଚାଲିବା ବୁଲିବା ଆଉ ତାଙ୍କ ପକ୍ଷରେ ସମ୍ଭବ ହେଉନି । ହେଲେ ଅଧରାତିରେ ଥାନାକୁ ଆସିବାକୁ ଆଜି ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି । ଯେଉଁ ପୁଅକୁ ଆଶ୍ରା କରି ବଞ୍ଚିଥିଲେ ସେ ଆଜି ସାତପର କରିଦେଇଛି । ନା ଭଲମନ୍ଦ କଥା ପଚାରୁଛି ନା ଶାନ୍ତିରେ ଖାଇବାକୁ ଗଣ୍ଡେ ଦେଉଛି ।

ଖାଲି ଏତିକି ନୁହେଁ ବରଂ ଏ ବୟସରେ ବାପାମା’ଙ୍କୁ ମାଡ ମାରୁଥିବା ନେଇ ମଧ୍ୟ ସେମାନେ ଥାନାରେ ଅଭିଯୋଗ ଆଣିଛନ୍ତି । ବାଲେଶ୍ଵର ସୋରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଏମାନେ ହେଉଛନ୍ତି ସୋର ଅଞ୍ଚଳର ଦୀନବନ୍ଧୁ ମାଝୀ ଓ ପାର୍ବତୀ ମାଝୀ ।

ଚର୍ମ ପୁରା ଧୁଡଧୁଡ ହେଉଛି, ହେଲେବି ଘରେ ଏମାନେ ଏତେ ନିର୍ଯ୍ୟାତନା ପାଉଛନ୍ତି ଯେ ଶେଷରେ ଅଧରାତିରେ ଥାନାରେ ଯାଇ ପହଞ୍ଚିଛନ୍ତି । ଶୀତ ରାତିରେ ଯବାନ ପିଲାଙ୍କ ପାଦ ମଧ୍ୟ ଆଗକୁ ବଢେନି । ହେଲେ ପରିସ୍ଥିତିର ଶିକାର ହୋଇ ଥାନାକୁ ନ୍ୟାୟ ଭିକ୍ଷା କରିବାକୁ ଆସିଛନ୍ତି ଏହି ବୃଦ୍ଧ ଦମ୍ପତି । ଏ ବୟସରେ ରାନ୍ଧିବାଢି ଗଣ୍ଡେ ଖାଇବାକୁ ସକ୍ଷମ ନଥିବା ବେଳେ ପୁଅ-ବୋହୂ ଓ ନାତି ଖାଇବାକୁ ନଦେଇ ମାରପିଟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି ।

ପୁଅ ଜନ୍ମ ବେଳେ କେତେ ଖୁସି ହୋଇ ନଥିବେ ବାପାମା’ ! ହେଲେ ସେତେବେଳେ କେମିତି ବା ଜାଣିଥାନ୍ତେ ଯେ ପୁଅ ବଡ ହୋଇ ତାଙ୍କୁ ଖାଇବାକୁ ଗଣ୍ଡେ ଦେବାକୁ ବି କୁଣ୍ଠାବୋଧ କରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।