ଖଣ୍ଡଗିରିର ହରେକୃଷ୍ଣ ମହତାବ ପେଣ୍ଡାଲରେ ଯାତ୍ରା ଜାରି ରଖିଛି “ତୁଳସୀ ଗଣନାଟ୍ୟ” । ଏହି ପେଣ୍ଡାଲରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ପିୟୁଷଙ୍କ ଉପରକୁ ଦର୍ଶକ ଚେୟାର ମାଡ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାଟକ “ଅଧାରାତିର ସାଥି” ରେ ପିୟୁଷ ତ୍ରିପାଠୀ ଖଳନାୟକ ଭୂମିକାରେ ମଞ୍ଚକୁ ଓହ୍ଲାଇଥିଲେ । ଯାତ୍ରା ଦୁନିଆର ଲୋକପ୍ରିୟ ଚର୍ଚ୍ଚିତ ଖଳନାୟକ ଭାବେ ଦୈତାରୀ ପଣ୍ଡା ନିଜ ନାଁ କମାଇଥିବା ବେଳେ ତାଙ୍କ ପରେ ଖଳନାୟକ ପିୟୁଷଙ୍କ ନାଁ ବେଶ ଚର୍ଚ୍ଚାରେ ରହିଛି ।
ପିୟୁଷ ଯେତେବେଳେ ରାତିରେ ତାଙ୍କ ମଞ୍ଚସ୍ଥ ନାଟକରେ ଅଭିନୟ ଜାରି ରଖିଥିଲେ ସେତେବେଳେ କଣ ହେଲା କେଜାଣି ଦର୍ଶକେ ହଠାତ ତାଙ୍କ ଉପରକୁ ଚେୟାର ମାଡ ଆରମ୍ଭ କରି ଦେଇଥିଲେ । ଖାଲି ସେତିକି ନୁହେଁ ବରଂ ଚେୟାରରେ ବସିଥିବା ଦର୍ଶକ ନିଜ ସ୍ଥାନରେ ଠିଆ ହୋଇପଡିଲେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ଯାତ୍ରା ପ୍ରେମୀମାନେ କମେଡିରେ ହସି ହସି ତାଳି ମାରନ୍ତି ଓ ଭାବପୂର୍ଣ୍ଣ ସିନ୍ ଆସିଲେ ସେମାନଙ୍କ ଆଖିରୁ ଲୁହ ବି ଝରାନ୍ତି ।
ରାତିରେ ନିଜ ନିଦକୁ ତ୍ୟାଗ କରି ମୁହଁରେ ମେକଅପ ବୋଳି ଦର୍ଶକଙ୍କୁ ନିଜ ଅଭିନୟ ମାଧ୍ୟମରେ ବାନ୍ଧି ରଖନ୍ତି ଯାତ୍ରା କଳାକାରମାନେ । ବେଳେବେଳେ ସେମାନଙ୍କ ଅଭିନୟ ଏତେ ଜୀବନ ଲାଗେ ଯେ ସେହି ଅନୁସାରେ ଦର୍ଶକ ପ୍ରତିକ୍ରିୟା ମଧ୍ୟ କରନ୍ତି । ପିୟୁଷଙ୍କ ଚରିତ୍ର ଏତେ ଜୀବନ୍ତ ଲାଗିଥିଲା ଯେ ଦର୍ଶକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ଚେୟାର ଫୋପାଡିବା ଆରମ୍ଭ କରି ଦେଇଥିଲେ ।
ଯେଉଁଥି ପାଇଁ କିଛି ସମୟ ଧରି ଯାତ୍ରା ବନ୍ଦ ହୋଇ ଯାଇଥିଲା ଓ ଦର୍ଶକଙ୍କୁ ବୁଝାସୁଝା କରିବା ପରେ ପୁଣି ଥରେ ନାଟକ ଆରମ୍ଭ ହୋଇଥିଲା । ଏନେଇ ପିୟୁଷ ତାଙ୍କ ଉପରକୁ ଚେୟାର ଫୋପାଡିଥିବା ଦର୍ଶକଙ୍କୁ ଓଲଟା ଧନ୍ୟବାଦ ଦେଇଛନ୍ତି । ଏହା ତାଙ୍କ ପାଇଁ ଦୁର୍ନାମ ହୋଇପାରେ କିମ୍ବା ସୁନାମ ବି ହୋଇପାରେ ବୋଳି ସେ କହିଛନ୍ତି । ଆମ ଦେଶରେ ନିଜ ମତ ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ରହିଛି । ତେଣୁ ସେମାନେ ତାଙ୍କ ମତ ପ୍ରକାଶ କରିଛନ୍ତି ଓ ଏଥିରେ ମୋର କିଛି କହିବାର ନାହିଁ ବୋଲି କହିଛନ୍ତି ପିୟୁଷ ।
ଏହାସହ ସେ କହିଛନ୍ତି ଏଥିପାଇଁ ସେ ବହୁତ ଖୁସି ଅଛନ୍ତି । କାରଣ ଯାତ୍ରା ଏକମାତ୍ର ମଞ୍ଚ ଯେଉଁଠି ଦର୍ଶକ ଲାଇଭ ରିଭ୍ୟୁ ଦେଇଥାନ୍ତି । ଆଉ ଏଇଟା ମୋ ଜୀବନରେ ପ୍ରଥମ ଥର ମୋ ସହ ଘଟିଛି ତେଣୁ ମୁଁ ବହୁତ ଖୁସି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।