ACFO Soumyaranjan ମୃତ୍ୟୁ ମାମଲାରେ ସୌମ୍ଯଙ୍କ ଭାଇ ବିଦ୍ୟାଙ୍କ ବିଷୟରେ କହିଲେ କିଛି ଏମିତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ACFO ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ଏବେ ୧୨ ଦିନ ବିତି ଗଲାଣି । ଜୁଲାଇ ୧୨ ତାରିଖରେ ନିଜ ସରକାରୀ ବାସ ଭବନରେ ଥିବା ସମୟରେ ରହସ୍ୟଜନକ ଭାବେ ପୋଡି ହୋଇ ଯାଇଥିଲେ ସୌମ୍ଯ । ଏହାପରେ ତାଙ୍କୁ କଟକ ବଡ ମେଡିକାଲ ଅଣା ଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା । ଘରଲୋକ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ ଓ ଆରୋପ ଲଗାଇଛନ୍ତି ବୋହୂ ତଥା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ DFO ଙ୍କ ଉପରେ । ସୌମ୍ୟଙ୍କ ପରିବାର ଲୋକଙ୍କ ସମସ୍ତ ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ । ତେବେ ପୋଲିସ ହାତରେ ଲାଗିଥିବା ବିଭିନ୍ନ ତଥ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ସୌମ୍ଯ ଓ ବିଦ୍ୟାଭାରତୀଙ୍କମଧ୍ୟରେ ସମ୍ପର୍କ ଭଲ ନ ଥିଲା ଓ ବିଦ୍ୟା ତାଙ୍କ ସ୍ଵାମୀ ସୌମ୍ୟଙ୍କୁ ଖୁବ ଘୃଣା କରୁଥିଲେ ।

ଏହା ମଧ୍ୟରେ ସୌମ୍ୟଙ୍କ ଏକାଦଶାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ସୌମ୍ୟଙ୍କ ପରିବାର । ତେବେ ସୌମ୍ୟଙ୍କ ଭାଇଙ୍କୁ ଏହି ବିଷୟରେ ପଚରା ଯିବାରୁ ସେ ନିଜ ଭାଇବୋହୂ ବିଦ୍ୟାଭାରତୀଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି, ବିଦ୍ୟା ମେଡିକାଲରେ ଥିବା ବେଳର ସିସିଟିଭି ଫୁଟେଜ ଦେଖିବେ ତାଙ୍କ ହାତରେ କେତୋଟି ଶଙ୍ଖା ଥିଲା । ଓ ପରେ ଯେତେବେଳେ ସେ ପ୍ରମାଣ ଦେଖାଉଥିଲେ ଯେ ସେ ସୌମ୍ୟଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ହାତ ପୋଡି ଯାଇଛି ବୋଲି, ସେତେବେଳ ତାଙ୍କ ହାତରେ କୋତୋଟି ଶଙ୍ଖା ଥିଲା ।

ସ୍ଵାମୀ ମରିଗଲା ପରେ ମଧ୍ୟ ସ୍ତ୍ରୀ ହାତରେ ଶଙ୍ଖାର ସଂଖ୍ୟା ବଢି ଚାଲିଛି । ତେବେ ଏହି ଶଙ୍ଖା କାହା ପାଇଁ ? ଭାଉଜଙ୍କ ଠାରୁ କୌଣସି ସହାନୁଭୁତି ଆମେ ଆଶା ରଖିନୁ ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ । ସେମାନେ ଆରମ୍ଭରୁ ହିଁ ବିଦ୍ୟାଙ୍କ ଉପରେ କୌଣସି ଆଶା ରଖି ନାହାନ୍ତି ।

ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚାଲିଛି ଓ ସେମାନେ ଆଶା ରଖିଛନ୍ତି ଯେ ତାଙ୍କ ଭାଇଙ୍କ ହତ୍ୟା କରିଥିବା ଷଡଯନ୍ତ୍ରକାରୀ ନିଶ୍ଚୟ ଧରା ପଡିବ ଓ ସେମାନେ ନିଶ୍ଚୟ ନ୍ୟାୟ ପାଇବେ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।