Raj Kundra କରିଥିଲେ 121 ଟି ପର୍ଣ୍ଣ ଭିଡିଓ ର ଡୀଲ, ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ରାଜ କୁନ୍ଦ୍ରା ଗିରଫ ହେବା ପରେ ପ୍ରତିଦିନ ତାଙ୍କ ପର୍ଣ୍ଣୋଗ୍ରାଫି କେସର ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଏବେ ଏହି ପର୍ଣ୍ଣୋଗ୍ରାଫି ରାକେଟର ସଂଯୋଗ ଅନ୍ତଃରାଷ୍ଟ୍ରୀୟ ସୀମା ପର୍ଯ୍ୟନ୍ତ ବଢିଥିବାର ଦେଖିବାକୁ ମିଳୁଛି ।

ତାଜା ପୋଲିସ ରିପୋର୍ଟ ଅନୁସାରେ ରାଜ କୁନ୍ଦ୍ରା ଏହି ଅଶ୍ଳୀଳ ଭିଡିଓ ଗୁଡିକୁ ୧.୨ ମିଲିୟନ ଆମେରିକୀୟ ଡଲାରରେ ବିକ୍ରି କରିବାକୁ ଯୋଜନା କରୁଥିଲେ । ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୯ କୋଟି ପାଖାପାଖି ଅଟେ । ରାଜ କୁନ୍ଦ୍ରା ହଟସଟ ଆପ୍ ର ସମସ୍ତ କାର୍ଯ୍ୟ ହ୍ବାଟ୍ସଆପ୍ ଜରିଆରେ କରୁଥିଲେ ବୋଲି ଗତ ୨୨ ଜୁଲାଇରେ ପୋଲିସ ଖୁଲାସା କରିଥିଲା । ଏଥିପାଇଁ ସେ ତିନୋଟି ଅଲଗା ଅଲଗା ନାମରେ ତିନୋଟି ହ୍ବାଟ୍ସଆପ୍ ଗୃପ ବନାଇ ରଖିଥିଲେ । ଯାହାର ଆଡମିନିଷ୍ଟ୍ରେସନ ପାୱାର ମଧ୍ୟ ରାଜ କୁନ୍ଦ୍ରାଙ୍କ ପାଖରେ ଥିଲା ।

ସେହି ଗୃପ ମାଧ୍ୟମରେ ରାଜ କୁନ୍ଦ୍ରା ଏହି ଧନ୍ଦା ସହ ଜଡିତ ଥିବା ଲୋକଙ୍କୁ ପରିଚାଳନା କରୁଥିଲେ । ନ୍ଯୁଜ ଏଜେନ୍ସି ANI ଟ୍ଵିଟ ମାଧ୍ୟମରେ ମୁମ୍ବାଇ ପୋଲିସର ବୟାନ ଜାରି କରିଥିଲା । ଯେଉଁଥିରେ ଲେଖା ଅଛି, “ହ୍ବାଟ୍ସଆପ୍ ଚାଟରେ ଆମେ ପାଇଛୁ କି ରାଜ କୁନ୍ଦ୍ରା ୧୨୧ ଭିଡିଓ ଗୁଡିକୁ US ଡଲାର ୧.୨ ମିଲିୟନରେ ବିକ୍ରି କରିବାକୁ ଡିଲ କରୁଥିଲେ ଓ ଜଣା ପଡୁଛି ଏହି ଡିଲ ଅନ୍ତଃରାଷ୍ଟ୍ରୀୟ ଅଟେ ।”

ଏହା ସହ ପୋଲିସ ଆହୁରି ମଧ୍ୟ ଖୁଲାସା କରିଛି ଯେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ସହ ଖୁବ ଶୀଘ୍ର ଏହି ଭଳି ଅଶ୍ଳୀଳ ଲାଇଭ ଷ୍ଟ୍ରିମିଂ ଆରମ୍ଭ କରିବାକୁ ମଧ୍ୟ ଯୋଜନା ଚଳାଇ ଥିଲେ । ଏହି ଲାଇଭ ଷ୍ଟ୍ରିମିଂ ଆରମ୍ଭ କରି ପୋଲିସ କବଳରୁ ବଞ୍ଚିବା ପାଇଁ ରାଜ କୁନ୍ଦ୍ରା ଅତି ଶୀଘ୍ର ହଟସଟ ଆପ ରୁ ଅଶ୍ଳୀଳ ଭିଡିଓ ଗୁଡିକୁ ହଟାଇବା ପାଇଁ ମଧ୍ୟ ଯୋଜନା କରୁଥିଲେ । ୨୩ ଜୁଲାଇ ସକାଳେ ଏହି କେସରେ ପୋଲିସ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିଆନ ଥର୍ପ ଙ୍କୁ କୋର୍ଟରେ ହାଜିର କରାଇ ଥିଲା ।

ପୋଲିସ କୋର୍ଟକୁ କହିଛି କି ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିୟରୁ ହେଉଥିବା ରୋଜଗାରକୁ ଅନଲାଇନ ଜୁଆ ଖେଳରେ ଲଗାଉଥିଲେ । ସେଥିପାଇଁ ରାଜ କୁନ୍ଦରାଙ୍କ ୟେସ ବ୍ଯାଙ୍କ ଆକାଉଣ୍ଟ ଓ ୟୁନାଇଟେଡ ବ୍ଯାଙ୍କ ଅଫ ଆଫ୍ରିକା ଆକାଉଣ୍ଟର ଯାଞ୍ଚ କରିବା ଖୁବ ଆବଶ୍ୟକ ଅଟେ । ପୋଲିସ କଥା ଶୁଣି କୋର୍ଟ ରାଜ କୁନ୍ଦ୍ରା ଓ ରିଆନ ଥର୍ପ ଙ୍କୁ ୨୭ ଜୁଲାଇ ଯାଏ ପୋଲିସ ତଦାରଖରେ ରହିବାକୁ ଆଦେଶ ଦେଇଛନ୍ତି । ୨୧ ଜୁଲାଇ ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ଅନ୍ଧେରିରେ ଥିବା ଅଫିସରେ ଛାନଭିନ କରିଥିଲେ ।

ସେହି ରେଡରେ ପୋଲିସକୁ ଏକ ସର୍ଭର ମିଳିଛି ଓ ଯାହାକୁ ନେଇ ପୋଲିସ ସନ୍ଦେହ କରୁଛି କି ଏହି ସର୍ଭର ମାଧ୍ୟମରେ ୟୁକେ ବେସଡ୍ କମ୍ପାନୀ କ୍ୟାନେରିନ ଲିମିଟେଡକୁ ଅଶ୍ଳୀଳ ଭିଡିଓ ପଠାଇବା ପାଇଁ ବ୍ୟବହାର କରା ଯାଉଥିଲା । ଅପରପଟେ ରାଜ କୁନ୍ଦ୍ରା ଲଗାତର ଦାବି କରି ଆସୁଛନ୍ତି କି ସେ ହଟସଟ ଆପ୍ ର ମାଲିକ ନୁହନ୍ତି । ସେ କହୁଛନ୍ତି କି ସେ ଏହି ଆପ୍ ତାଙ୍କ ସମ୍ପର୍କୀୟ ପ୍ରଦୀପ ବକ୍ସିଙ୍କୁ ବିକ୍ରି କରି ଦେଇଥିଲେ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।