ମେଡିକାଲ ରିପୋର୍ଟ ଆସିଲା ଏମିତି ଯେଉଁଥିରେ ବାହାରିଲା ଶରୀରରେ ଲାଗିଛି ଆଭ୍ଯନ୍ତରୀଣ ଆଘାତ, ଭଙ୍ଗା ପଂଜରା ଓ … ଏସବୁ ପରେ ବି ହସ ହସ ମୁହଁରେ…

ନିଜ ମାଟିକୁ ଫେରି ଆସିଛନ୍ତି ଭାରତୀୟ ପାଇଲଟ୍ ଅଭିନନ୍ଦନ ଶତ୍ରୁ ଦେଶରେ ଦୀର୍ଘ ୬୦ ଘଂଟାର ବନ୍ଦୀ ଜୀବନ ବିତାଇବା ପରେ । ବୀର ପାଇଲଟଙ୍କୁ ଦେଖି ଦେଶବାସୀ ସମସ୍ତେ ଖୁସି ବର୍ତ୍ତମାନ ସତ ହେଲେ ତାଙ୍କ ଫେରିବାରେ ବିଳମ୍ବକୁ ନେଇ ସଭିଏଁ ଚିନ୍ତାରେ ପଡି ଯାଇଥିଲେ । ତେବେ ସେ ଯାହା ହେଉନା କାହିଁକି ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇଥିଲା ପୁରା ଭାରତ । ଏୟାରଫୋର୍ସ ସେଂଟ୍ରାଲ ହସ୍ପିଟାଲ ଦିଲ୍ଲୀରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ଏବଂ ତାଙ୍କର ମେଡିକାଲ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଏହି ମେଡିକାଲ ରିପୋର୍ଟରେ ଯାହା ରହିଛି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ।

ଗଭୀର ଯନ୍ତ୍ରଣାରେ ଥାଇ ବି ସେ ସୁସ୍ଥ ନାହାଁନ୍ତି ବୋଲି ବୀର ପାଇଲଟ୍ ଅଭିନନ୍ଦନ କାହାକୁ ବି ଜଣାଇବାକୁ ଦେଇନଥିଲେ । ଯାହିକି ମେଡିକାଲ ରିପୋର୍ଟରୁ ଜଣାପଡୁଛି । ଯଦିଓ ତାଙ୍କ ମସ୍ତିସ୍କରେ ସେଭଳି କୌଣସି ଗଭୀର ଆଘାତ ହୋଇନାହିଁ । ହେଲେ ଅଭିନନ୍ଦନଙ୍କର ଶରୀରରେ ଆଭ୍ୟନ୍ତରୀଣ ଆଘାତ ଅଧିକ ରହିଛି । । ଏହା ସହିତ ତାଙ୍କର ପଂଜରା ହାଡ ଭାଙ୍ଗି ଯାଇଥିବା ଏହି ରିପୋର୍ଟରେ ଜଣାପଡିଛି । ସେହିପରି ଅଭିନନ୍ଦନଙ୍କ ପିଠିରେ ମଧ୍ୟ ଗଭୀର ଆଘାତ ଲାଗିଛି ।

ତେବେ ଏହି ଆଘାତ ତାଙ୍କୁ ବିମାନରୁ ତଳେ ପଡିବା କାରଣରୁ କିମ୍ବା କୌଣସି ମାଡ ମରାଯିବା କାରଣରୁ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ହେଲେ ବଡ କଥା ହେଲା, ଗଭୀର ଯନ୍ତ୍ରଣାରେ ଥାଇ ବି ହସ ହସ ମୁହଁରେ ଦେଶବାସୀଙ୍କୁ ସାନ୍ତ୍ୱନା ଦେଇଛନ୍ତି ଏହି ବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନ ।

ଅଧିକାରୀଙ୍କ ସୂଚନା ମୁତାବକ, ଶନିବାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କର ଯେଉଁ ମେଡିକାଲ ଚେକଅପ ହୋଇଥିଲା, ସେଥିରେ ତାଙ୍କର ପଂଜରା ହାଡ ଭାଙ୍ଗି ଯିବା ସହ ପୀଠିରେ ଆଭ୍ୟନ୍ତରୀଣ ଆଘାତ ଏବଂ କିଛି ଆଘାତ ସଂପର୍କରେ ଜଣା ପଡିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଆହୁରୀ କିଛି ଦିନ ସେ ଡାକ୍ତରଙ୍କ ନଜରରେ ରହିବେ ।

ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ଶରୀରିକ ଆଘାତ ଦେବାର ଦୁଃସାହସ କରିପାରି ନାହିଁ ସତ,କିନ୍ତୁ ଦେଇଛି ମାନସିକ ନିର୍ଯ୍ୟାତନା । ଅନ୍ୟପଟେ ପାକିସ୍ତାନରେ ଭାରତର ବୀର ଯବାନଙ୍କ ସହ ଦୀର୍ଘ ୬୦ ଘଂଟା ଧରି କଣ ଘଟିଥିଲା ତାର ଗୁମର ଫିଟୁଛିି । ସ୍ଥାନୀୟ ଲୋକେ ମାଡ ମାରି ତାଙ୍କୁ ଯେତିକି କଷ୍ଟ ଦେଇ ନଥିଲେ , ବାସ୍ତବରେ ଶତ୍ରୁ ଦେଶର ସେନା ଶିବିରରେ ମିଳିଛି ତାଠାରୁ ଶହେ ଗୁଣରେ ମାନସିକ ଯନ୍ତ୍ରଣା ।

ପାକ୍ ସେନା ବି ବୁଝି ସାରିଥିଲା ଭାରତୀୟ ଏୟାରଫୋର୍ସ ଯବାନଙ୍କ ଠାରୁ କଥା ଆଦାୟ ସହଜ ନୁହଁ । ସେଠାରେ ସେ ସାହସ ହରାଇ ନଥିଲେ, କୌଣସି ତଥ୍ୟ ବି ଦେଇ ନଥିଲେ । ତେଣୁ ଆରମ୍ଭ ହୋଇଥିଲା ମାଇଣ୍ଡ୍ ଗେମ୍ । ବୁଧବାର ଗିରଫ ହୋଇଥିବା ଅଭିନନ୍ଦନଙ୍କୁ ଭାରତକୁ ଦିଆଯିବା ନେଇ ପାକ୍ ସଂସଦରେ ଗୁରୁବାର ମଧ୍ୟାହ୍ନରେ ଘୋଷଣା କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ।

ଏପଟେ ସାରା ଦେଶବାସୀ ଚାହିଁ ବସିଥିଲେ ଅଭିନନ୍ଦନଙ୍କ ଫେରିବା ବାଟକୁ । ହେଲେ ଶୁକ୍ରବାର ଏହାକୁ ନେଇ ସକାଳ ୧୦ଟାରୁ ରାତି ୯ଟା ଯାଏ ପାକ୍ ଖେଳି ଚାଲିଲା ଲୁଚକାଳି ଖେଳ । ଶତ୍ରୁ ଶିବିରରେ ପ୍ରତିଟି ସେକେଣ୍ଡରେ ଯେପରି ଭାରତୀୟ ଯବାନଙ୍କୁ ମାନସିକ ଚାପ ଓ ଯନ୍ତ୍ରଣା ମିଳିବ ସେ ନେଇ ଫୁଲ୍ ପ୍ଲାନ୍ କରା ଯାଇଥିଲା ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।