ପାରାସୁଟରୁ ପଡିଲା ପାକିସ୍ତାନୀ ବିମାନ F – ୧୬ର ପାଇଲଟ, ଭାରତୀୟ ଭାବି ପାକିସ୍ତାନୀମାନେ କରିଦେଲେ ଏହି ବଡ ଭୁଲ, ବର୍ତ୍ତମାନ ସେ ମୃତ, ଜାଣନ୍ତୁ ପୁରା ଘଟଣା

ଏଫ – ୧୬ ଫାଇଟର ଜେଟ କ୍ରାଶ ହେବା ପରେ ପାକିସ୍ତାନି ପାଇଲଟ ଶହାଜୁଦ୍ଦୀନ ଇଜେକ୍ଟ ହୋଇ ଯାଇଥିଲା ଏବଂ ଏଲଓସିର ନୌଶେରା ସେକ୍ଟରରେ ଯାଇ ପଡିଥିଲା । ସେଠି ପହଞ୍ଚିବା ପରେ କିଛି ଲୋକମାନେ ତାଙ୍କୁ ଭାରତୀୟ ପାଇଲଟ ଭାବି ତାଙ୍କୁ ମାରିବାକୁ ଲାଗିଲେ । ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଏୟାର ଷ୍ଟ୍ରାଇକ ଉଦ୍ଦେଶ୍ୟରେ ପଶିଥିଲେ ପାକିସ୍ତାନ ପାଇଲଟ, ପିଓକେରେ ଥିବା ଲୋକମାନଙ୍କର ଭିଡ ତାଙ୍କୁ ମାରିଦେଲେ ।

ପାକିସ୍ତାନୀ ଫାଇଟର ଜେଟ ଏଫ – ୧୬କୁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ମାରି ତଳେ ପକେଇ ଦେଇଥିଲେ । ଏହି ଫାଇଟର ଜେଟ ପାଇଲଟ ଶହାଜୁଦ୍ଦୀନ ଉଡାଉଥିଲା । ଲୋକମାନେ ତାଙ୍କୁ ଭାରତୀୟ ଭାବି ମାରିବାକୁ ଲାଗିଲେ ଏବଂ ଆଜି ତାଙ୍କର ମୁର୍ତ୍ୟୁ ହୋଇଯାଇଛି ।

ଏହି ଏୟାର ଷ୍ଟ୍ରାଇକରେ ଭାରତୀୟ ଫାଇଟର ଜେଟ ବି କ୍ରାଶ ହୋଇଥିଲା ଏବଂ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପିଓକେରେ ଯାଇ ପଡିଥିଲେ । ସେଠିକାର କିଛି ଲୋକମାନେ ଭାରତୀୟ ପାଇଲଟ ଉପରେ ଆକ୍ରମଣ କରିବାକୁ ଲାଗିଲେ ଏବଂ ତାଙ୍କୁ କ୍ଷତ ବିକ୍ଷତ କରି ଦେଇଥିଲେ । ଏହା ପରେ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲେ ।

ଯେତେବେଳେ ଲୋକମାନଙ୍କୁ ଜଣା ପଡିଲା କି ୱିଙ୍ଗ କମାଣ୍ଡର ଶହାଜୁଦ୍ଦୀନ ପାକିସ୍ତାନୀ ଅଟନ୍ତି ସେତେବେଳ ପର୍ଯ୍ୟନ୍ତ ବହୁତ ଡେରି ହୋଇ ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଆଜି ସେଠି ତାଙ୍କର ମୁର୍ତ୍ୟୁ ହୋଇଯାଇଛି । ଶହାଜୁଦ୍ଦୀନଙ୍କର ମୁର୍ତ୍ୟୁର ଖବର ବିଷୟରେ ଲଣ୍ଡନର ଜଣେ ଓକିଲ ଉମର ଖାଲିଦ କହିଛନ୍ତି ।

ଖାଲିଦ ଅନୁସାରେ ଏଫ – ୧୬ ବିମାନରେ ପାଇଲଟଙ୍କର ପରିଜନମାନଙ୍କ ଠାରୁ ଏହି ସୂଚନା ମିଳିଛି । ଶହାଜୁଦ୍ଦୀନ ନିଜର ବିମାନ ନଷ୍ଟ ହେବା ପରେ ସେ ପାରାସୁଟ ସାହାର୍ଯ୍ୟରେ ସୁରକ୍ଷିତ ଭାବରେ ପିଓକେର ଦକ୍ଷିଣ ଦିଗର ଲାମ ୱୈଲୀରେ ଇଜେକ୍ଟ ହୋଇଥିଲେ । କିନ୍ତୁ ସେଠିକାର ଲୋକମାନେ ତାଙ୍କୁ ଭାରତୀୟ ସେନା ଭାବି ମାରିଦେଲେ । ଶହାଜୁଦ୍ଦୀନ ପାକିସ୍ତାନ ଏୟାରଫୋର୍ସର ନମ୍ବର ୧୯ର ସ୍କ୍ୱାଡ୍ରନରେ ପାଇଲଟ ଥିଲେ । ଏହି ସ୍କ୍ୱାଡ୍ରନକୁ ‘ଶେର ଦିଲ୍ସ’ ବି କୁହାଯାଏ ।

ଆପଣମାନଙ୍କର ମନେ ଥିବ କି ପାକିସ୍ତାନୀ ସେନାର ପ୍ରବକ୍ତା ମେଜର ଜେନେଡ଼ାଲ ଆସିଫ ଗଫୂର କହିଥିଲେ କି ସେ ଭାରତୀୟ ବିମାନକୁ ନଷ୍ଟ କରି ଦେଇଛନ୍ତି ଏବଂ ସେ ଦୁଇଜଣ ପାଇଲଟଙ୍କୁ ଧରିଛନ୍ତି । ସେ ଟ୍ୱୀଟରରେ କହିଥିଲେ କି ଜଣେ ପାଇଲଟ ଅଭିନନ୍ଦନ ଅଟନ୍ତି ଯିଏକି ସେନାମାନଙ୍କର ବନ୍ଦୀ ଅଛନ୍ତି ଏବଂ ଅନ୍ୟ ପାଇଲଟ ଜଣକ ହସ୍ପିଟାଲରେ ଅଛନ୍ତି । କିନ୍ତୁ ପରେ ସେ ନିଜର ବୟାନକୁ ବଦଳାଇ କହିଲେ କି ତାଙ୍କ ପାଖରେ ଭାରତର ଗୋଟିଏ ପାଇଲଟ ଅଛି ।

ପୋଷ୍ଟଟିକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।