ଅଭିନେତ୍ରୀ Rani Panda ଙ୍କୁ ଫାୟାରିଂ ଧମକ, ଫେସବୁକରେ ପୋଷ୍ଟ ଲେଖି ସେ ଯାହା ଖୁଲାସା କଲେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

କେତେ ସତ ଆଉ କେତେ ମିଛ ତାହା ପରର କଥା । କିନ୍ତୁ କଥାଟା ଯେତେବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ । ଅଭିନେତ୍ରୀ ରାନୀ ପଣ୍ଡା ଅଧିକାଂଶ ସମୟରେ ବିବାଦୀୟ ବୟାନ ଦେଇ ସମାଲୋଚନର ଶିକାର ହୋଇଥାନ୍ତି । ସେ ନିକଟରେ ଏକ ଫେସବୁକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଲୋକ କୌଣସି ବି ମୂହୁର୍ତ୍ତରେ ତାଙ୍କୁ ଫାୟାରିଂ କରି ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ।

ସେ ସମସ୍ତ କଥା ଏକ ନୋଟରେ ଲେଖିଛନ୍ତି ବୋଲି ଜଣାଇବା ସହ ଅତିଶୟ ହେଲେ ମାନ୍ୟବରବ୍କୁ ସୁରକ୍ଷା ମାଗିବେ ବୋଲି କହିଛନ୍ତି । ଏହି କଥା ରାନୀ ପଣ୍ଡାଙ୍କର ବ୍ୟକ୍ତିଗତ ବିଷୟ ହୋଇଥିଲେ ମଧ୍ୟ ଏହି କଥାକୁ ହାଲୁକା ଭାବେ ନେବା କେତେ ଦୂର ଠିକ ? ପୂର୍ବରୁ ଏଭଳି ଅନେକ ଘଟଣାର ନଜିର ରହିଛି । ଛୋଟ କଥା ବିରାଟ ଘଟଣାର ରୂପ ନେଇଛି । ରାନୀ ପଣ୍ଡାଙ୍କ ସ୍ଥାନରେ ଯଦି ସୋସିଆଲ ମିଡିଆରେ ଏଭଳି କେହି ପୋଷ୍ଟ କରନ୍ତି ତେବେ ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ କରିବା ସ୍ଵାଭାବିକ ।

ରାନୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, “ଓଡିଶା ବାସୀ ରାନୀ ପଣ୍ଡାକୁ କୋଉ ମୁହୂର୍ତ୍ତରେ ମାରି ଦେଇପାରନ୍ତି ମୋର ଶସ୍ତ୍ର, ବ୍ୟକ୍ତିଗତ କାରଣ ପାଇଁ । ମୁଁ ସବୁ ନୋଟରେ ଲେଖି ଦେଇଛି । ଏବେ କିଛି କହି ପାରିବିନି ସେ ଅନେକ କଥା… ରାଜନୈତିକ ଲୋକ ମାନେ ହିଁ ମତେ ପରିବାର ପ୍ଳାନ କରୁଛନ୍ତି । ମୁଁ ଖବର ପାଇଲି । ମୁଁ ତାଙ୍କ ସବୁ ଠିକଣା ଯଦି କହିଦେବି ସେମାନେ ମତେ କୌ ମୂହୁର୍ତ୍ତରେ ଫାୟାରିଂ କରିଦେବେ । ଇନଡାଇରେକ୍ଟ ଧମକ ମିଳିଛି ମତେ ।

ସମୟ ଆସିଲେ ରାନୀ ପଣ୍ଡା ମଲା ପରେ ଇନଭେଷ୍ଟିଗେଶନ ହେଲେ ସବୁ ଜାଣିପାରିବେ ଓଡିଶା ବାସୀ , ମୁଁ କିଛି ସାହାଯ୍ୟ ଆଣି ଆଜି ଫସି ଯାଇଛି । ଅତିଶୟ ହେବେ ମୁଁ ମାନ୍ୟବରଙ୍କୁ ସୁରକ୍ଷା ମାଗିବୀ ।” ତେବେ ଏ ପୋଷ୍ଟରେ ଉଲ୍ଲେଖ ଥିବା ଏ କଥା ଗୁଡିକ କେତେ ସତ ଓ କେତେ ମିଛ ତାହା କେବଳ ରାନୀ ପଣ୍ଡା ହିଁ କହି ପାରିବେ । କିନ୍ତୁ କେଉଁ ରାଜନୈତିକ ଦଳର ଲୋକ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ସେକଥା ବି ସେ ଲେଖିଛନ୍ତି । ସାହାଯ୍ୟ କରି ସେ ଫସି ଯାଇଛନ୍ତି ବୋଲି କହିଛନ୍ତି ।

ସେ କେଉଁ ଏକ ରାଜନୈତିକ ଦଳ ଠାରୁ ସାହାଯ୍ୟ ଆଣିଥିଲେ ବୋଲି କହିଛନ୍ତି । ରାନୀ ପଣ୍ଡା ଏହି ପୋଷ୍ଟ କରିବା ପରେ ଅନେକ ଲୋକ ତାଙ୍କୁ ପୋଲିସର ପରାମର୍ଶ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଘଟଣା ଯାହାବି ହେଉ ଜଣେ କଳାକାର ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରିବା ପଛର ସତ କଣ ସେକଥା ରାନୀ ପଣ୍ଡା ହିଁ କହିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।