Breaking News: ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳିଗଲା ଶୋକର ଛାୟା, ଲୋକପ୍ରିୟ ଅଭିନେତା Sidharth Shukla ଙ୍କ ପରଲୋକ

ବର୍ତ୍ତମାନ ସମୟର ସବୁଠୁ ବଡ ଖବର ଆସିଛି । ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା । ମାତ୍ର ୪୦ ବର୍ଷ ବୟସରେ ହୃ-ଦ-ଘା-ତ ଯୋଗୁଁ ତାଙ୍କ ଦେ-ହା-ନ୍ତ ହୋଇ ଯାଇଥିବା ଖବର ଶୁଣିବାକୁ ମିଳିଛି । ବିଗ ବସ୍ ସିଜିନ-୧୩ ର ବିଜେତା ହୋଇଥିଲେ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା । ଆଜି ସକାଳେ ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କର ଦେ-ହା-ନ୍ତ ହୋଇଛି । ସିଦ୍ଧାର୍ଥ ଟିଭି ଇଣ୍ଡଷ୍ଟ୍ରିର ଜଣେ ଅତି ଲୋକପ୍ରିୟ ଏବଂ ସୁପରିଚିତ ଚେହେରା ଥିଲେ ।

କଲର୍ସ ଟିଭିରେ ପ୍ରସାରିତ ସିରିଏଲ ‘ବାଲିକା ବଧୂ’ ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଜାଗା ବନେଇ ନେଇଥିଲେ ସିଦ୍ଧାର୍ଥ । ଆଜି ତାଙ୍କ ମୃ-ତ୍ୟୁ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋ-କ-ର ଛାୟା ଖେଳି ଯାଇଛି । ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବ ଓ ଅଭିନୟ ଯୋଗୁଁ ଅନେକଙ୍କ ପ୍ରିୟ ପାତ୍ର ହୋଇ ପାଇଥିଲେ ସିଦ୍ଧାର୍ଥ ଶୁକ୍ଲା । ମୃ-ତ୍ୟୁ ସମୟରେ ସିଦ୍ଧାର୍ଥଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା । ସିରିଏଲ ବାଳିକା ବଧୁରେ ଅଭିନୟ କରି ସେ ଖୁବ ପ୍ରଶଂସା ସାଉଁଟି ଥିଲେ।

ଅଭିନେତା ବରୁଣ ଧାବନ ଓ ଆଲିଆ ଭଟ୍ଟଙ୍କ ଏକ ସୁପରହିଟ୍ଟ ଫିଲ୍ମ ‘ହମ୍ପଟି ଶର୍ମା କି ଦୁଲ୍ହନୀୟା’ ରେ ମଧ୍ୟ ସେ ଏକ ବିଶେଷ ଭୂମିକାରେ ଅଭିନୟ କରିଥିଲେ । ହୃଦଘାତ ପରେ ସିଦ୍ଧାର୍ଥଙ୍କୁ କୁପର ହସ୍ପିଟାଲ ନିଆ ଯାଇଥିଲା ଓ ସେଠାରେ ତାଙ୍କର ନିଧନ ହୋଇ ହୋଇଯାଇଛି । ସିଦ୍ଧାର୍ଥ ଙ୍କର ମା ଏବଂ ଦୁଇ ଭଉଣୀ ଅଛନ୍ତି ।

ଶେଷ ଥର ପାଇଁ ସିଦ୍ଧାର୍ଥଙ୍କୁ ଏକତା କପୁରଙ୍କ ୱେବସିରିଜ ‘ବ୍ରୋକେନ ବଟ ବିୟୁଟିଫୁଲ-୩’ ରେ ଦେଖିବାକୁ ମିଳିଥିଲା । ଏହି ସିରିଜ ଅଲ୍ଟ-ବାଲାଜୀରେ ରିଲିଜ ହୋଇଥିଲା । ଯାହା ଦର୍ଶକ ଖୁବ ପସନ୍ଦ କରିଥିଲେ । ଅଗସ୍ତ୍ୟ ଭୂମିକରେ ଅଭିନୟ କରି ସମସ୍ତଙ୍କମାନ ଜିଣି ପାରିଥିଲେ ସିଦ୍ଧାର୍ଥ । ୧୨ ଡିସେମ୍ବର ୧୯୮୦ ରେ ମୁମ୍ବାଇ ଜନ୍ମଗ୍ରହଣ କରିଥିଲେ ଅଭିନେତା ତଥା ମଡେଲ ସିଦ୍ଧାର୍ଥ ଶୁକ୍ଲା । ତାଙ୍କ ବାପା ହେଉଛନ୍ତି ଅଶୋକ ଶୁକ୍ଲା ଏବଂ ମା ହରିତା ଶୁକ୍ଲା । ତାଙ୍କ ପିତାମାତା ମୂଳତଃ ବର୍ତ୍ତମାନର ପ୍ରୟାଗରାଜ ତଥା ଆଲ୍ହାବାଦ ର ବାସିନ୍ଦା ଅଟନ୍ତି ।

ସେଣ୍ଟ ଜାଭିୟର ପାଠପଢା ଶେଷ କରିବା ସହ ସିଦ୍ଧାର୍ଥ ଇଣ୍ଟେରିୟର ଡିଜାଇନ କୋର୍ସ ମଧ୍ୟ କରିଥିଲେ। ଅଭିନୟକୁ ଆସିବା ପୂର୍ବରୁ ମଡେଲିଙ୍ଗରେ ନିଜ କ୍ଯାରିଅର ଗଢିବାକୁ ଚାହିଁଥିଲେ ସିଦ୍ଧାର୍ଥ । ବିଗ ବସ୍-୧୩ ର ବିଜେତା ହେବା ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢି ଯାଇଥିଲା । ଏହା ବ୍ଯତୀତ ତାଙ୍କୁ ‘ବାଳିକା ବଧୂ’, ‘ଦିଲ ସେ ଦିଲ ତକ’ ଭଳି ଲୋକପ୍ରିୟ ସିରିଏଲ ଏବଂ ‘ଝଲକ ଦିଖଲା ଜା-୬ ଓ ‘ଖତରୋ କା ଖିଲାଡ଼ି’ ଭଳି ରିୟଲିଟି ଶୋ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ ଏବେ ସୋସିଆଲ ମିଡିଆ ମାଧ୍ୟମରେ ଶୋକ ପ୍ରକାଶ କରୁଛନ୍ତି । ତାଙ୍କ ମୃତ୍ୟୁ ରେ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମ୍ରିୟମାଣ ହୋଇ ପଡିଛନ୍ତି । ଏହିପରି ଅପଡେଟ ପାଇବାକୁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ପୋଷ୍ଟକୁ ସେୟାର ମଧ୍ୟ କରନ୍ତୁ  ।