ଆଉ ଆସିବନି ଚନ୍ଦ୍ରରୁ ତଥ୍ୟ, ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ପ୍ରଜ୍ଞାନ ବିକ୍ରମ…

ରବିବାର ହେଉଛି ରୋଭର ପ୍ରଜ୍ଞାନର ଶେଷ ଦିନ । ରବିବାର ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିବେ ପ୍ରଜ୍ଞାନ ବିକ୍ରମ । ହଁ ଦର୍ଶକ ବନ୍ଧୁ ମୁନ ମିସନ ହେବାକୁ ଯାଉଛି ଶେଷ । କାହିଁକି ରବିବାର ହେବ ପ୍ରଜ୍ଞାନ ରୋଭର ର ଶେଷ ଦିନ ? କଣ ପାଇଁ ରବିବାର ଶେଷ ଦିନ ହେବାକୁ ଯାଉଛି ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ପାଇଁ ? ସେମାନଙ୍କ ର ସେଠାରେ କଣ ହେବ ଓ କାହିଁକି ତଥ୍ୟ ଦେବେ ନାହିଁ ?

ସୂଚନା ଅନୁଯାୟୀ 700 କୋଟି ଖର୍ଚ୍ଚରୁ ମାତ୍ର 13-14 ଦିନ କଣ ପାଇଁ ?  ଚନ୍ଦ୍ରରେ ଗଡି ଗଡି ସବୁ ପ୍ରକାରର ତଥ୍ୟ ପଠାଉଛି ରୋଭର ପ୍ରଜ୍ଞାନ । ଇସ୍ରୋ କୁ ଦେଉଛି ଜରୁରୀ ତଥ୍ୟ ଯାହା ରବିବାର ସନ୍ଧ୍ୟା ରୁ ବନ୍ଦ କରି ଦେବ ପ୍ରଜ୍ଞାନ । ତେବେ ଏହା ପଛରେ ରହିଛି ଚନ୍ଦ୍ର ପୃଷ୍ଠ ରେ ଭୌଗଳିକ କାରଣ । ଯଦି ଦେଖିବା ଚନ୍ଦ୍ର ରେ ପୃଥିବୀ ଭଳି ଗୋଟେ ଦିନ ନୁହେଁ ବରଂ 14 ଦିନ ଲଗାତାର ସୂର୍ଯ୍ୟଙ୍କ ରଶ୍ମୀ ପଠାଇଥାଏ ।

ଏହାକୁ ଚନ୍ଦ୍ର ଦିବସ କୁହାଯାଏ । ହେଲେ 14 ଦିନ ପରେ ଆସନ୍ତା 14 ଦିନ ପାଇଁ ଅନ୍ଧକାରମୟ ହୋଇଯାଏ ଚନ୍ଦ୍ର ପୃଷ୍ଠ । ଯାହା ଫଳରେ ତାପମାତ୍ରା -250 ଡିଗ୍ରୀ କୁ ଖସିଯାଏ । ଆଉ ଏହି କାରଣ ପାଇଁ ରବିବାରରେ ହିଁ ମରିଯିବ ରୋଭର ପ୍ରଜ୍ଞାନ । ପ୍ରଜ୍ଞାନ କୁ ସୂର୍ଯ୍ୟଙ୍କ କିରଣ ନ ମିଳିଲେ ରୋଭର ରେ ସୋଲାର କାମ କରୁ ନାହିଁ । ଯାହା ଫଳରେ ଇସ୍ରୋ ଆଉ କିଛି ତଥ୍ୟ ପାଇବନି ।

ଚନ୍ଦ୍ର ଦିବସ ରବିବାର ସନ୍ଧ୍ୟା ରୁ ହିଁ ସମାପ୍ତ ହେବାକୁ ଯାଉଛି । ପ୍ରଥମରୁ ଏହି ଚନ୍ଦ୍ର ଦିବସକୁ 14 ଦିନ ମିଳେ । ଏହା କିନ୍ତୁ ଜଲ୍ଦି ଆସିଯାଇଛି ଏଥର । 13 ଦିନରେ ପୁରା ହୋଇ ଯାଉଛି ଚନ୍ଦ୍ର ଦିବସ । ଯାହା ଫଳରେ 13 ଦିନରେ ଅନ୍ଧାର ହୋଇଯିବ ଚନ୍ଦ୍ର ପୃଷ୍ଠ । ଯଦି ଦେଖିବା ରୋଭର ପ୍ରଜ୍ଞାନ ଯେତିକି ତଥ୍ୟ ଦେବା କଥା ତା ଠାରୁ କମ ତଥ୍ୟ ଦେଇଛି ।

କାରଣ ଚନ୍ଦ୍ର ରେ ବହୁତ ଖାଲ ଓ ରାସ୍ତା ଖରାପ ଥିବାରୁ ରୋଭର ବହୁତ ଅଳ୍ପ ବାଟ ଗଡୁଛି ।  ଏ ଯାଏଁ ମାତ୍ର 500 ମିଟର ଗଡିଛି ରୋଭର ପ୍ରଜ୍ଞାନ । ଏମିତି କିଛି ସୂଚନା ଦେଇଛି ଇସ୍ରୋ ସ୍ପେସ ଆପ୍ଲିକେସନ ସେଣ୍ଟର ର ଗବେଷକ ନୀଲେଶ ଦିସାଇ । ସେପଟେ ଦେଖିବାକୁ ଗଲେ ଜହ୍ମ ରେ ସଲଫର ଖୋଜି ପାଇଛି ପ୍ରଜ୍ଞାନ । ଯାହା ବହୁତ ଜରୁରୀ ଅଟେ ।

ସଲଫର ମିଳିବାର ଅର୍ଥ ଚନ୍ଦ୍ରରେ ଜଳ ଥିବା ସଂକେତ ଦେଇଛି । ଚନ୍ଦ୍ରରେ ଜୀବନ ବଞ୍ଚିବା ପାଇଁ ଚନ୍ଦ୍ର ରେ ବାଟ ଫିଟାଇ ପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।