ଆତଙ୍କବାଦୀ ଇଶାନ ବୁଖାରି ସ୍ତ୍ରୀ ସାଇନାଜ ପରୱିନ ଙ୍କୁ ସ୍କୁଲ ଚାକିରି ରୁ ବହିଷ୍କାର କରିଲେ ସ୍କୁଲ କର୍ତ୍ତୁପକ୍ଷ ।

ଆତଙ୍କବାଦୀ ସ୍ଵାମୀ ପାଇଁ ସ୍ତ୍ରୀ ର ଚାକିରି ଗଲା । କାଶ୍ମୀର ର ମୋସ୍ଟ ୱାନ୍ଟେଡ ଆତଙ୍କବାଦୀ ସାଏଡ ଇଶାନ ବୁଖାରି ଙ୍କ ସ୍ତ୍ରୀ ସାଇନାଜ ପରୱିନ ଙ୍କୁ ଘରୋଇ ସ୍କୁଲ ରୁ ଚାକିରି ରୁ ବାହାର କରି ଦିଆ ଯାଇଛି । ବହିସ୍କାର ନେଇ ଚିଠି ଜାରି କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ସାଇନାଜ ପରୱିନ ଯାଜପୁର ଜିଲ୍ଲା ନେଉଳପୁର ନିକଟ ମିଲଟ ର ଜାଭିୟାର ପବ୍ଲିକ ସ୍କୁଲ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ ସ୍ବାମୀ ଙ୍କର ଯେଉଁ ଭଳି ଭାବେ କାର୍ଯ୍ୟ କଳାପ ସାମ୍ନା କୁ ଆସିଛି ।

ସ୍ଵାମୀ ବୁଖାରୀ ର ଆତଙ୍କବାଦୀ କାର୍ଯ୍ୟ କଳାପ କୁ ନେଇ ଯେବେ ଗଣମାଧ୍ୟମରେ ଜଣା ପଡିଲା । ଏହା ପରେ ସ୍କୁଲ କର୍ତ୍ତୁପକ୍ଷ ନେଇଛନ୍ତି ଏଭଳି ଚରମ ପଦକ୍ଷେପ । ତେବେ ଏ ନେଇ ସ୍କୁଲ କର୍ତ୍ତୁପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ସାଇନାଜ ଙ୍କ ଛଡା ବୁଖାରି 9 ରୁ 12 ଜଣଙ୍କୁ ବାହା ହୋଇଥିବା କଥା ଏବେ ସାମ୍ନା କୁ ଆସିଛି । ଯେବେ ଇଶାନ ବୁଖାରି ଆରେଷ୍ଟ ହୋଇଥିଲେ ତାଙ୍କ ପାଖରୁ 100 ରୁ ଅଧିକ ଡକୁମେଣ୍ଟ ଜବତ ହୋଇଥିଲା ।

ଆଉ ଏ ନେଇ ମଧ୍ୟ ଆଖ ପାଖର ଅଞ୍ଚଳ ବାସୀ ନିଜର ପ୍ରତିକ୍ରିୟା ରଖିଥିଲେ । ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ଇଶାନ ବୁଖାରି ଙ୍କୁ ଏବେ ରଗଡି ସବ ଜେଲ ରେ ରଖା ଯାଇଛି । ଆଉ ଏହା ସହ ତା ପାଖରୁ କୌଣସି ଡକୁମେଣ୍ଟ ବା ପାକିସ୍ତାନ ଲୋକଙ୍କ ସହ ସମ୍ପର୍କ ରେ ଥିବା ଅଛନ୍ତି କି ନାହିଁ ଏ ଦିଗରେ ତଦନ୍ତ କରୁଛି SDF ।

ତେବେ ଏହି ଘଟଣା ସେତେବେଳେ ସାମ୍ନା କୁ ଆସିଲା ଯେତେବେଳେ SDF କୁ ମିଳିଥିଲା ଏକ ଶିକରେଟ ଟିପ । ଗୁପ୍ତ ସୂଚନା ଆଧାରରେ ବୁଖାରି କୁ ଗିରଫ କରା ଯାଇଥିଲା । ଆଉ ଏହା ପରେ ସବୁ ସତ ସାମ୍ନା କୁ ଆସିଥିଲା । ସ୍ଥାନୀୟ ଲୋକ ଏବେ ବି ଭୟଭୀତ ଅଛନ୍ତି । କାରଣ ବୁଖାରି ର ଉପସ୍ଥିତି ହୁଏ ତ ଓଡିଶାରେ କୌଣସି ଭୟଙ୍କର କାର୍ଯ୍ୟ କଳାପ କୁ ବୋଧ ହୁଏ ଜନ୍ମ ଦେବାର ଥିଲା ।

ଆଉ ସେଥିପାଇଁ ବୋଧ ହୁଏ ଆତଙ୍କବାଦୀ ବୁଖାରି ଯାଜପୁର ଜିଲ୍ଲା ରେ ଲୁଚି ରହିଥିଲା । ଅନ୍ୟ ପଟେ ଯାଜପୁର କୁ ବାଙ୍ଗାଲାଦେଶ ଓ ଅନ୍ୟ ଜାଗା ରୁ ଆସୁଥିବା ଲୋକ ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଖେଳି ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।