ଜିଓ ଆଣୁଛି ଦେଶର ସବୁଠୁ ଶସ୍ତା 5G ସ୍ମାର୍ଟଫୋନ, ଦାମ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଜିଓ ନିଜ ଗ୍ରାହକଙ୍କୁ ଖୁସି କରାଇବା ପାଇଁ କେବେ ମଧ୍ୟ ପଛ ଘୁଞ୍ଚା ଦେଇ ନ ଥାଏ । ସବୁବେଳେ କିଛି ନା କିଛି ପ୍ଲାନ ଓ ପ୍ରଡକ୍ଟ ମାଧ୍ୟମରେ ଗ୍ରାହକଙ୍କୁ ନିଜ ସହ ଯୋଡ଼ି ରଖିବାକୁ ନିରନ୍ତର ପ୍ରୟାସ କରିଥାଏ ।

ସ୍ଵଳ୍ପ ଖର୍ଚ୍ଚରେ ଗ୍ରାହକଙ୍କୁ ଅସୀମିତ ସୁବିଧା ଯୋଗାଇ ଦିଏ, ଯାହା ଜଣେ ଗରିବ ଲୋକ ପାଇଁ ମଧ୍ୟ ସୁବିଧାଜନକ ହୋଇଥାଏ । ତେବେ ଆଗକୁ ଏହିପରି କିଛି ସୁବିଧା ଯୋଗାଇ ଦେବାକୁ ଜିଓ ସମ୍ଭବତଃ ଯୋଜନା କରୁଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଆଜ୍ଞା ହଁ, ରିଲାଇନ୍ସ ଜିଓ ଆଉ ଥରେ ପୁଣି ଆପଣଙ୍କ ପାଇଁ ଧମାକାଦାର ଅଫର୍ ନେଇ ଆସୁଛି ।

ଆସନ୍ତା ଜୁନ୍ ୨୪ ତାରିଖରେ କମ୍ପାନୀର ବାର୍ଷିକ ସାଧାରଣ ସଭା ଆୟୋଜିତ ହେବାକୁ ଯାଉଛି । ତେବେ ଏହି ବାର୍ଷିକ ସଭାରେ ସଭାରେ ଜିଓ ତାର ଅନେକ ନୂଆ ପ୍ରଡକ୍ଟ ବିଷୟରେ ତଥ୍ୟ ଦେଇପାରେ । ତନ୍ମଧ୍ୟରୁ ଅନେକ ପ୍ରଡକ୍ଟ ୫ଜି ଟେକ୍ନୋଲୋଜି ସମ୍ବନ୍ଧିତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ମିଡ଼ିଆ ରିପୋର୍ଟ ଅନୁସାରେ ଜିଓ କମ୍ପାନୀ ୫ଜି ଫୋନ୍ ଓ ଜିଓ ୫ଜି ଲଞ୍ଚ ହେବାର ତାରିଖ ବିଷୟରେ ସୂଚନା ଦେଇପାରେ ।

 

ତେବେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗତ ବର୍ଷ ଜିଓ କମ୍ପାନୀ ଭାରତକୁ ଶସ୍ତା ରେ ଜିଓ ୫ଜି ଫୋନ୍ ଆଣିବା ପାଇଁ ଗୁଗୁଲ ସହ ହାତ ମିଶାଇ ଥିଲା । ତେବେ ଏହି ୫ଜି ଫୋନ୍ କଥା କହିଲେ, ଏହି ଫୋନ୍ ଆଣ୍ଡ୍ରଏଡ ଫୋନ୍ ଉପରେ ଫୋକ୍ ଭର୍ସନ ରେ କାମ କରିବ । ଏହାର ମୂଲ୍ୟ କେବଳ ମାତ୍ର ୨୫୦୦/- ଟଙ୍କା ହୋଇପାରେ ବୋଲି ଶୁଣିବାକୁ ମିଳିଛି । ଯଦି ଏପରି ହୋଇଥାଏ ତେବେ କୁହା ଯାଉଛି ଏହି ଫୋନ୍ ଦେଶର ସବୁଠୁ ଶସ୍ତା ୫ଜି ଫୋନ୍ ହେବ ।

 

ବର୍ତ୍ତମାନ ଭାରତୀୟ କମ୍ପାନୀ ଗୁଡିକରେ ସବୁଠୁ ଶସ୍ତା ଫୋନ୍ ର ମୁଖ୍ୟ ତେର ହଜାର ନଅଶ ଅନେଶ୍ୱତ ଟଙ୍କା ଅଟେ । ଭାରତବାସୀ ଙ୍କୁ ଏପରି ଶସ୍ତା ରେ ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଯୋଗାଇ ଦେବାରେ ଜିଓ ର ଏହି ପ୍ରୟାସ ଖୁବ୍ ପ୍ରଶଂସନୀୟ ଅଟେ । ପୂର୍ବରୁ ମଧ୍ୟ ଜିଓ ଶସ୍ତା ରେ ଉତ୍ତମ ଧରଣର ଫୋନ୍ ଯୋଗାଇବାରେ ସକ୍ଷମ ହୋଇଥିଲା ।

କିଛି ଦିନ ପୂର୍ବରୁ ସବୁ ଠୁ ଶସ୍ତା ପ୍ରିପେଡ୍ ପ୍ଲାନ କୁ ଆସୁ ଥରେ ବଜାରରେ ଲଞ୍ଚ କରି ଜିଓ ଚର୍ଚ୍ଚାରେ ରହିଛି । ଏଭଳି ସ୍ଥିତିରେ ଯଦି ଜିଓ ୫ଜି ଫୋନ ଯୋଗାଇ ଦେବ ତେବେ ପୁଣି ଥରେ ଗ୍ରାହକଙ୍କ ପାଇଁ ଶସ୍ତା ରେ ସୁବିଧା ଯୋଗାଇ ଦେବାରେ ଜିଓ ସଫଳ ହୋଇ ପାରିବ । ତେବେ ଦେଖିବାକୁ ବାକି ଅଛି ୨୪ ଜୁନ୍ ରେ ଜିଓ କଣ ସବୁ ସୂଚନା ଘୋଷଣା କରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।