ସୁନ୍ଦରୀ ମହିଳା ରୂପରେ ସଜ ହୋଇ GF ଘରେ ପଶିଳା ଯୁବକ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ Video

କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରି ଦିଏ । ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ । ବେଳେ ବେଳେ ପ୍ରେମରେ ପଡିଥିବା ମଣିଷ ନିଜ ପ୍ରେମିକ ବା ପ୍ରେମିକାଙ୍କ ଟିକେ ଝଲକ ପାଇବା ପାଇଁ ମଧ୍ୟ ଆକୁଳ ହୋଇ ଯାଆନ୍ତି ।

ତେବେ ନିଜ ପ୍ରେମିକା ଙ୍କୁ ଟିକେ ଦେଖିବା ପାଇଁ ଏକ କୌତୁକ ଘଟଣା ଘଟାଇଛନ୍ତି ଜଣେ ଯୁବକ । ଯାହା ଧରା ପଡ଼ିବା ପରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଉତ୍ତର ପ୍ରଦେଶର ଭଦୋହି ଜନପଦରେ ଏହି ଅଦ୍ଭୁତ ମାମଲା ଟି ଘଟିଛି । ଯେଉଁଠି ଜଣେ ଯୁବକ ନିଜ ପ୍ରେମିକା ଙ୍କୁ ଦେଖିବା ପାଇଁ ସାଜିଥିଲେ ମହିଳା ଭେଶ । ଯୁବକ ଜଣକ ସୁନ୍ଦର ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି, ନକଲି କେଶ ଲଗାଇ, ଚୁଡ଼ି ପିନ୍ଧି ଓ ମୁହଁ ରେ ସମ୍ପୂର୍ଣ୍ଣ ଶୃଙ୍ଗାର କରି ଜଣଙ୍କ ଘରକୁ ପଶିଥିଲେ ।

କାନ୍ଧରେ ଏକ ସୁନ୍ଦର ପର୍ସ ମଧ୍ୟ ଧରିଥିଲେ । ତେବେ ସେ ଯେଉଁ ଘରେ ପଶିଥିଲେ ସେଠାରେ ସେ ନିଜ ର ପରିଚୟ କଣ ଦେଇଥିଲେ ତାହା ଜଣା ପଡି ନାହିଁ । ମାତ୍ର ସେ ଘରେ ମହିଳା ମାନଙ୍କ ସହ ଯାଇ ବସିଥିଲେ । ତେବେ କିଛି ସମୟ ପରେ ମହିଳା ବେଶରେ ଶୃଙ୍ଗାର କରିଥିବା ସେହି ଯୁବକଙ୍କ ଉପରେ ଘର ଲୋକଙ୍କୁ ସନ୍ଦେହ ହୋଇଥିଲା । ତା ପରେ ଯାଇ ସେ ଯେ ଜଣେ ଯୁବକ ଘର ଲୋକ ଜାଣି ପାରି ଥିଲେ । ସେମାନେ ତାକୁ ଘେରି ଯାଇ ପଚରା ଉଚରା ମଧ୍ୟ କରିଥିଲେ ।

ମାତ୍ର ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ ଓଢ଼ଣାରେ ମୁଁହ ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ପ୍ରେମ ପାଇଁ ଯୁବକଙ୍କର ଏପରି କାରନାମା ଦେଖିଲେ କୌତୁକ ପରି ଲାଗୁଛି । ତାଙ୍କ ସାହସ କୁ ମଧ୍ୟ ମାନିବାକୁ ପଡ଼ିବ । ତେବେ ଘଟଣା ସ୍ଥଳରେ ଆହୁରି କିଛି ଲୋକ ଜମା ହେବା ପରେ କେହି ଜଣେ ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ ।

ଏହି ମଜାଳିଆ ଭିଡିଓ ଟି ଏବେ ଖୁବ୍ ଭାଇରାଲ ହେଉଛି । ତେବେ ଖବର ଅନୁଯାୟୀ ପୋଲିସକୁ ସୂଚନା ଦେବା ପୂର୍ବରୁ ହିଁ ସବୁ ଲୋକଙ୍କୁ ଚକମା ଦେଇ ଏକ ବାଇକ୍ ଆରୋହି ଙ୍କ ସହ ଭାଗି ପଳାଇ ଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।