ସହିଦଙ୍କୁ ସଲାମ: ଫେରିଲେ ଘର ତିଆରି କରିବି.. ଏମିତି କହି ଯାଇଥିଲେ ସହିଦ ରାମ.. ଆଉ ଏବେ ସେ କେବେ ବି ଫେରିବେ ନାହିଁ

ଜାମ୍ମୁ କାଶ୍ମୀର ର ପୁଲୱାମା ରେ ଗୁରୁବାରକୁ ହୋଇଥିବା ଆତଙ୍କି ଆକ୍ରମଣରେ ମେନପୁରୀ ର ବୀରପୁତ୍ର ମଧ୍ୟ ସହିଦ ହୋଇଛନ୍ତି । ସୈନିକଙ୍କର ଘର ଜନପଦରେ ଶୋକର କଳା ବାଦଲ ଛାଇ ଯାଇଛି । ଜନପଦ ରେ ଚାରିଆଡେ ପାକିସ୍ଥାନର ଆତଙ୍କି ବିରୁଦ୍ଧରେ ଆକ୍ରୋଶ ଖେଳି ଯାଇଛି । ସେଇଠି, ଭାରତ ମା’ର ଏହି ପୁଅର ପାର୍ଥିବ ଶରୀରର ଗୋଟିଏ ଝଲକ ପାଇବା ପାଇଁ ପୁରା ଜନପଦ ଚାହିଁ ବସିଛି ।

ଥାନା ବରନାହଲ କ୍ଷେତ୍ରରେ ବିନାୟକ ପୁରର ନିବାସି ରାମବକିଲ ମାଥୁର ସିଆରପିଏଫ ର ବଟାଲିୟନ ରେ ନିଯୁକ୍ତ ଥିଲେ । ଆତଙ୍କି ଆକ୍ରମଣରେ ସୈନିକଙ୍କର ସହିଦ ହେବାର ସୂଚନା ରେ ଘରେ ଶୋକର ଛାୟା ଖେଳି ଯାଇଛି । ଘରେ ଗାଁ ଲୋକଙ୍କର ଭିଡ ଲାଗି ଯାଇଛି ।

ଛୁଟି ବିତାଇ ଡିଉଟି ଯାଉଥିଲେ

ସୂଚନା ଅନୁସାରେ, ଗତ 7 ଫେବୃୟାରୀ ପର୍ଯ୍ୟନ୍ତ ରାମବକିଲ ଘରେ ଛୁଟି କାଟିଥିଲେ । ତା ଏକ ଦିନ ପରେ 8 ଫେବୃୟାରୀ କୁ ଡିଉଟି ପାଇଁ ଚାଲି ଯାଇଥିଲେ । ସହିଦ ରାମବକିଲ ନିଜ ପତ୍ନୀ ଗୀତାଙ୍କ ସହିତ ପିଲାମାନେ ରାହୁଲ(15) ସାହୁଲ(10) ଓ ଗୋଲୁ(3) ଙ୍କୁ ଛାଡି ଯାଇଥିଲେ । ତାଙ୍କ ମା’ଙ୍କ ନାମ ଅମିତଶ୍ରୀ ଅଟେ । ସେଇଠି ପିତାଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ବଡ ଭାଇ ରାମନରେଶ ପରିବାରର ଦେଖାରଖା କରନ୍ତି ।

ଗୁରୁବାର ଦିନ ସୈନିକ ନିଜ ପତ୍ନୀଙ୍କ ସହିତ କଥା ହୋଇଥିଲେ

ଆକ୍ରମଣ ଦିନ ହିଁ ପତ୍ନୀ ଗୀତାଙ୍କ ସହିତ ରାମବକିଲ କଥା ହୋଇଥିଲେ । ସେ ପରିବାରକୁ ନିଜର ଶକୁଶଳେ ପହଞ୍ଚିବାର ସୂଚନା ଦେଇଥିଲେ ଓ ଘରର ଖବର ବୁଝିଥିଲେ । ଘର ଲୋକଙ୍କ ସହିତ ରାମବକିଲ ଙ୍କର ପ୍ରତିଦିନ କଥା ହୋଇଥାଏ । ଗାଁ ଲୋକଙ୍କ ଅନୁସାରେ ଗାଁ ଓ ଆଖ ପାଖର ଯୁବକମାନେ ରାମବକିଲ ଙ୍କ ଦ୍ଵାରା ବହୁତ ପ୍ରଭାବିତ ଅଟନ୍ତି ଓ ତାଙ୍କରି ଭଳି ସୈନିକ ହେବା ପାଇଁ ସ୍ଵପ୍ନ ଦେଖନ୍ତି ।

ନୂଆ ଘର ତିଆରି କରିବାର ପ୍ରତିଶୃତି ରହିଗଲା ଅଧା

ସହିଦ ରାମବକିଲଙ୍କର ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟ ଇଟାବା ରେ ପଢନ୍ତି । ପିଲାମାନଙ୍କୁ ଭଲ ସ୍କୁଲ ରେ ପଢାଇବେ ଭାବି ରାମବକିଲ ନିଜ ପତ୍ନୀ ଓ ପିଲାମାନଙ୍କୁ ଇଟାବା ର ଏକ ଭଡା ଘରେ ନେଇ ରଖିଥିଲେ । ପତ୍ନୀ ଗୀତାଙ୍କ ଅନୁସାରେ, ରାମବକିଲ ଆସନ୍ତା ଥର ଛୁଟିରେ ଆସିଥିଲେ ନୂଆ ଘର ତିଆରି କରିବାର ପ୍ରତିଶୃତି ଦେଇ ଯାଇଥିଲେ ।