ନୂଆ ବର୍ଷ ସାଥିରେ ନେଇ ଆସୁଛି ଅନେକ ନୂଆ ନିୟମ । ବର୍ଷ ବଦଳିବା ସହ ଅନେକ ନିୟମରେ ପରିବର୍ତ୍ତନରେ ହୋଇଥାଏ । ଆଉ ଏଥର ମଧ୍ୟ ନୂଆ ବର୍ଷରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଗାଡି ଲାଇସେନ୍ସ ଠୁ ନେଇ ଡେବିଟ ଏବଂ କ୍ରେଡିଟ କାର୍ଡ ସମ୍ପର୍କିତ କିଛି ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଗ୍ରାହକଙ୍କୁ ସହଜରେ ଆହୁରି ଭଲ ସୁବିଧା ଯୋଗାଇ ଦେବା ପାଇଁ ସରକାର ଏହି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
ଆପଣ ଯଦି ଗାଡି ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି କିମ୍ବା ଆପଣଙ୍କ ପାଖେ ଡେବିଟ ଏବଂ କ୍ରେଡିଟ କାର୍ଡ ରହିଛି ତେବେ ଏସବୁ ତଥ୍ୟ ଜାଣି ରଖିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଆସନ୍ତା ନୂଆ ବର୍ଷ ତଥା ୨୦୨୨ ଜାନୁୟାରୀ ପହିଲାରୁ ଆଉ ଜାରି ହେବ ନାହିଁ ସ୍ମାର୍ଟ କାର୍ଡ ବା କାଗଜ ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ । କାରଣ ଏଥର ପିଡ଼ିଏଫ ଫର୍ମାଟରେ ମିଳିବ ଏସବୁ ଡକ୍ୟୁମେଣ୍ଟ ।
ଏପରିକି ନୂଆ ବର୍ଷ ଠାରୁ ଲନର୍ସ ଲାଇସେନ୍ସ ଓ ଅନ୍ୟ ପେପର ଡକ୍ୟୁମେଣ୍ଟ ମଧ୍ୟ ଏଥର ଇଲେକ୍ଟ୍ରୋନିକ ଫର୍ମାଟରେ ଜାରି ହେବ । ଏନେଇ ଏକ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଏବଂ ପରିବହନ ବିଭାଗ । ସେହିପରି ନୂଆ ବର୍ଷରେ ଡେବିଟ ଓ କ୍ରେଡିଟ କାର୍ଡ ପାଇଁ ମଧ୍ୟ ନୂଆ ନିୟମ ଜାରି ହେବ । ଅନଲାଇନ ଟ୍ରାନ୍ସାକ୍ସନକୁ ଅଧିକ ସୁରକ୍ଷିତ କରିବା ପାଇଁ ଏବଂ ଠକେଇ ରୋକିବା ପାଇଁ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ନେଇଛି ଏକ ବଡ ପଦକ୍ଷେପ ।
ଜାନୁୟାରୀ ପହିଲାରୁ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି କାର୍ଡ ନମ୍ବର, ସିଭିଭି ଓ ଏକ୍ସପାରି ଡେଟ୍ ଭଳି ତଥ୍ୟକୁ ଷ୍ଟୋର କରି ରଖି ପାରିବେ ନାହିଁ ବୈବସାୟିକ ସଂସ୍ଥା । ଡାଟା ଚୋରି ଓ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନେଇଛି ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ । ପୂର୍ବରୁ ସେଭ୍ ଥିବା ଗ୍ରାହକଙ୍କ କାର୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଡ଼ିଲିଟ୍ ଲାଗି ଆମାଜନ, ଫ୍ଲିପକାର୍ଟ, ଜୋମାଟୋ ଭଳି ସଂସ୍ଥାକୁ ନିର୍ଦ୍ଦେଶ ଦିଆ ଯାଇଛି ।
କାର୍ଡ ସମ୍ପର୍କିତ ତଥ୍ୟ ବଦଳରେ ଏଣିକି ଏକ ଟୁକନ୍ ଯୋଗାଇ ଦେବେ ଭିସା, ମାଷ୍ଟର କାର୍ଡ ଓ ରୁପେ ଭଳି କାର୍ଡ ନେଟୱର୍କ ସଂସ୍ଥା ମାନେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।