ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମହଜୁଦ ଥିବା ପ୍ରତ୍ଯେକଟି ବସ୍ତୁରେ ସକାରାତ୍ମକ ଓ ନକରାତ୍ମକ ଊର୍ଜା ରହିଥାଏ । ଯଦି ସେହି ବସ୍ତୁ ଗୁଡିକ ଘରର ସଠିକ ସ୍ଥାନରେ ରଖା ଯାଇନଥାଏ । ତେବେ ଏହା ଘର ଉପରେ ନକରାତ୍ମକ ଊର୍ଜାର ପ୍ରଭାବ ପକାଇଥାଏ । ଯଦି ସେହି ବସ୍ତୁ ଗୁଡିକର ରଖିବାର ସ୍ଥାନ ଉପରେ ସଠିକ ଧ୍ୟାନ ରଖା ଯାଇଥାଏ । ତେବେ ଘରର ବାସ୍ତୁ ଦୋଷ ଠିକ ରହିବା ସହ ଘରେ ସୁଖ ସମୃଦ୍ଧିର ଉନ୍ନତି ହୋଇଥାଏ । ଆମ ଘରେ ରହିଥିବା ଘଡି ଓ କ୍ଯାଲେଣ୍ଡର ଆମ ଜୀବନ ଉପରେ ବାସ୍ତୁ ଅନୁସାରେ ପ୍ରଭାବ ପକାଇଥାଏ ।
ଘର ପାଇଁ କିଣୁଥିବା ଘଡିର ଆକାର ଗୋଲ୍ ଅଥବା ଅଣ୍ଡାକାର ରହିଲେ । ବହୁତ ଭଲ ହୋଇଥାଏ । ଘଡି ମଧ୍ୟରେ ଦେବାଦେବୀଙ୍କର ଫୋଟୋ ରହିବା ମଧ୍ୟ ଅନୁଚିତ । କାରଣ ଭଗବାନଙ୍କର ଫୋଟୋ ପୂଜା କରିବା ଯୋଗ୍ୟ ହୋଇଥାଏ । ଯଦି ଆପଣ ଘଣ୍ଟା ମଧ୍ୟରେ ଭଗବାନଙ୍କ ଫୋଟୋ ରଖିବେ । ତେବେ ତାହା ଉପରେ ଧୁଳି ମଇଳା ବହୁ ଦିନ ଜମା ହୋଇ ରହିଥାଏ, ଏହା ଛଡା ଘଡିକୁ ଆମେ ପୂଜା ମଧ୍ୟ କରିପାରିବୁ ନାହିଁ ।
ଘରେ ରହିଥିବା ବନ୍ଦ ଘଡି କାନ୍ଥରେ ଟାଙ୍ଗୀ କରି ରଖିବା ଅନୁଚିତ । କାରଣ ବାସ୍ତୁ ନିୟମ ଅନୁଯାଇ ବନ୍ଦ ରହିଥିବା ଘଡି ଦୁର୍ଭାଗ୍ୟ ନେଇକି ଆସିଥାଏ । ଘରେ ରଖିଥିବା ଘଡି ସଠିକ ଭାବରେ ଚାଲିବା ଉଚିତ । ଘଡିର ସମୟ ଠିକ କରି ରଖିପାରିବେ । ଦରକାର ପଡିଲେ ଘଡିର ସମୟ ଟିକେ ଆଗକୁ ମଧ୍ୟ କରି ରଖିପାରିବେ । ଯେଉଁ ଘରର ଘଡିର ସମୟ ପଛୁଆ ରହିଥାଏ । ସେହି ଘରର ଲୋକ ମଧ୍ୟ ସବୁ କାମରେ ପଛୁଆ ହୋଇ ରହି ଜାଇଥାନ୍ତି ।
ଘଡିକୁ ଦକ୍ଷିଣ ଦିଗରେ ଟାଙ୍ଗିବା ଅନୁଚିତ । କାରଣ ଏହି ଦିଗକୁ ମୃତ୍ୟୁର ଦିଗ କୁହାଯାଇଥାଏ । ଏହି ଦିଗରେ ଘଡି ଟାଙ୍ଗିବା ଦ୍ଵାରା ଘରର ମୁରବୀଙ୍କର ସ୍ଵାସ୍ଥ ବହୁ ସମୟରେ ଖରାପ ରହିଥାଏ । ଏହା ସହ ସେହି ଘରର ଉନ୍ନତି ହୋଇପାରିନଥାଏ । ଘଡିକୁ ଓ କ୍ଯାଲେଣ୍ଡରକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ଘଡିକୁ ମୁଖ୍ୟ ଦ୍ଵାରର କବାଟରେ ସାମ୍ନାରେ କି ପଛରେ ମଧ୍ୟ ଟାଙ୍ଗିବା ଅନୁଚିତ ।
କ୍ଯାଲେଣ୍ଡରରେ ଉଦୟ ସୂର୍ଯ୍ୟ ଯାହାର ରଙ୍ଗ ନାଲି କିମ୍ବା ଗୋଲାପୀ ହୋଇଥିବ । ସେପରି ଚିତ୍ରର କ୍ଯାଲେଣ୍ଡର ଲଗାନ୍ତୁ । କ୍ଯାଲେଣ୍ଡରରେ ନଦୀ, ସମୁଦ୍ର ଝରଣା ଏପରି ଚିତ୍ର ଥିବା କ୍ଯାଲେଣ୍ଡର ରଖନ୍ତୁ । ହେଲେ କ୍ଯାଲେଣ୍ଡରରେ ହିଂସ୍ର ଜନ୍ତୁ କି ଦୁଃଖୀ ଚେହେରା ଥିବା ଫୋଟର କ୍ଯାଲେଣ୍ଡର ରଖନ୍ତୁ ନାହିଁ । ପୁରୁଣା କ୍ଯାଲେଣ୍ଡର ଉପରେ ନୂଆ କ୍ଯାଲେଣ୍ଡର ଲଗାନ୍ତୁ ନାହିଁ ।
ଏହ ଦ୍ଵାରା ଘରେ ନକରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ବହୁ ମାତ୍ରାରେ କରନ୍ତୁ । ଧନ୍ୟବାଦ