ବାସ୍ତୁ ଶାସ୍ତ୍ର : ଆପଣଙ୍କ ଘରେ ଥିବା ଏହି ଜିନିଷ ବାଧା ଦେଇଥାଏ ଆପଣଙ୍କ ଉନ୍ନତିରେ, ଏସବୁ କାରଣରୁ ଆସିଥାଏ ଦରିଦ୍ରତା

ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରିଥାଏ । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାକୁ ସଫଳତା ହାସଲ କରିବାରେ ବହୁତ ସମସ୍ୟାର ସାମ୍ନା କରିବା ପାଇଁ ପଡେ । ଏହିଭଳି ସ୍ଥିତିରେ ବ୍ୟକ୍ତି ବହୁତ ହତାସ ହୋଇଯାଏ ଏବଂ ନିଜ ଭାଗ୍ୟକୁ ଦୋଷ ଦେବାକୁ ଲାଗେ । କିନ୍ତୁ ବେଳେ ବେଳେ ଆମ ଜୀବନରେ ସଫଳତା ନ ପାଇବାର ମୁଖ୍ୟ କାରଣ ଆମ ଘରେ ଥିବା ବାସ୍ତୁ ଦୋଷ ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ ଓ ଯଦି ଆପଣ ଏହି ସବୁ ଜିନିଷକୁ ଘରେ ରଖିଥାନ୍ତି ତେବେ ଆପଣଙ୍କୁ ଦୁର୍ଭାଗ୍ୟ ଓ ଦାରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାକୁ ଘରେ ରଖିବା ଉଚିତ ନୁହେଁ ।

ଆସନ୍ତୁ ଜାଣିବା ଘରେ ଥିବା କେଉଁ ଜିନିଷ ଅଟକାଇ ଥାଏ ଉନ୍ନତିକୁ

ଦେବୀ ଦେବତାଙ୍କର ପୁରୁଣା ମୂର୍ତି ଏବଂ ଫଟୋ

ଯଦି ଆପଣଙ୍କ ଘରର ମନ୍ଦିରରେ ଦେବୀ ଦେବତାଙ୍କର ପୁରୁଣା ଫଟୋ କିମ୍ବା ଭଙ୍ଗା ମୂର୍ତ୍ତି ଅଛି, ତେବେ ଏହା ଆପଣଙ୍କର ଆର୍ଥିକ ସମସ୍ୟାର କାରଣ ଅଟେ । ଏଥିପାଇଁ ଆପଣ ଏହି ଜିନିଷଙ୍କୁ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହା ଛଡା ଦେବୀ ଦେବତାଙ୍କର ଫଟୋ କିମ୍ବା ମୂର୍ତ୍ତିକୁ ନିଶ୍ଚିତ ସଂଖ୍ୟା ଏବଂ ସ୍ଥାନରେ ରଖିବା ଉଚିତ ।

ଭଙ୍ଗା ଆଲମାରି

ଯଦି ଆପଣଙ୍କ ଘରେ କିମ୍ବା ଦୋକାନରେ କୌଣସି ଭଙ୍ଗା ଆଲମରି ଅଛି ତେବେ ଆପଣଙ୍କୁ ଧନ ସବନ୍ଧିତ ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଆଲମାରିରେ କାମ ନ ଥିଲେ ଅତ୍ୟଧିକ ସମୟ ପର୍ଯ୍ୟନ୍ତ ତାହାକୁ ଖୋଲା କରି ରଖିବେ ନାହିଁ ।

ବୁଢିଆଣୀର ଜାଲି

ଘରେ ପ୍ରାୟତଃ ବୁଢିଆଣୀ ଜାଲି ଦେଖିବାକୁ ମିଳିଥାଏ । ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ ଓ ବିଭିନ୍ନ ପ୍ରକାରର ବାସ୍ତୁ ଦୋଷ ମଧ୍ୟ ଉପନ୍ନ ହୋଇଥାଏ । ସେଥିପାଇଁ ଏହାକୁ ଦେଖିବା ମାତ୍ରେ ହିଁ ହଟାଇ ଦେବା ଉଚିତ ।

ବନ୍ଦ ଥିବା ଘଡି

ଯଦି ଆପଣ ଘରେ କୌଣସି ଖରାପ କିମ୍ବା ବନ୍ଦ ଘଣ୍ଟା ରଖିଛନ୍ତି ତେବେ ଜଲ୍ଦି ଏହାକୁ ନିଜ ଘରୁ ବାହାର କରି ଦିଅନ୍ତୁ । ବନ୍ଦ ଘଣ୍ଟା ଘରେ ରଖିବା ଦ୍ଵାରା ଆପଣଙ୍କର ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ ।

ଛାତ ଉପର ଅପରିଷ୍କାର ରହିବା

ଯଦି ଆପଣ ନିଜ ଘରର ଛାତକୁ ଅପରିଷ୍କାର ରଖୁଛନ୍ତି ତେବେ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସବୁବେଳେ ନିଜର ଛାତକୁ ପରିଷ୍କାର କରିବା ଉଚିତ । କୌଣସି ପ୍ରକାରର ବସ୍ତୁ ରଖିବା ଉଚିତ ନୁହେଁ ।