ଆପଣଙ୍କର ସବୁଦିନର ଏହି ଅଭ୍ୟାସ କରିଥାଏ ଆପଣଙ୍କ ମସ୍ତିଷ୍କକୁ କମଜୋର, ହୋଇ ଯାଆନ୍ତୁ ସାବଧାନ, ଜାଣନ୍ତୁ

ସମସ୍ତ ମନୁଷ୍ୟ ଚାହିଁଥାନ୍ତି କି ତାଙ୍କର ମସ୍ତିଷ୍କ ବହୁତ ତେଜ ହେଉ । ଏଥିପାଇଁ ସେମାନେ ବହୁତ କିଛି କରି ବି ଥାନ୍ତି । କିଛି କାର୍ଯ୍ୟକୁ କରିବା ଦ୍ଵାରା ଆପଣଙ୍କର ବୁଦ୍ଧି ଭଲ ହୋଇଥାଏ । କିନ୍ତୁ କିଛି କାର୍ଯ୍ୟ ଏମିତି ଅଛି ଯାହାକୁ କରିବା ଦ୍ଵାରା ଆପଣଙ୍କର ବୁଦ୍ଧି କମଜୋର ହୋଇଯାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ କିଛି ଏମିତି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କର ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ ଯାହା ଦ୍ଵାରା ଆପଣଙ୍କର ମସ୍ତିଷ୍କ କମଜୋର ହୋଇଯାଏ ।

ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ କଣ ଅଟେ

କମ ଶୋଇବା

ଆଜିକାଲି ସମୟରେ ସମସ୍ତେ ନିଜ ଜୀବନରେ ବହୁତ ବ୍ୟସ୍ତ ରହୁଛନ୍ତି । ବ୍ୟସ୍ତତା ପୂର୍ଣ୍ଣ ଜୀବନରେ କୌଣସି ବି ବ୍ୟକ୍ତି ପାଖରେ ଶୋଇବା ପାଇଁ ସମୟ ନହିଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଅଭ୍ୟାସ ଆପଣଙ୍କର ମସ୍ତିଷ୍କକୁ କମଜୋର କରିଦେଇଥାଏ । ଆପଣ ଯଦି ଏକ ସୁସ୍ଥ ମସ୍ତିଷ୍କ ପାଇବାକୁ ଚାହୁଁଛନ୍ତି ତେବେ ସବୁଦିନ ୬ ଘଣ୍ଟା ଶୋଇବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ ଅଟେ ।

ସ୍ମାର୍ଟଫୋନର ଅଧିକ ବ୍ୟବହାର

ଆଜିକାଲି ଦେଖାଯାଇଛି କି ପ୍ରାୟତଃ ଲୋକମାନେ ମୋବାଇଲର ବହୁତ ଉପଯୋଗ କରୁଛନ୍ତି । କିନ୍ତୁ ମୋବାଇଲର ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ମସ୍ତିଷ୍କକୁ କ୍ଷତି ପହଞ୍ଚିଥାଏ । କାରଣ ମୋବାଇଲରୁ ବାହାରୁଥିବା ହାନିକାରକ ରେଡିଏଶନ ଆପଣଙ୍କ ଚିନ୍ତାଧାର ଓ ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ । ସେଥିପାଇଁ ଯେତିକି ଦରକାର ସେତିକି ହିଁ ମୋବାଇଲର ପ୍ରୟୋଗ କରନ୍ତୁ ।

ବାହାର ଖାଦ୍ୟ ଖାଇବା

ପ୍ରାୟତଃ ଲୋକମାନଙ୍କୁ ପିଜ୍ଜା ବର୍ଗର ଭଳି ଫାସ୍ଟ ଫୂଡ ବହୁତ ପସନ୍ଦ ଅଟେ । ଯଦି ଆପଣ ଏଥିରେ ସାମିଲ ଅଛନ୍ତି ତେବେ ଏହି ଅଭ୍ୟାସକୁ ଜଲ୍ଦି ହିଁ ବଦଳାଇ ଦିଅନ୍ତୁ । କାରଣ ଏହି ସବୁ ଖାଦ୍ୟ ଆପଣଙ୍କ ମସ୍ତିଷ୍କକୁ କମଜୋର କରି ଦେଇଥାଏ । ଏହା ସହିତ ଏହାର ଅତ୍ୟଧିକ ସେବନ କରିବା ଦ୍ଵାରା ଆପଣଙ୍କର ଆଈକ୍ୟୁ ଲେବୁଲ ବି କମଜୋର ହୋଇଯାଏ ।

ଅତ୍ୟାଧିକ ଡ୍ରିଂକ କରିବା

ଆପଣ ସମସ୍ତେ ମଦ୍ୟପାନର ଦୁଷ୍ପ୍ରଭାବ ବିଷୟରେ ଭଲ ଭାବରେ ଜାଣିଛନ୍ତି । ମଦ୍ୟପାନ ଦ୍ଵାରା ଆମର ଚିନ୍ତାଧାରାର କ୍ଷମତା ଉପରେ ବି ଧୀରେ ଧୀରେ ପ୍ରଭାବ ପଡିଥାଏ । ସୀମିତ ମାତ୍ରାରେ ମଦ୍ୟପାନ କରିବା ଉଚିତ । କିନ୍ତୁ ଅତ୍ୟଧିକ ମଦର ସେବନ କରିବା ଆପଣଙ୍କ ସ୍ମରଣ ଶକ୍ତିକୁ କମଜୋର କରି ଦେଇଥାଏ ।

ଧୂମ୍ରପାନ

ଆପଣ ସମସ୍ତେ ଜାଣିଛନ୍ତି କି ଧୂମ୍ରପାନ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ହୋଇଥାଏ । ଏହା ଛଡା ଅତ୍ୟଧିକ ଧୂମ୍ରପାନ କରିବା ଦ୍ଵାରା ମସ୍ତିଷ୍କର କୋଶିକା ଗୁଡିକ ବି କାମ କରିବା ବନ୍ଦ କରିଦିଏ । ବ୍ୟକ୍ତିର ଚିନ୍ତା କରିବାର କ୍ଷମତା ବି ନଷ୍ଟ ହୋଇଯାଏ । ସେଥିପାଇଁ ଆପଣ ଧୂମ୍ରପାନ କରନ୍ତୁ ନାହିଁ ।

ଚିନିର ଅତ୍ୟଧିକ ସେବନ

ଯଦି ଆପଣ ନିଜ ଭୋଜନରେ ଚିନି ଅତ୍ୟଧିକ ସେବନ କରୁଛନ୍ତି ତେବେ ଆପଣଙ୍କ ଦ୍ଵାରା ସେବନ କରାଯାଉଥିବା ପୋଷକ ଆହାରରୁ ଆପଣଙ୍କୁ ଭିଟାମିନ ଓ ପୋଷକ ତତ୍ଵ ମିଳିବାରେ ସମସ୍ୟା ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ କୁପୋଷଣର ଡର ବି ଅଧିକ ହୋଇଯାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।