ଅପାର ଧନ ପାଇବାକୁ ଚାହୁଞ୍ଚନ୍ତି ତ ଘରର ମନ୍ଦିରରେ ନିଶ୍ଚୟ ରଖନ୍ତୁ ଏହି ସବୁ ଜିନିଷ

ଆଜି ଆମେ ଜାଣିବା ଏମିତି ୯ ଟି ଜିନିଷ ବିଷୟରେ ଯାହାକୁ ପୂଜା ଘରେ ରଖିବା ବହୁତ ଜରୁରୀ ଅଟେ । ଏଥିପାଇଁ ଜରୁରୀ ନୁହେଁ କି ତାହା ପୂଜାରେ ଲାଗିଥାଏ ବରଂ ଏଥିପାଇଁ ଜରୁରୀ ଅଟେ କି ବାସ୍ତବିକତା ରେ ତାହା ଏକ ପ୍ରତୀକ ଅଟେ ଆମର ଇଚ୍ଛାର, ଅଭିଳାଶାର ଯାହା ଆମେ ଇଶ୍ଵର ଠାରୁ ଚାହିଁଥାଉ । ତାହା ପ୍ରତୀକ ଅଟେ ପବିତ୍ରତା ର ପୌଷ୍ଟିକତାର । ତେବେ ଆଜି ଆମେ ଜାଣିବା ପୂଜା ଘରେ ରଖାଯାଉଥିବା ସେହି ଜିନିଷ ବିଷୟରେ ଯାହା ଆମର ଇଚ୍ଛାକୁ ଈଶ୍ବରଙ୍କ ପାଖରେ ପହଞ୍ଚାଇଥାଏ ।

ପୂଜା ଘର ସବୁବେଳେ ଐଶାନ୍ୟ କୋଣରେ ହେବା ଦରକାର ଓ ପୂଜା ଘରେ କେବଳ ୨-୩ ଟି ମୂର୍ତ୍ତି ରହିବା ଆବଶ୍ୟକ । ଧ୍ୟାନ ରଖିବେ କି ଘରର ମନ୍ଦିରରେ ଦେବୀ ଦେବତାମାନଙ୍କର ବହୁତ ଗୁଡିଏ ଫୋଟୋ ଲଗାନ୍ତୁ ନାହିଁ । ପୂଜା ଘର ସବୁବେଳେ ସଫା ସୁତୁରା ରହିବା ଆବଶ୍ୟକ । ଏବେ ଆମେ ଜାଣିବା ପୂଜା ଘରେ କେଉଁ କେଉଁ ବସ୍ତୁ ରହିବା ଆବଶ୍ୟକ ଯାହା ଆମର ଇଚ୍ଛାକୁ ପୁରା କରିବାରେ ସାହାର୍ଯ୍ୟ କରିଥାଏ ।

୧. ଆଚମନ

ଆଚମନର ଅର୍ଥ ହୋଇଥାଏ ଏକ ଛୋଟ ତମ୍ବା ବାସନରେ ଜଳ ଭରି ରଖିବା ଓ ସେଥିରେ ତୁଳସୀ ପକାଇବା । ଏହାକୁ ପୂଜା ଘରେ ରଖିବା ବହୁତ ଶୁଭ ହୋଇଥାଏ ଓ ଏହି ଜଳ ବହୁତ ଶୁଭ ଫଳଦାୟୀ ହୋଇଥାଏ ।

୨. ପଞ୍ଚାମୃତ

ପଞ୍ଚାମୃତ ର ଅର୍ଥ ପାଞ୍ଚ ପ୍ରକାରର ଅମୃତ କ୍ଷୀର, ଦହି, ମହୁ,ଘିଅ ଓ ଆଖୁ ରସ । ଏହାକୁ ଗ୍ରହଣ କରିବା ଦ୍ଵାରା ଆମ ଭିତରେ ପୌଷ୍ଟିକତା ଆସିଥାଏ ।

୩. ଚନ୍ଦନ

ଚନ୍ଦନ ଶାନ୍ତି ଓ ଶୀତଳତାର ପ୍ରତୀକ ଅଟେ । ଏଥିପାଇଁ ପୂଜା ଘରେ ଚନ୍ଦନ ପେଡି ଓ କାଠି ନିଶ୍ଚିତ ରଖିବା ଆବଶ୍ୟକ । ଚନ୍ଦନ ର ସୁଗନ୍ଧ ଦ୍ଵାରା ମନର ନକରାତ୍ମକ ବିଚାର ଦୂର ହୋଇଥାଏ ଓ ଚନ୍ଦନର ଟିକା ସବୁବେଳେ ମଥାରେ ଲଗାଇବା ଆବଶ୍ୟକ ।

୪. ଅକ୍ଷତ

ଅକ୍ଷତ ମାନେ ବିନା ଭାଙ୍ଗିଥିବା ଚାଉଳ । ଏହାକୁ ସମ୍ପର୍ଣ୍ଣତାର ପ୍ରତୀକ ମାନନ୍ତି । ଭଗବାନଙ୍କୁ ଅକ୍ଷତ ଅର୍ପଣ କରିବା ଦ୍ଵାରା ଜୀବନରେ ଆପଣଙ୍କୁ ସମ୍ପର୍ଣ୍ଣତା ପ୍ରାପ୍ତି ହୋଇଥାଏ ।

୫. ପୁଷ୍ପ

ଦେବୀ ଦେବତାଙ୍କ ମୂର୍ତ୍ତି ସାମ୍ନାରେ ପୁଷ୍ପ ରଖାଯାଇଥାଏ । ଏହା ଦ୍ଵାରା ସୁନ୍ଦରତାର ଅନୁଭବ ହୋଇଥାଏ । ଏହା ଦ୍ଵାରା ମନରେ ଭଲ ବିଚାର ଆସିଥାଏ ଓ ମନ ପ୍ରଫୁଲ୍ଲିତ ହୋଇଥାଏ ।

୬. ସିନ୍ଦୁର

ଏହା ରଙ୍ଗର ପ୍ରତୀକ ହୋଇଥାଏ । ଏହା ଆମ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ କରିଥାଏ ।

୭. ଧୂପ

ଧୂପ ସୁଗନ୍ଧର ବିସ୍ତାର କରିଥାଏ । ଏହା ଦ୍ଵାରା ଆପଣଙ୍କ ମସ୍ତିସ୍କ ଓ ମନରେ ସକରାତ୍ମକ ବିଚାର ଆସିଥାଏ ଓ ବାତାବରଣ ସୁନ୍ଦର ଓ ସୁଗନ୍ଧିତ ହୋଇଥାଏ ।

୮. ଦୀପ

ଦୀପ ପ୍ରକାଶ ର ପ୍ରତୀକ ହୋଇଥାଏ । ଦୀପ ଜଳାଇ ଆମେ ଜୀବନର ଅନ୍ଧକାରକୁ ଦୂର କରି ଜୀବନରେ ପ୍ରକାଶ ଭରିବାକୁ ଚାହିଁଥାଉ ।

୯. ଗରୁଡ ଘଣ୍ଟି

ଯେଉଁ ଘରୁ ଘଣ୍ଟି ବାଜିବାର ଆବାଜ ନିୟମିତ ଆସିଥାଏ ସେଠିକାର ବାତାବରଣ ସବୁବେଳେ ଶୁଦ୍ଧ ଓ ପବିତ୍ର ରହିଥାଏ ଓ କୌଣସି ପ୍ରକାରର ନେଗେଟିଭ ଏନର୍ଜି ସେଠାରେ ରହି ପାରେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।