ଆଁ କରି ରହିଥିଲା ମଣିଷ ଖିଆ କୁମ୍ଭୀର..ଆଉ ଗୋଟେ ପାଦ ପକେଇଥିଲେ ନଦୀକୁ ଟାଣି ନେଇଥାନ୍ତା..ପାଟିକରି ବଞ୍ଚିଗଲି

ନମସ୍କାର ବନ୍ଧୁଗଣ । ଏବେ ସାରା ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳାଇବାରେ ଲାଗିଛି । କେଉଁ ନଦୀ ରେ କେତେବେଳେ ପହଞ୍ଚି ଯାଇଛି ମଣିଷ ର ମାଂସ ଖାଇବାକୁ । ନଦୀ ତୁଠ ରେ ମଣିଷ ର ମାଂସ ଖାଇବାକୁ ଲୁଚିକି ରହୁଛି ମଣିଷଖିଆ କୁମ୍ଭୀର । କାରଣ ମଣିଷ ମାଂସ ପାଇଁ ପାଗଳ ହୋଇ ଯାଇଛି । ସେଥିପାଇଁ ସ୍ଥାନ ପରିବର୍ତ୍ତନ ମଧ୍ୟ କରୁଛି । ଜାଜପୁର ଜିଲ୍ଲା ବଋ ବିରୂପା ବ୍ରାହ୍ମଣୀ, ମନ୍ଥେଇ, ଖରଶ୍ଵେତା, ତନ୍ତିଘାଇ ନଦୀ ରେ ଏବେ କୁମ୍ଭୀର ଘୁରି ବୁଲୁ ଥିବାର ଦେଖିବାକୁ ମିଳିଛି ।

ଗତ 16 ତାରିଖ ରେ ଯାଜପୁର ଜିଲ୍ଲା ବିରୂପା ନଦୀ ରେ ଅମତପୁର ପଞ୍ଚାୟତର ଜ୍ୟୋସ୍ନାରାଣୀ ଜେନା ଙ୍କୁ ସମସ୍ତଙ୍କ ସାମନାରେ ପାଣି ଭିତରକୁ କୁମ୍ଭୀର ଟାଣି ନେଇ ଝୁଣି ଝୁଣି ଖାଇଥିବାର ଦ୍ରୁଶ୍ଯ ସାରା ରାଜ୍ୟ କୁ ସ୍ତବ୍ଧ କରି ଦେଇଥିଲା । ଏହି ଘଟଣା ପରେ ବଋ ଅଞ୍ଚଳରେ ଆତଙ୍କ କମି ନ ଥିବା ବେଳେ ପୁଣି ଜଣେ ମହିଳା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ମରଣ ମୁହଁ ରୁ ।

ମହିଳା ଜଣକ କହିଛନ୍ତି ଘରେ କୌଣସି ସୁବିଧା ନ ଥିବାରୁ ସେ ବାଧ୍ୟ ହୋଇ ନଦୀ କୁ ଯାଇଥିଲେ । ନଦୀ ତୁଠ ରେ ଥିବା ବେଳେ ନଦୀ କୂଳରେ କିଛି ଶବ୍ଦ ଶୁଭିଥିଲା । ଆଉ ସାବିତ୍ରୀ ନାମକ ମହିଳା ପଛକୁ ଅନାଇ ଦେଖିଥିଲେ ମଣିଷଖିଆ କୁମ୍ଭୀର ନଦୀ କୂଳରେ ଛକି ବସି ଥିବାର ଦେଖି ଚିତ୍କାର କରିଥିଲେ । ଓ ନିଜ ଜୀବନ ବଞ୍ଚାଇବାକୁ ନଦୀ ତୁଠ ରୁ ଉପରକୁ ଦୌଡି ଆସିଥିଲେ ।

ସୂଚନା ଅନୁଯାୟୀ ବଋ ବ୍ଲକ ଅନ୍ତର୍ଗତ ଭଅରା ପଞ୍ଚାୟତ ସଙ୍ଗଦେଇପୁର ଗାଁ ର ଜୟରାମ ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା । ପାଖ ଗଣ୍ଡ ନଦୀ କୁ ସାବିତ୍ରୀ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ସୋଇଥିବାର ଦେଖିବାକୁ ପାଇଥିଲେ । କୁମ୍ଭୀର ମଧ୍ୟ ସାବିତ୍ରୀ କୁ ଆକ୍ରମଣ କରିବାକୁ ଚେଷ୍ଟା କରିଲା । ମହିଳାଙ୍କୁ ତୁଠ ରେ ଦେଖି ମଣିଷଖିଆ କୁମ୍ଭୀର କୁଳ କୁ ଆସି ଯାଇଥିଲା ।

ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ସାବିତ୍ରୀ ନିଜ ବଞ୍ଚାଇ ଦଉଡି ପଳାଇ ଆସିଥିଲେ । ଆଉ ପାଟି ଶୁଣିବା ପରେ କୁମ୍ଭୀର ଟି ନଦୀ ରେ ବୁଡି ଯାଇଥିଲା । କୁମ୍ଭୀର ଖବର ଶୁଣିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ବନ ବିଭାଗ ଏ ଯାଏଁ କୁମ୍ଭୀର କୁ ଧରିପାରି ନାହିଁ ଯାହା ପାଇଁ ଏବେ ବାସିନ୍ଦା ଚିନ୍ତା ରେ ଅଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।