ଏହି ଗାଁରେ ଆଜି ବି ଲୋକଙ୍କ ସହିତ କଥା ହେବାକୁ ଆସେ ଇଚ୍ଛାଧାରୀ ନାଗୀନ, ଜାଣି ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ରହସ୍ୟମୟ ଘଟଣା ନେଇ ଆସିଛୁ ଯାହାକୁ ଆପଣ ମାନେ କେବେ ଶୁଣି ନ ଥିବେ କି ଦେଖି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ଘଟଣାଟି କେଉଁଠି ଓ କଣ ଅଟେ ।

ଏହି ଘଟଣାଟି ରାଜସ୍ଥାନର ଜୟପୁରରୁ ଅନେକ ଦୂରରେ ଥିବା ଛୋଟ ଗାଁର ଜଣେ ବାସିନ୍ଦା ମହେଶ ନାଗ ଦେବତାଙ୍କର ଉପସ୍ଥିତିକୁ ଅନୁଭବ କରିଛନ୍ତି । ଅନେକ ସମୟ ପୂର୍ବେ ସୁନାର ନାମରେ ଏକ ଗାଁ ଥିଲା । କିନ୍ତୁ ସେହି ଗାଁ ଭାଙ୍ଗି ଯିବା ପରେ ସେଠିକାର ବାସିନ୍ଦା ସହରକୁ ଚାଲି ଆସିଥିଲେ । ସେହି ଗାଁରେ ଗୋଟିଏ କୂଅ ଥିଲା ଯାହା ବର୍ତ୍ତମାନ ମାଟିରେ ପୋତା ସରିଛି । ସେହି କୂଅରେ ଗୋଟିଏ ଇଚ୍ଛାଧାରୀ ନାଗ ଦେବତା ରହୁଥିଲେ ଯିଏ ମଣିଷ ସ୍ଵରରେ କଥାବାର୍ତ୍ତା କରୁଥିଲେ ।

ଏହା ପରେ ମହେଶ ନାଗ ପଞ୍ଚମୀ ଥିବାରୁ ନାଗ ଦେବତାଙ୍କ ପୂଜା କରିବା ପାଇଁ କ୍ଷୀର ଓ ପୂଜା ପାଇଁ ଅନ୍ଯାନ୍ଯ ସାମଗ୍ରୀ ନେଇ ଯାଇଥିଲେ । ଏହା ପରେ ମହେଶ କ୍ଷୀର ଓ ପୂଜା ସାମଗ୍ରୀକୁ ମନ୍ଦିରରେ ଥିବା ପୂଜାରୀଙ୍କୁ ଦେଇଥିଲେ । କିନ୍ତୁ ପୂଜାରୀ ମହେଶ ଆଣିଥିବା କ୍ଷୀରରେ ଚାହା କରି ପିଇ ଦେଇଥିଲେ । ଏହା ପରେ ମହେଶ କ୍ଷୀର ବଦଳରେ ପାଣି ନେଇ ପୂଜା କରିବାକୁ ଯାଇଥିଲେ । ପୂଜା କରିବା ସମୟରେ ସେ କ୍ଷୀର ବଦଳରେ ପାଣି ପୂଜା କରିଛନ୍ତି ବୋଲି ଭଗବାନଙ୍କୁ ସ୍ମରଣ କରି ନିଜର ମନ କଥା ପ୍ରକାଶ କରିଥିଲେ ।

ଏହା ପରେ ସନ୍ଧ୍ୟା ସମୟରେ ନାଗ ଦେବତା ପୂଜାରୀଙ୍କ ଉପରେ ଆକ୍ରମଣ କରିଥିଲେ । ସେହି ସମୟରେ ପୂଜାରୀ ଜଣଙ୍କର ସ୍ତ୍ରୀ ଓ ପିଲା ମାନେ ନାଗ ଦେବତାଙ୍କୁ ପ୍ରାର୍ଥନା କରିବାରୁ ନାଗ ଦେବତା ତାଙ୍କୁ ଛାଡି ଦେଇଥିଲେ । ସେହି ଦିନରୁ ପ୍ରତେକ ବର୍ଷ ନାଗ ପଞ୍ଚମୀ ଦିନ ମନ୍ଦିରରେ କ୍ଷୀର ଅର୍ପଣ କରାଯାଇ ନାଗ ଦେବତାଙ୍କର ପୂଜା କରାଯାଏ । ମାନ୍ୟତା ରହିଛି ଯେ ନାଗ ଦେବତା ସ୍ଵୟଂ ମଣିଷ ମାନକ ସହ ବାର୍ତ୍ତାଳାପ କରନ୍ତି ।

ନାଗ ପଞ୍ଚମୀ ଦିନ ଯେଉଁ ବ୍ୟକ୍ତି ନାଗ ଦେବତାଙ୍କର ପୂଜା ଆରାଧନା କରିଥାଏ ତାର ସବୁ ଇଚ୍ଛା ପୂରଣ ହୋଇଥାଏ । ଯେଉଁ ମାନଙ୍କର ଜାତକରେ ସର୍ପ ଦୋଷ ରହିଥାଏ ସେମାନେ ମଧ୍ୟ ନଗ ପଞ୍ଚମୀ ଦିନ ନାଗ ଦେବତାଙ୍କର ଶ୍ରଦ୍ଧା ମନରେ ଆରାଧନା କରିଲେ ଏହା ଦୂର ହୋଇଥାଏ । ଏହିଭଳି ଭାବେ ମହେଶ ନିଜର ଭକ୍ତି ବଳରେ ନାଗ ଦେବତାଙ୍କର ଦର୍ଶନ କରି ପାରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ