ସୋନାଲି ନନ୍ଦଙ୍କୁ ପ୍ରେମ କରି ଶେଷରେ ଆ-ତ୍ମ-ହ-ତ୍ୟା କରିଥିବା ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ଆଜି ଦଶାହ । କେବଳ ସୋନାଲି ଏବଂ ତାଙ୍କ ସୁଇସାଇଡ ନୋଟରେ ନୁହେଁ ବରଂ ମୃତ୍ୟୁ ପୂର୍ବରୁ ସୌମ୍ଯ ସୋନାଲିଙ୍କ ମା’ଙ୍କୁ ମଧ୍ୟ କହିଥିଲେ କି ସେ ଆ-ତ୍ମ-ହ-ତ୍ୟା କରିବାକୁ ଚାହାନ୍ତି । କିନ୍ତୁ ଏହି ଆ-ତ୍ମ-ହ-ତ୍ୟା-ର ମୂଳ ଉଦ୍ଦେଶ୍ୟ ବାବଦରେ କହିବାକୁ ଯାଇ ସେ କହିଥିଲେ କି, ସେ କେବଳ ଭାଙ୍ଗି ପଡିବାରୁ ଆ-ତ୍ମ-ହ-ତ୍ୟା କରୁ ନାହାନ୍ତି ।
ବରଂ ଆଗକୁ ସୋନାଲି ଯେମିତି ଆଉ କାହା ସହ ଖେଳିବାକୁ ସୁଯୋଗ ନ ପାଆନ୍ତି ଏବଂ ନିଜେ ଯେପରି ସୁଧୁରିବେ ସେଥିପାଇଁ ସେ ଆତ୍ମହତ୍ୟା କରିବେ । ସୋନାଲି ଯେପରି ନିଜ ଭୁଲ ବୁଝିପାରି ପଶ୍ଚାତାପ କରିବେ ସେହି ଉଦ୍ଦେଶ୍ୟ ରଖି ସେ ଆ-ତ୍ମ-ହ-ତ୍ୟା କରିଥିବା କଥାର ଅଡିଓ ଏବେ ଭାଇରାଲ ହେବାର ଲାଗିଛି । ସେ କହିଥିଲେ କି ପୁଅ ଜୀବନ କୌଣସି ଖେଳଘର ନୁହେଁ, ତେଣୁ ମୁଁ ସୋନାଲିକୁ ଉଚିତ ଶିକ୍ଷା ଦେବା ପାଇଁ ସୁ-ଇ-ସା-ଇ-ଡ କରିବି ।
ସୌମ୍ଯଙ୍କ ମା ମଧ୍ୟ ନିଜ ପୁଅ ବୟସର ସବୁ ପୁଅଙ୍କୁ ନିଜ ପୁଅ ବୋଲି କହିବା ସହ ଆଗକୁ ସୌମ୍ଯଙ୍କ ଠାରୁ ଶିକ୍ଷା ନେଇ ସଜାଗ ହେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ କି ସୋନାଲିଙ୍କ ମାଆ ସବୁ ଜାଣିଥିଲେ କିନ୍ତୁ ଆମକୁ କିଛିବି କହିଲେନି । ଜନ୍ମଦିନ, ଆନିଭର୍ସାରୀ ପାଇଁ କଲ୍ କରୁଥିଲେ କିନ୍ତୁ ଆମ ପୁଅ ମରିବା କଥା କହିବା ପରେ ବି ସେ ଆମକୁ କିଛି ଜଣେଇଲେନି । ଯଦି ସେ ଟିକେ ଜଣେଇ ଦେଇଥାନ୍ତେ ତେବେ ମୋ ପୁଅ ଆଜି ମୋ କୋଳରେ ଥାଆନ୍ତା ।
ତେଣୁ ପୁଅମାନେ ଆଗକୁ ଝିଅ ପରଖି ପ୍ରେମ କରନ୍ତୁ ଓ ଏମିତି ମାଆବାପାଙ୍କ କୋଳ ଆଉ ଖାଲି କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ପ୍ରେମରେ ସାମସ୍ତଙ୍କ ଜୀବନରେ ଏହିଭଳି ଏକ ସମୟ ଆସେ, କିନ୍ତୁ ସେହି କ୍ଷେତ୍ରରେ ଝିଅ କେମିତି ତାହା ପରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ଯଦି କିଛି ସନ୍ଦେହ ଆସୁଛି ତେବେ ଝିଅଠୁ ଦୂରେଇ ଯିବା ହିଁ ଉଚିତ ହେବ । ସୌମ୍ଯ ନିଜ କଲ୍ ରେ ସୋନାଲିଙ୍କ ବାବଦରେ ବି ତାଙ୍କୁ ଅନେକ କଥା କହିଛନ୍ତି ।
କିନ୍ତୁ ସୋନାଲିଙ୍କ ମାଆ ଏସବୁକୁ ଅଧିକ ଗମ୍ଭୀରତାର ନନେଇ ତାଙ୍କୁ ବୁଝେଇ ଥିବାର ଶୁଣିବାକୁ ମିଳୁଛି । ତେବେ ସୌମ୍ଯଙ୍କ ଏହି ଘଟଣା ନିଶ୍ଚିତ ଭାବେ ଶିକ୍ଷିତ ଯୁବ ସମାଜ ପାଇଁ ଏକ ଚେତାବନୀ ଅଟେ । ସୌମ୍ଯଙ୍କ ମୃତ୍ୟୁ ଏବେ ସବୁ ପରିବାରରେ ଉପରେ ମଧ୍ୟ କର୍ତ୍ତବ୍ୟର ବାର୍ତ୍ତା ଛାଡି ଯାଇଛି । ତେବେ ଅନେକ କହୁଛନ୍ତି ଏହା ଆତ୍ମହତ୍ୟା ନା ଆଜିର ଯୁବପିଢିଙ୍କ ପାଇଁ ଏକ ବଳିଦାନ ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।