ଜିଲ୍ଳାପାଳମାନଙ୍କୁ ସତର୍କ କରାଇଲେ ଏସଆରସି, ଆଜି ରାତିରୁ ପ୍ରବଳ ବର୍ଷିବ, ତିନି ଦିନ ଧରି ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ଲାଗି ରହିବ

ଆଂଚଳିକ ପାଣିପାଗ ବିଭାଗ କହିଛି ଆଜି ଠାରୁ ତିନି ଦିନ ଧରି ରାଜ୍ୟ ରେ ବର୍ଷା ଲାଗି ରହିବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଘୂର୍ଣ୍ଣି ବଳୟ, ଏହା ୪୮ ଘଂଟା ଭିତରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨୯ ତାରିଖ ଠାରୁ ଦୁଇ ଦିନ ଧରି ଉପକୂଳ ଓଡିଶାରେ ବର୍ଷା ଲାଗି ରହିବା ସମ୍ଭାବନା ଅଛି । କାଲି ୮ ଟି ଜିଲ୍ଲାରେ ବର୍ଷା ହେବ । ପାଣିପାଗ ବିଭାଗ କହିଛନ୍ତି ଏହି ବର୍ଷା ମଧ୍ୟମ ଧରଣର ହେବ। ଲଘୁଚାପ ପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭବନା ରହିଛି । ତେଣୁ ସମୁଦ୍ରକୁ ନଯିବା ପାଇ ସୂଚନା ଦିଆ ଯାଇଛି।

ଆସନ୍ତା ୨ ଦିନ ଧରି ରାଜ୍ୟର ଏହି ସବୁ ଜିଲ୍ଲା ମାନଙ୍କରେ- ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଗଂଜାମ, ଭଦ୍ରକ, ବାଲେଶ୍ୱର , କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ, ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଛନ୍ତି ଡେପୁଟି ଏସଆରସି ।

ଡେପୁଟି ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ଓ ଓୟୁଏଟି ସହ ଆଲୋଚନା କରାଯାଇଛି, ସେଥିପାଇଁ କିଛି ଚିନ୍ତା କରନ୍ତୁ ନାହିଁ।

ଖବର ଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ।