ଆଜି ପରେ ଘଟିବାକୁ ଯାଉଛି ମହାପ୍ରଳୟ …ସତ ହେଲା ମାଳିକା ବଚନ, ଏକାଠି ପଡିଲା ଅମାବାସ୍ୟା ସଂକ୍ରାନ୍ତି

ସତ ହୋଇଯିବ କି ମାଳିକା ବଚନ ? ମାଡି ଆସୁଛି କି ମହା ପ୍ରଳୟ ? ଗୋଟିଏ ଦିନରେ ପଡିଛି ଅମାବାସ୍ୟା ଓ ସଙ୍କ୍ରାନ୍ତି । ହଁ ଦର୍ଶକ ବନ୍ଧୁ ଧୀରେ ଧୀରେ ସତ ହେବାକୁ ଯାଉଛି ମାଳିକା ବଚନ । ସତରେ କଣ ସରି ଆସୁଛି କଳିଯୁଗ । ସତରେ କଣ କଳିଯୁଗରେ ଘଟିବାକୁ ଯାଉଛି ମହା ବିପତ୍ତି । ମହାପୁରୁଷ ଲେଖି ଯାଇଥିବା ମାଳିକା ରେ ଯେଉଁଥିରେ ଲେଖା ହୋଇଛି ଅମାବାସ୍ୟା ସଙ୍କ୍ରାନ୍ତି ଏକକାଳୀନ ବାରମ୍ବାର ପଡିଲେ ଜାଣିବା ମହାପ୍ରଳୟ ମାଡି ଆସିବ ଆଉ ଯାହା କି ସତ ହୋଇଛି ଆଜି ।

ମାଳିକା ରେ ଲେଖା ଅଛି ଆଜି ଘଟିବାକୁ ଯାଉଛି ଏକ ବଡ ଅଘଟଣ । ଯାହା କି ପୁରା ବିଶ୍ଵ ରେ ରଚିପାରେ ମହାପ୍ରଳୟ । ଆଜି ହେଉଛି ଚିତଉ ଅମାବାସ୍ୟା ଓ କର୍କଟ ସଙ୍କ୍ରାନ୍ତି । 2018ରେ ମଧ୍ୟ ମେ 15ରେ ପଡିଥିଲା ଅମାବାସ୍ୟା ଓ ସଙ୍କ୍ରାନ୍ତି । ପୁଣି ଥରେ ଆଜି ପଡିଛି ଅମାବାସ୍ୟା ଓ ସଙ୍କ୍ରାନ୍ତି ଏକକାଳିନ । ଏ କଥା ମହାପୁରୁଷ ମାନେ କହି ଯାଇଛନ୍ତି ଯାହା କି ଏବେ ଅକ୍ଷରେ ଅକ୍ଷରେ ସତ ହେଉଛି ।

ଘୋର ବିପଦ ପୃଥିବୀ କୁ ମାଡି ଆସୁଛି । ଏମିତି ସମୟ ଆସିବ ସବୁ ଆଡେ ଖାଲି ବିକଳରେ ଚିତ୍କାର ଶୁଭିବ । ପୋକ ମାଛି ପରି ଲୋକେ ମରିଯିବେ । କେହି କାହାକୁ ରକ୍ଷା କରି ପାରିବେ ନାହିଁ । ସମସ୍ତେ ନିଜର ଜୀବନ ବଞ୍ଚାଇବାକୁ ଭୟ କରିବେ । ଜନ୍ମ କରିଲା ବାପା ମା ବି ପିଲାର ମୁହଁ କୁ ଚାହିଁବେ ନାହିଁ ଯାହା ମାଳିକା ରେ ଲେଖା ଅଛି ।

ଅତିରିକ୍ତ ମାସରେ ଅମାବାସ୍ୟା ସଙ୍କ୍ରାନ୍ତି ଏକା ସହ ପଡିଲେ ଜାଣିବ ଯେ ଘୋର ବିପଦ ମାଡି ଆସୁଛି ଏ କଥା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି । ଜଳ ସ୍ତର ଆକାଶରେ ବିପତ୍ତି ପଡିବ । ଛକେ ଛକେ ମୁଣ୍ଡ ଗଡିବ । ଯାନବାହନ ପାଣିରେ ବୁଡି ରହିବ । ଏହା ସହ ଜଳ ପ୍ରଳୟ ହେବ । ବଡ ବଡ କୋଠା ଘର ହୁତୁ ହୁତୁ ହୋଇ ଜଳି ଉଠିବ ।

ଅଜଣା ରୋଗରେ ଲୋକେ ପୀଡିତ ହେବେ । ହିଂସ୍ର ଜନ୍ତୁ ଆଘାତରେ କେତେ ଯେ ମାରିବେ ତାହା ର ହିସାବ କାହା ପାଖରେ ରହିବ ନାହିଁ । ବନ୍ୟାରେ କ୍ଷତିଗ୍ରସ୍ତ ହେବ । ଏହା ସହ ଭୂମିକମ୍ପ ରେ ପୃଥିବୀ ହେବ ଥରହର ଯାହା ମାଳିକା ରେ ଲେଖା ଅଛି ଏ ସବୁ କଥା । ଯାହା କି ଗୋଟେ ପଟେ ଗୋଟେ ସତ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ ଙ୍କ ମତରେ ଏ କଥା ସତ ନା ଅନ୍ଧ ବିଶ୍ଵାସ କିମ୍ବା ଏହାକୁ ଆପଣ ବିଶ୍ଵାସ କରୁଛନ୍ତି ନା ଅନ୍ଧ ବିଶ୍ଵାସ କହି ଉଡାଇ ଦେଉଛନ୍ତି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।