ଆଜି ହିଁ ବଦଳାଇ ଦିଅନ୍ତୁ ନିଜର ଏହି 4 ଟି ଅଭ୍ୟାସ, ନହେଲେ ସ୍ଵପ୍ନ ଦେଖିବା ହିଁ ଛାଡି ଦିଅନ୍ତୁ- Krishna Vani

ଆଜି ଆମେ ଏମିତି ୪ଟି ଅଭ୍ୟାସ ବିଷୟରେ କଥା ହେବା ଯାହା ଆମର ଜୀବନକୁ ବଦଳାଇ ଦବ ନହେଲେ ସେଇ ଅଭ୍ୟାସ ଆପଣଙ୍କ ଜୀବନ‌ ବର୍ବାଦ ବି କରିଦେଇ ପାରେ । ସବୁବେଳେ ଗୋଟିଏ କଥା ଧ୍ୟାନ ରଖିବେ ଆପଣଙ୍କର ଅନେକ ଭଲଗୁଣ ଥିବ କିନ୍ତୁ ଜଦି ଗୋଟିଏ ଖରାପ ଗୁଣ ରୁହେ ତାହେଲେ ଏହା ଆପଣଙ୍କ ଭଲଗୁଣ ଉପରେ ମଧ୍ୟ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ସେହି ଚାରିଟି ଅଭ୍ୟାସ ବିଷୟରେ ଯାହା ଆପଣଙ୍କ ଭିତରେ ଜମାବି ରହିବା କଥା ନୁହେଁ ।

ପ୍ରଥମ ଅଭ୍ୟାସ ଭୁଲ ଲୋକ ଠାରୁ ପରାମର୍ଶ ନିଅନ୍ତୁ ନାହିଁ ଅର୍ଥାତ୍ ଜଦି ଆପଣ କେବେ ଜୀବନରେ ବଡ଼ କରିବାକୁ ଯାଉଛନ୍ତି ସେତେବେଳେ କାହାଠାରୁ ପରାମର୍ଶ ନିଅନ୍ତି । ପରାମର୍ଶ ନେବା ବିଲକୁଲ ଖରାପ ନୁହେଁ, କିନ୍ତୁ ଆପଣଙ୍କୁ ଜଣାଥିବା ଦରକାର ଆପଣଙ୍କ ପରାମର୍ଶ ଦାତା କିଏ ?

ଆପଣଙ୍କୁ ଜଣା ଥିବଯେ ମହାଭାରତରେ ଦୂର୍ଯ୍ୟଧନର ପରାମର୍ଶ ଦାତା ସକୁନୀ ଥିଲେ । ଯାହାର ଭୁଲ୍ ପରାମର୍ଶ ପାଇଁ ମହାଭାରତ ହୋଇଥିଲା ଏବଂ କେମିତି ପ୍ରକୃତ ପରାମର୍ଶ ଦାତା ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ବଦଳାଇ ଦିଏ ଏହା ଆପଣ ଶିଖିଲେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଠାରୁ । ଅର୍ଜୁନଙ୍କ ମରାମର୍ଶ ଦାତା ଶ୍ରୀକୃଷ୍ଣ ଥିଲେ ଏବଂ ତାଙ୍କ ଉପଦେଶରୁ ଅର୍ଜୁନ ମହାଭାରତ ଜିତି ପାରିଥିଲେ ।

ଦ୍ଵିତୀୟ ଅଭ୍ୟାସ କୈାଣସି କାର୍ଯ୍ୟକୁ ସ୍ଥଗିତ ରଖିବା ଅଭ୍ୟାସ । ସର୍ବଦା ଏମିତି ହୋଇଥାଏ ଆଜିର କାମକୁ କାଲି ପାଇଁ ରଖିବା । ପ୍ରାୟ ଏମିତି ଲାଗେ ଯେମିତି ଆଜିର କାମ ବର୍ତ୍ତମାନ କରିଦେବି କିନ୍ତୁ ହେଇପାରେ ନାହିଁ । ତାପରେ ଆପଣ ନିଜ ଉପରେ ରାଗିଯାଇ ଥାନ୍ତି କି ଏହି କାମ ଆପଣଙ୍କ ଦ୍ବାରା ଏହି କଣ ପାଇଁ ହେଲା ନାହିଁ । ଜଣେ ସଫଳ ବ୍ୟକ୍ତି ଯେଉଁ କାର୍ଯ୍ୟ ଥରେ ଆରମ୍ଭ କରେ ସେ ସମୟ ପୂର୍ବରୁ ଶେଷ କରିଦିଏ । ସେଥିପାଇଁ ଆପଣ ଆପଣଙ୍କ କାର୍ଯ୍ୟକୁ ସମୟ ପୂର୍ବରୁ କରନ୍ତୁ । ଯିଏ ସବୁଠାରୁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ତାକୁ ପ୍ରଥମେ କରନ୍ତୁ ।

ତୃତୀୟ ଅଭ୍ୟାସ ଯିଏ ସମୟ ସହିତ ନିଜକୁ ପରିବର୍ତ୍ତନ ନକରେ ଯେଉଁଥିପାଇଁ ସେ ବହୁତ ପଛରେ ରହିଯାଏ । ଯଦି ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଅଧିକ ସଫଳ ହେବାର ଅଛି ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ନିଜର ଜ୍ଞାନକୁ ବଢ଼ାଇବାକୁ ପଡିବ । ନିଜେ ନିଜକୁ ସମୟ ସହିତ ବଦଳାଇବାକୁ ପଡ଼ିବ । ନୂଆ ନୂଆ ଜିନୀଷ ଶିଖିବାକୁ ପଡ଼ିବ ତାକୁ ବୁଝିବାକୁ ପଡିବ ଏହା ଆପଣଙ୍କୁ ଆଗକୁ ବଢ଼ିବାରେ ବହୁତ ସାହାଯ୍ୟ କରିବ ।

ଚତୁର୍ଥ ଅଭ୍ୟାସ ପରିତ୍ୟାଗ କରିବା । ଆପଣ ନିଜ କାମକୁ ଆରମ୍ଭ ତ କରନ୍ତି କିନ୍ତୁ କିଛି ଦିନ ପରେ ହାରମାନି ଛାଡି ଦିଅନ୍ତି ଯେତେବେଳେ ଗୋଟିଏ ସଫଳ ବ୍ୟକ୍ତିର ଦୃଷ୍ଟି କୋଣ ଅଟେ ପରିତ୍ୟାଗ ନକରିବା । ସେ କେବେବି ସାର୍ ମାନେ ନାହିଁ । ସେ ଏହି କାମକୁ ସେପର୍ଯ୍ୟନ୍ତ କରେ ଯେପର୍ଯ୍ୟନ୍ତ କାମ ସରିନାହିଁ । ତେବେ ଏହା ଥିଲା ସେହି ୪ଟି ଅଭ୍ୟାସ ଯାହା ଆପଣଙ୍କ ଜୀବନରେ ବଦଳିବା ଦରକାର ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।