ଆଜି Friendship Day ରେ ମଣିଷ-କୁକୁର-ମାଙ୍କଡ ର ଅନାବିଳ ବନ୍ଧୁତା ର ଦ୍ରୁଶ୍ଯ ।

ଏମାନଙ୍କୁ ନ ଦେଖିଲେ ଦିନ ଭଲରେ ଯାଏ ନାହିଁ । ତାଙ୍କ ସହ ଟିକେ ବୁଲି ନ ଆସିଲେ ମନ ଭଲ ଲାଗେ ନାହିଁ । ସକାଳୁ ସଞ୍ଜ ଯାଏଁ ଏମାନେ ହିଁ ତାଙ୍କର ବନ୍ଧୁ ସଖା ସବୁ କିଛି । ଖାଇବା ଠାରୁ ଆରମ୍ଭ କରି ଶୋଇବା, ବସିବା, ଉଠିବା ପ୍ରତି ମୂହୁର୍ତ୍ତ ରେ ଏମାନେ ହିଁ ତାଙ୍କର ସବୁ କିଛି । ହଁ ଦର୍ଶକ ବନ୍ଧୁ ଆଜି ବନ୍ଧୁତା ଦିବସରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାଇରାଲ ହୋଇଥିବା ଭିଡିଓ ରେ ମାଙ୍କଡ, କୁକୁର ଓ ମଣିଷ ଙ୍କର ବନ୍ଧୁତା ପରିଲକ୍ଷିତ ହେଉଛି । ଯାହା ହୃଦୟ ସ୍ପର୍ଶୀ ଅଟେ । ଏହି 3 ପ୍ରାଣୀ ନୁ ଦେଖିଲେ ମନେ ହେଉଛି ଯେମିତି ଏମାନେ ସ୍ନେହ ର ଗୋଟେ ଖିଅ ରେ ଜନ୍ମ ଜନ୍ମ ପାଇଁ ବାନ୍ଧି ହୋଇ ରହିଛନ୍ତି । ଏମାନେ କେହି କାହାକୁ କାମୁଡୁ ନାହାନ୍ତି । ସ୍ଵାର୍ଥପର ସମାଜ ଭିତରେ ଏବେ ବି ବଞ୍ଚି ରହିଛି ପଶୁ, ପକ୍ଷୀ ଓ ମଣିଷ ଭିତରେ ଅନାବିଳ ର ସମ୍ପର୍କ ।

ସେଥିପାଇଁ ତ କେବେ ମଣିଷ ପିଠି ରେ ମାଙ୍କଡ ବସି ଗେଲ ହେଉଛି ତ ଆଉ କେବେ କୁକୁର ପିଠି ରେ ମୁଣ୍ଡ ରଖିକି ସୋଇ ପଡିବା ସହ କୁକୁର କୁ ମା ଭାବି କ୍ଷୀର ଖାଉଛି ମାଙ୍କଡ । ଏ ସବୁ ଦେଖିବା ପରେ ସ୍ପଷ୍ଟ ଜାଣି ହେଉଛି ବାସ୍ତବରେ ଭଲ ପାଇବାର ଅର୍ଥ କଣ । ଏହି 3 ପ୍ରାଣୀ ଙ୍କ ଜାତି ଭିନ୍ନ ହେଲେ ଭଲ ପାଇବା ଡୋରୀ ରେ ଏମାନେ ଏମିତି ବାନ୍ଧି ହୋଇ ରହିଛନ୍ତି ଏ କ୍ଷଣକ ପାଇଁ କେହି କାହା ଠାରୁ ଅଲଗା ହେବାକୁ ଚାହିଁ ନାହାନ୍ତି ।

ଖାଇବା ଠାରୁ ଆରମ୍ଭ କରି ଶୋଇବା ଯାଏଁ ସବୁ କିଛି ଏକାଠି କରିବାକୁ ପସନ୍ଦ କରନ୍ତି ଏହି 3 ପ୍ରାଣୀ । ତେଣୁ ଏମାନଙ୍କର ଭଲ ପାଇବା ଦେଖି ସମସ୍ତେ ଆଚମ୍ବିତ ହୋଇ ପଡିଛନ୍ତି । ଏଭଳି ହୃଦୟ ସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ କୃଷ୍ଣ ପ୍ରସାଦ ବ୍ଲକ ଚିଲିକାଲ ନୂଆପଡା ର ପୀତବାସ ପାହାଣ । ପୀତବାସ ଦିନ ମଜୁରିଆ ଭାବେ କାରାନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି ସେ ପଶୁ ପକ୍ଷୀ ଙ୍କ ପ୍ରେମରେ ପାଗଳ ।

ବନ ଜଙ୍ଗଲରେ ବୁଲୁଥିବା ମାଙ୍କଡ କୁ ନିଜ ମୁଣ୍ଡରେ ବସାଇ ବୁଲୁଛନ୍ତି ପୀତବାସ ତାହା ପୁଣି ନିର୍ଭୟ ରେ । ଏମିତିକି ନିଜ ପିଲା ପରି ଗେଲହ ଅମଧ୍ୟ କରୁଛନ୍ତି ପୀତବାସ କୁକୁର ଓ ମାଙ୍କଡ । କୁହାଯାଏ କୁକୁର ମାଙ୍କଡ ମଧ୍ୟରେ ସମ୍ପର୍କ ଅହିନକୁଳ ର । ହେଲେ ଏ ଦୃଶ୍ୟ ଦେଖିବା ପରେ ନିଶ୍ଚୟ ଭୁଲ ପ୍ରମାଣିତ ହେବ । ଏହି ଭିଡିଓ ରେ କେମିତି ମାଙ୍କଡ କୁକୁର ପିଠି ରେ ବସି ବୁଲୁଛି ।

ଏହା ସହ ବିଦେଶୀ ଆଖି ଏତେ ସ୍ନେହ ଭଲ ପାଇବା ଯେ ପୀତବାସ ଙ୍କ କୋଳ ଛାଡି ଯାଉନି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଖୁବ ଚର୍ଚ୍ଚା ଚାଲିଛି ।